ଚୀନର ବିସ୍ତାରବାଦୀ ନୀତିକୁ ନେଇ ତାଇଓ୍ଵାନ ଖପ୍ପା, ପୁଣି ପଶି ଆସିଲା ସୀମା ଭିତରକୁ ଯୁଦ୍ଧ ବିମାନ

ଚୀନର ବିସ୍ତାରବାଦୀ ନୀତିକୁ ନେଇ ତାଇଓ୍ଵାନ ଖପ୍ପା । ବାରମ୍ବାର ଚୀନ ପଶି ଆସୁଛି ତାଇୱାନ ସୀମା ଭିତରକୁ । ଯାହାକୁ ନେଇ ଦେଖାଦେଇଛି ବିବାଦର ଆଉ ଏକ ଉଗ୍ର ଚିତ୍ର। ପୁଣିଥରେ ଚାଇନାର ଯୁଦ୍ଧ ବିମାନ ତାଇୱାନ ଷ୍ଟ୍ରିଟର ମିଡିଆନ ଲାଇନ ଅତିକ୍ରମ କରିଥିବା ଦାବି କରିଛି ତାଇୱାନ।

ଶନିବାର ଆଠଟି ଚାଇନା ଯୁଦ୍ଧ ବିମାନ ତାଇୱାନ ଷ୍ଟ୍ରିଟର ସେଣ୍ଟ୍ରାଲ ଲାଇନ ପାର କରିଥିବା ଦାବି କରିଛି ତାଇୱାନ ପ୍ରତିରକ୍ଷା ମନ୍ତ୍ରାଳୟ। ପରେ ତାଇୱାନ ଉପକୂଳର ୨୪ ନଟିକାଲ ମାଇଲ ଅର୍ଥାତ୍‌ ୪୪.୪ କିଲୋମିଟର ଭିତରକୁ ପଶ ି ଆସିଥିବା ଦାବି ହୋଇଛି। ଗତ ତିନିବର୍ଷ ମଧ୍ୟରେ କ୍ରାମାଗତ ବାବରେ ଚୀନର ଫାଇଟର ଜେଟ୍‌ ତାଇୱାନର ସୀମା ଭେଦ କରିଛି।

ଏବଂ ଗତ ଅଗଷ୍ଟ ଠାରୁ ଏହା ନିୟମିତ ଭାବରେ ଷ୍ଟ୍ରେଇଟ୍ସ ମିଡିଆନ୍‌ ଲାଇନ୍‌ରେ ଉପସ୍ଥିତି ଜାହିର କରିଛି ଚୀନ୍‌ ।ତେବେ ତାଇୱାନ ପକ୍ଷରୁ ପାଞ୍ଚଟି ଯୁଦ୍ଧ ଜାହାଜ “ମିଳିତ ଯୁଦ୍ଧ ପ୍ରସ୍ତୁତି ପାଟ୍ରୋଲିଂ” ଜାରି ରଖିଥିବା କହିଛି ତାଇୱାନ ପ୍ରତିରକ୍ଷା ମନ୍ତ୍ରଣାଳୟ । ତେବେ ଏ ସଂପର୍କରେ ଚୀନ ତରଫରୁ କୈଣସି ପ୍ରତିକ୍ରିୟା ରଖିନାହିଁ।

You might also like