ଦେଶ ବିଦେଶ

ଲଦାଖରେ ଚୀନ୍‌ ଓ ଭାରତୀୟ ସେନା ମୁହାଁମୁହିଁ ସ୍ଥିତିରେ ସୀମା ବିବାଦର ସମାଧାନ ପାଇଁ ଟ୍ରମ୍ପଙ୍କ ମଧ୍ୟସ୍ଥତା

କେନ୍ୟୁଜ : ସୀମା ବିବାଦର ସମାଧାନ ପାଇଁ ଟ୍ରମ୍ପଙ୍କ ମଧ୍ୟସ୍ଥତା ପ୍ରସ୍ତାବ । ଜମ୍ମୁ-କାଶ୍ମୀର ବିବାଦର ସମାଧାନ ପାଇଁ ପୂର୍ବରୁ ଏକାଧିକ ପ୍ରସ୍ତାବ ଦେଇସାରିଥିବା ଡୋନାଲ୍‌ଡ୍‌ ଟ୍ରମ୍ପ ଏବେ ନୂଆଦିଲ୍ଲୀ-ବେଜିଂ ମଧ୍ୟରେ ମଧ୍ୟସ୍ଥତା ପ୍ରସ୍ତାବ ଦେଇଛନ୍ତି। ସୀମା ବିବାଦର ସମାଧାନ ପାଇଁ ମଧ୍ୟସ୍ଥତା କରିବାକୁ ପ୍ରସ୍ତୁତ ଆଉ ସକ୍ଷମ ବୋଲି ଟ୍ଵିଟ୍‌ କରିଛନ୍ତି ଟ୍ରମ୍ପ। ଲଦାଖରେ ଚୀନ୍‌ ଓ ଭାରତୀୟ ସେନା ମୁହାଁମୁହିଁ ସ୍ଥିତିରେ ରହିଥିବା ବେଳେ ହ୍ଵାଇଟ୍‌ ହାଉସ୍‌ରୁ ଏଭଳି ପ୍ରସ୍ତାବ ଆସିଛି।

ତେବେ ଟ୍ରମ୍ପଙ୍କ ପ୍ରସ୍ତାବ ପୂର୍ବରୁ ଲଦାଖ ସ୍ଥିତିକୁ ନେଇ ଟିପ୍ପଣୀ ରଖିଛି ଚୀନ୍‌। ଏଲଏସିରେ ଭାରତର ଶକ୍ତି ପ୍ରଦର୍ଶନ ପରେ ସ୍ୱର ବଦଳାଇଛି ବେଜିଂ। ଚୀନ୍‌ ବୈଦେଶିକ ବିଭାଗ ମୁଖପାତ୍ର ଝାଓ ଲିଜିଆନ କହିଛନ୍ତି, ଏଲଏସିରେ ସ୍ଥିର ଆଉ ନିୟନ୍ତ୍ରଣାଧୀନ ରହିଛି ସ୍ଥିତି । ଆଲୋଚନା ପାଇଁ ଦୁଇ ଦେଶ ମଧ୍ୟରେ ଉପଯୁକ୍ତ ଯୋଗାଯୋଗ ମାଧ୍ୟମ ରହିଛି। ଦୁଇ ଦେଶର ସହମତିରେ ହୋଇଥିବା ରାଜିନାମା ଅନୁସାରେ ସମସ୍ୟାର ସମାଧାନ କରାଯାଉଛି। ଦେଶର ଅଖଣ୍ଡତା, ସୁରକ୍ଷା ଏବଂ ସୀମାରେ ଶାନ୍ତି ବଜାୟ ରଖିବାକୁ ଚୀନ୍‌ ବଦ୍ଧ ପରିକର।

ଲଦାଖରେ ଦୁଇ ଦେଶର ସେନା ମୁହାଁମୁହିଁ ସ୍ଥିତିରେ ଥିବା ବେଳେ ଗତକାଲି ଯୁଦ୍ଧ ପାଇଁ ପ୍ରସ୍ତୁତ କରିବାକୁ ଚୀନ୍‌ ସେନାକୁ କହିଥିଲେ ରାଷ୍ଟ୍ରପତି ସି ଜିନପିଙ୍ଗ। ଏପଟେ ଜାତୀୟ ସୁରକ୍ଷା ପରାମର୍ଶଦତାତା ଓ ଚିଫ୍‌ ଅଫ ଡିଫେନ୍‌ସ୍‌ ଷ୍ଟାଫ୍‌ ଜେନେରାଲ ବିପିନ୍‌ ରାଓ୍ଵତଙ୍କ ସହ ବୈଠକ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

KNews Bureau

Recent Posts

କଳିଙ୍ଗ ଷ୍ଟାଡିୟମ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କଲେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

ଭୁବନେଶ୍ୱର(କେନ୍ୟୁଜ୍‌): କ୍ରୀଡ଼ା ଓ ଯୁବସେବା ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି କଳିଙ୍ଗ ଷ୍ଟାଡିୟମ ଗସ୍ତ କରି ରାଜ୍ୟର…

7 mins ago

ଭୋଜି ଖାଇ ଫେରୁଥିଲେ ହେଲେ ଏକାସାଥିରେ ଆରପାରିକୁ ଚାଲିଗଲେ ଚାରି ସାଙ୍ଗ

ନୂଆପଡା (କେନ୍ୟୁଜ) : ଭୋଜି ଖାଇ ସାଙ୍ଗ ହୋଇ ଫେରୁଥିଲେ ଏହି ୪ ଜଣ ସାଙ୍ଗ । ଏମାନେ ୪…

12 mins ago

ଆଜି ସାରା ବିଶ୍ୱ ପାଳିଲା ‘ଆର୍ଟ ଅଫ୍ ଗିଭିଂ’ ଦିବସ

ଭୁବନେଶ୍ୱର(କେନ୍ୟୁଜ୍‌): ଜୁନ୍ ୧୭ ତାରିଖରେ ଭାରତ ସମେତ ବିଶ୍ୱର ୨୦୦ଟି ଦେଶର ୨୫ହଜାର ସ୍ଥାନରେ ୧୧ଶ ଅନ୍ତର୍ଜାତୀୟ ‘ଆର୍ଟ ଅଫ୍…

29 mins ago

ମହାନତା ଦେଖାଇଲେ ମୁଖ୍ୟମନ୍ତ୍ରୀ, ପୀଡିତଙ୍କୁ ୩୦ ହଜାର ଟଙ୍କା ସହ ଯୋଗାଇଲେ ଚିକିତ୍ସା

ଚାନ୍ଦବାଲି (କେନ୍ୟୁଜ): ଏ ଶରୀର କ୍ଷଣସ୍ଥାୟୀ । ସତରେ ଏ ଶରୀର କିଛି ନୁହେଁ ଆଜି ଭଲ ଅଛି ତ…

38 mins ago

ଏଲନ୍‌ ମସ୍କଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ, ଭାରତରେ ବ୍ୟାନ୍‌ କଲେ ୨ ଲକ୍ଷରୁ ଅଧିକ X ଆକାଉଣ୍ଟ, ହେଉଥିଲା ଘୃଣ୍ୟ କାର୍ଯ୍ୟ

ଏଲନ୍ ମସ୍କଙ୍କ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘X’ ଭାରତରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । X କର୍ପ ଏପ୍ରିଲ…

43 mins ago

ସ୍କୁଲ ଛୁଟି ନିଷ୍ପତ୍ତି ବଦଳିଲା, ସ୍ଥାନୀୟ ପାଣିପାଗ ଦେଖି ନିଷ୍ପତ୍ତି ନେବେ ଜିଲ୍ଲାପାଳ

ଭୁବନେଶ୍ୱର(କେନ୍ୟୁଜ୍‌): ସ୍କୁଲ ଛୁଟି ନିଷ୍ପତ୍ତି ନେବେ ଜିଲ୍ଲାପାଳ । ସ୍ଥାନୀୟ ପାଣିପାଗ ସୂଚନା ଭିତ୍ତିରେ ଜିଲ୍ଲାପାଳମାନେ ନିଷ୍ପତ୍ତି ନେବାକୁ ମୁଖ୍ୟମନ୍ତ୍ରୀଙ୍କ…

1 hour ago