ଦେଶ ବିଦେଶ

ଭାରତର ସାଧାରଣ ନିର୍ବାଚନକୁ ପ୍ରଭାବିତ କରିବାକୁ ଚୀନର ଆର୍ଟି ଫିସିଆଲ ଇଣ୍ଟେଲିଜେନ୍ସ ଯୋଜନା

ନୂଆଦିଲ୍ଲୀ : ଆର୍ଟି ଫିସିଆଲ ଇଣ୍ଟେଲିଜେନ୍ସ ବା AI ବ୍ୟବହାର କରି ଭାରତର ସାଧାରଣ ନିର୍ବାଚନକୁ ପ୍ରଭାବିତ କରିବାକୁ ଚୀନର ଯୋଜନା । ଚୀନର ଏହି ଭୟଙ୍କର ଯୋଜନା ସଂପର୍କରେ ଭାରତକୁ ଅବଗତ କରିଛି ମାଇକ୍ରୋସଫ୍ଟ । କିଛି ଦିନ ତଳେ ତାଇୱାନରେ ହୋଇଥିବା ନିର୍ବାଚନରେ ଏହାର ଟ୍ରାଏଲ ରନ୍ କରିଥିଲା ଚୀନ ।

ଏବେ ଭାରତ, ଆମେରିକା ଓ ଦକ୍ଷିଣ କୋରିଆରେ ହେବାକୁ ଥିବା ନିର୍ବାଚନରେ ଏହାକୁ ପ୍ରୟୋଗ କରିବାକୁ ଯୋଜନା କରୁଛି। AI ବ୍ୟବହାର କରି ନିର୍ବାଚନକୁ ପ୍ରଭାବିତ କରିବାକୁ ଯୋଜନା କରୁଛି। ଏଥିପାଇଁ ଚୀନର ସରକାରୀ ସାଇବର ଗ୍ରୁପ୍ ନିୟୋଜିତ ହୋଇଛନ୍ତି। ତେବେ AI ବ୍ୟବହାର କରି କେମିତି ନିର୍ବାଚନକୁ ପ୍ରଭାବିତ କରିବ ଚୀନ ? AI ଦ୍ବାରା ମିଥ୍ୟା କଣ୍ଟେଣ୍ଟ ତିଆରି କରି ସୋସିଆଲ ମିଡିଆରେ ଛାଡ଼ିବ।

ଡିପଫେକ୍ ଭିଡିଓ ଏବଂ କେବେ ଘଟି ନଥିବା ଘଟଣା AI ଦ୍ବାରା ସୃଷ୍ଟି କରାଯିବ। ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ନେଇ ମିଥ୍ୟା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରାଇଲେ ତାହା ଜନମତକୁ ପ୍ରଭାବିତ କରିବ। ନିଜକୁ ସୁହାଇଲା ଭଳି ଭୋଟରଙ୍କୁ ବିଭ୍ରାନ୍ତ କରିବାକୁ AI ଦ୍ବାରା କଣ୍ଟେଣ୍ଟ ତିଆରି କରିବ ଚୀନ୍। ଏଥିପାଇଁ ଚୀନ ଅଧିକ ପରୀକ୍ଷ ନିରୀକ୍ଷା ଚଳାଇଥିବା କହିଛି ମାଇକ୍ରୋସଫ୍ଟ। ଗତ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି AI ବ୍ୟବହାର ଉପରେ ବିସ୍ତୃତ ଆଲୋଚନା କରିଥଇଲେ ମାଇକ୍ରୋସଫ୍ଟ ସହ ପ୍ରତିତଷ୍ଠାତା ବିଲ୍ ଗେଟ୍ସ।

Niharanjan

Recent Posts

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

2 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

11 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

20 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

36 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

51 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

1 hour ago