ନୂଆ ଟେକ୍ନୋଲୋଜିରେ ତିଆରି ହେଲା ଦୁନିଆର ପ୍ରଥମ ସୁପର ସ୍ପିଡ “ଫ୍ଲୋଟିଂ-ଟ୍ରେନ”, ଘଣ୍ଟାକୁ ଯିବ ୬୦୦ କିଲୋମିଟର

ଚୀନ ନିଜର ନୂଆ ଟେକ୍ନୋଲୋଜି ବଳରେ ଦୁନିଆର ସବୁଠୁ ଦ୍ରୁତ ଗତିରେ ଯାଉଥିବା ଟ୍ରେନ ତିଆରି କରିଛି। ଏହାର ନାମ Maglev train ରଖାଯାଇଛି। ଏହା ଘଣ୍ଟାକୁ ୬୦୦ କିଲୋମିଟରରେ ବେଗରେ ଗତି କରିବ। ରିପୋର୍ଟ ଅନୁଯାୟୀ, ଏହା ଦୁନିଆର ସବୁଠୁ ଅଧିକ ବେଗରେ ଯାଉଥିବା ଟ୍ରେନ ଯାହା ହାଇ ସୁପର କଣ୍ଡକ୍ଟିଭ ପାଓ୍ଵାର ସାହାଯ୍ୟରେ ଚାଲିଥାଏ।

ଚୀନ ଏହି ଟ୍ରେନକୁ ନିଜ ନୂତନ ଜ୍ଞାନ କୌଶଳ ସାହାଯ୍ୟରେ ବିକଶିତ କରାଇଛି। ଏହାର ସବୁଠୁ ଖାସ ଗୁଣ ହେଉଛି, ଏଥିରେ ଥିବା ବିଦ୍ୟୁତ ଚୁମ୍ବକୀୟ ବଳ ପାଇଁ ଏହା ଟ୍ରାକର ଅଳ୍ପ ଉପରେ ରହି ଗତି କରିଥାଏ। ଏହାକୁ ଫ୍ଲୋଟିଂ ଟ୍ରେନ ମଧ୍ୟ କୁହାଯାଉଛି। ପ୍ରତି ଘଣ୍ଟାରେ ୬୦୦ କିଲୋମିଟର ଯାଉଥିବା ଏହି ଟ୍ରେନ ବେଜିଂରୁ ସଂଘାଇକୁ ଯିବା ପାଇଁ ମାତ୍ର ୧.୫ ଘଣ୍ଟା ସମୟ ନେଇଥାଏ । ଏହି ସହର ମାନଙ୍କ ମଧ୍ୟରେ ଦୂରତା ହେଉଛି ୧୦୦୦ କିଲୋମିଟର।

4322345

ପ୍ଲେନରେ ଏଠାକୁ ଯିବା ପାଇଁ ୩ ଘଣ୍ଟା ସମୟ ଲାଗିଥାଏ। ତେଣୁ ଏହା ପ୍ଲେନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଭଲ ବିକଳ୍ପ ହେବ ବୋଲି ଆଶା ରହିଛି। ଏହାର ପୂର୍ବରୁ ଥିବା ହାଇସ୍ପିଡ ଟ୍ରେନରେ ଯିବା ପାଇଁ ୫ ଘଣ୍ଟା ସମୟ ଲାଗୁଥିଲ।।

ତେବେ ଏହାକୁ ନେଇ ଚୀନ ବିଗତ ୨୦ ବର୍ଷ ହେଲା ନୂଆ ଟେକ୍ନୋଲୋଜି ଉପରେ କାମ କରୁଥିଲା। ଚୀନର ଉଦ୍ୟୋଗିକ ସହର ସଂଘାଇରେ ଏହି ଟ୍ରେନ ଲାଇନ ମଧ୍ୟ ରହିଥିଲା। ସମୟ ଅଭାବ ସହ ଯାତ୍ରାରେ ବିଳମ୍ବ ହେବା ଯୋଗୁଁ ଅନେକ ସମସ୍ୟା ଦେଖାଯାଉଥିଲା। ଏହି ଟ୍ରେନ ପାଇଁ ଏବେ ଚୀନର ସମସ୍ତ ନାଗରିକ ଉପକୃତ ହୋଇ ପାରିବେ ବୋଲି କୁହାଯାଉଛି।

ଏହି ଟ୍ରେନ ୬୯ ଫୁଟର ଲମ୍ବା। ଏହା ଚୀନର ତଟୀୟ ସହର କିଙ୍ଗଦାଓରେ ତିଆରି କରାଯାଇଛି। ଏହାର ଆରମ୍ଭ ୨୦୧୬ରୁ ହୋଇଥିଲା। ଏହାପରେ ୨୦୧୯ରେ ଏହି ଟ୍ରେନକୁ ପ୍ରୋଟୋଟାଇପ କରଗଲା। ଶେଷରେ ଏହାର ସଫଳ ପରୀକ୍ଷଣ ୨୦୨୦ରେ ହୋଇଥିଲା।

Leave A Reply

Your email address will not be published.