ହେବ କି ଆଉ ଏକ ଯୁଦ୍ଧ? ଚୀନର ବିଶାଳ ମିଲିଟାରୀ ଡ୍ରିଲ୍, ତାଇଓ୍ଵାନକୁ ଘେରିଲାଣି ଚାରିପଟୁ

ଚୀନର ବିଶାଳ ମିଲିଟାରୀ ଡ୍ରିଲ। ତାଇଓ୍ଵାନକୁ ଚାରିପଟୁ ଘେରିଲାଣି ଚୀନ । ତାଇଓ୍ଵାନରେ ଚୀନ ବଢ଼ାଇଲା ସାମରିକ ଅଭ୍ୟାସ । ଗର୍ଜିଲା ଚୀନର ଯୁଦ୍ଧ ବିମାନ। ହେବ କି ଆଉ ଏକ ଯୁଦ୍ଧ? ମୁହାଁମୁହିଁ ବିଶ୍ୱର ଦୁଇ ମହାଶକ୍ତି । ନାନସୀ ପେଲୋସିଙ୍କ ଗସ୍ତ ପରେ ଚୀନର ମିଲିଟାରୀ ଡ୍ରିଲସ୍‌ । ଆଜିଠୁ ୭ ତାରିଖ ପର୍ଯ୍ୟନ୍ତ ମିଲିଟାରୀ ଡ୍ରିଲସ୍‌ । ଉପକୂଳଠାରୁ ମାତ୍ର ୨୦ କିଲୋମିଟର ଦୂରରେ ଏହି ସମରାଭ୍ୟାସ କରୁଛି ଚୀନ । ଘନେଇଲା ଚୀନ୍‌-ତାଇଓ୍ଵାନ୍‌ ଯୁଦ୍ଧ ଆଶଙ୍କା ।

ଆମେରିକା ହାଉସ୍‌ ସ୍ପିକର ନାନସୀ ପେଲୋସି ଗସ୍ତ ସାରି ଫେରିବା ପରେ ତାଇଓ୍ଵାନ ଏୟାର ଡିଫେନ୍ସ ଜୋନରେ ପଶିଲା ଚୀନ୍‌ର ଜେଟ୍‌ । ୨୭ଟି ଲଢୁଆ ବିମାନ ପ୍ରବେଶ କରିଥିବା ନେଇ ତାଇଓ୍ଵାନ ପକ୍ଷରୁ ସୂଚନା ଦିଆଯାଇଛି । ଏହା ଭିତରେ ରହିଛି ୬ଟି J-11, ୫ଟି J-16 ଓ ୧୬ଟି ସୁଖୋଇ-୩୦ । ନାନସୀ ପେଲୋସିଙ୍କ ତାଇଓ୍ଵାନ ଗସ୍ତକୁ ଜୋରଦାର ବିରୋଧ କରିଥିଲା ଚୀନ୍‌ । ତାଗିଦ ସତ୍ତ୍ୱେ ତାଇପେଇରେ ଆସିଥିଲେ ଆମେରିକା ବାଚସ୍ପତି ।

ତାଇଓ୍ଵାନର ଉତ୍ତର, ଦକ୍ଷିଣ-ପଶ୍ଚିମ ଓ ଦକ୍ଷିଣ-ପୂର୍ବର ଜଳ, ସ୍ଥଳ ଓ ଆକାଶ ମାର୍ଗରେ ଗତିବିଧି ବଢ଼ାଇଲା ଚୀନ୍‌ ଆର୍ମି । ପିପୁଲ୍ସ ଲିବରେସନ୍‌ ଆର୍ମିର ଇଷ୍ଟର୍ଣ୍ଣ ଥିଏଟର କମାଣ୍ଡ ପକ୍ଷରୁ ମିଳିତ ସମରାଭ୍ୟାସ ଚାଲିଛି । ତାଇଓ୍ଵାନ ସୀମାନ୍ତ ଆକାଶରେ ଲଢୁଆ ଯୁଦ୍ଧ ବିମାନ ଉଡ଼ାଇଥିଲା ଚୀନ୍‌ । ପଇଁତରା ମାରିଥିଲେ ସୁଖୋଇ-୩୫, J-11, J-16, KJ-500 ଫାଇଟର ଜେଟ୍‌ । ଜଳସୀମାରେ ମୁତୟନ କରିଛି ଯୁଦ୍ଧପୋତ । ଆମେରିକା ଓ ତାଇଓ୍ଵାନଙ୍କୁ ଚେତେଇବା ସହ ଚୀନ୍‌ କହିଥିଲା, ଯିଏ ନିଆଁ ସହ ଖେଳିଛନ୍ତି ନିଆଁରେ ଜଳିଯିବେ । ଚୀନକୁ ଯେଉଁମାନେ ଅପମାନିତ କରିଛନ୍ତି ଦଣ୍ଡିତ ହେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.