ଦୁର୍ଘଟଣା ପରେ ରାସ୍ତାରେ ପଡ଼ିଗଲେ ମହିଳା, ଉପରେ ଚଢ଼ିଗଲା ଆଉଏକ କାର, ଦେଖନ୍ତୁ ଭିଡିଓ

ସାଧାରଣତଃ ରାସ୍ତାରେ ଦୁର୍ଘଟଣା ହେବାର ଆପଣ ଦେଖିଥିବେ, କିନ୍ତୁ ଚୀନରେ ଏକ ଏପରି ଦୁର୍ଘଟଣା ଘଟିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ରଖିଦେଇଛି । ଚୀନର ମାନସନ ସହରରେ ଘଟିଛି ଏପରି ଏକ ଦୁର୍ଘଟଣା ଯେଉଁଠି ଜଣେ ମହିଳାଙ୍କୁ ଗୋଟିଏ ସମୟରେ ଦୁଇ ଦୁଇଥର ଦୁର୍ଘଟଣାର ସାମ୍ନା କରିବାକୁ ପଡିଛି । ଦୁର୍ଘଟଣା ପରେ ଯୁବତୀ ଜଣକ ରାସ୍ତା ଉପରେ ପଡିଯାଇଥିଲେ କିନ୍ତୁ ସେ ଉଠିବା ପୂର୍ବରୁ ହିଁ ତାଙ୍କ ଉପରେ ଚଢି ଯାଇଥିଲା ଆଉ ଏକ କାର । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।
Woman survives being run over by SUV in E #China https://t.co/OwREiKrn1d pic.twitter.com/klXn3o5n7m
— CGTN (@CGTNOfficial) October 15, 2019
ଭିଡିଓରେ ଦେଖାଯାଇଛି ଯେ ମହିଳା ଜଣକ ଏକ ସ୍କୁଟି ଚଳାଇ ଯାଉଥିବା ବେଳେ ତାଙ୍କୁ ଆଗପଟୁ ଏକ ଟ୍ୟାକ୍ସି ଧକ୍କା ଦେଇଥିଲା । ଯେଉଁଥିରେ ଆହତ ହୋଇ ଯୁବତୀ ଜଣକ ତଳେ ପଡିଯାଇଥିଲେ । ମାତ୍ର କିଛି ସେକେଣ୍ଡ ପରେ ଆଉ ଏକ ଏସୟୁଭି କାର ଆସି ତାଙ୍କ ଉପରେ ଚଢି ଯାଇଥିଲା । ଏହାଦେଖି ସେଠାରେ ଉପସ୍ଥିତ ଥିବା ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ କାରର ଡ୍ରାଇଭରକୁ ଗାଡି ରଖିବାକୁ କହିଥିଲେ । ଏହାପରେ ଲୋକମାନେ ଆସି ସେହି ଏସୟୁଭି କାରକୁ ଟେକି ତା ତଳୁ ମହିଳା ଜଣଙ୍କୁ ଉଦ୍ଧାର କରିଥିଲେ । ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହା ଯେ ଦୁଇଥର ଦୁର୍ଘଟଣା ହେବା ପରେ ମଧ୍ୟ ଯୁବତୀ ଜଣକ ଏବେ ଠିକ ଅଛନ୍ତି ।
CGTN ଏହି ଭିଡିଓକୁ ଟ୍ୱିଟରରେ ସେୟାର କରିଥିଲା ଯାହାକୁ ବର୍ତ୍ତମାନ ପର୍ଯ୍ୟନ୍ତ ୧୧ ହଜାରରୁ ଅଧିକ ଭିଉ ହୋଇସାରିଛି । ସୋସିଆଲ ମିଡିଆରେ ଲୋକମାନେ ମହିଳାଙ୍କୁ ଭାଗ୍ୟଶାଳୀ କହିବା ସହିତ ଡ୍ରାଇଭରର ସମାଲୋଚନା କରିଛନ୍ତି । ଏହାସହିତ ଜଣେ ୟୁଜର ଲେଖିଛନ୍ତି ଯେ “ମହିଳାଙ୍କ ଦୁର୍ଘଟଣା ପରେ ଆଖପାଖର ଲୋକ ଦେଖୁଥିଲେ କିନ୍ତୁ କେହି ସାହାଯ୍ୟ କରୁନଥିଲେ କାହିଁକି ? କଣ ସେମାନେ ଦ୍ଵିତୀୟ ଥର ଦୁର୍ଘଟଣାର ଅପେକ୍ଷା କରିଥିଲେ !”