ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ୨୧ ରୋଗୀ

ଚୀନର ରାଜଧାନୀ ବେଜିଂର ଡାକ୍ତରଖାନାରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ । ରୋଗୀ ବିଭାଗର ପୂର୍ବ ୱିଙ୍ଗରେ ଲାଗିଛି ନିଆଁ ।ଏଥିରେ ୨୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭୨ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି।

ନୂଆଦିଲ୍ଲୀ : ଚୀନ ହସ୍ପିଟାଲରେ ଅଗ୍ନିକାଣ୍ଡ, ୨୧ ମୃତ । ଚୀନର ରାଜଧାନୀ ବେଜିଂର ଡାକ୍ତରଖାନାରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ । ରୋଗୀ ବିଭାଗର ପୂର୍ବ ୱିଙ୍ଗରେ ଲାଗିଛି । ଏଥିରେ ୨୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭୨ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି।

ବେଜିଂସ୍ଥିତ ଚାଙ୍ଗଫେଙ୍ଗ ହସ୍ପିଟାଲରେ ଗତକାଲି ମଧ୍ୟାହ୍ନ ସମୟରେ ନିଆଁ ବାହାରୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏହାପରେ ଖବର ପାଇ ତୁରନ୍ତ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା। ସେତେବେଳକୁ ନିଆଁ ହୁତୁହୁତୁ ହୋଇ ଜଳୁଥିବା ବେଳେ ପ୍ରାଣ ବିକଳରେ ଲୋକେ ନିଜ ରୋଗୀଙ୍କୁ ଧରି ଚାରିଆଡ଼େ ଦୌଡ଼ିବାକୁ ଲାଗୁଥିଲେ। ଏହାକୁ ନିୟନ୍ତ୍ରଣ କରିବାକୁ ପ୍ରାୟ ଦେଢ଼ଘଣ୍ଟା ସମୟ ଲାଗିଥିଲା । ଅଗ୍ନିଶମ କର୍ମଚାରୀ ତୁରନ୍ତ ନିଆଁକୁ ଆୟତ୍ତ କରିବା ସହ ହସ୍ପିଟାଲରେ ଫସିଥିବା ଲୋକଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କରିଥିଲେ। ଉଦ୍ଧାର କାର୍ଯ୍ୟ ପରେ ମୋଟ ୭୨ ଜଣଙ୍କୁ ହସ୍ପିଟାଲରୁ ବାହାର କରାଯାଇଥିଲା । ଚିକିତ୍ସା ସମୟରେ ୨୧ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟମାନଙ୍କ ଚିକିତ୍ସା ଚାଲିଥିବା ବେଳେ ବହୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି। ତେଣୁ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

ପୋଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଅଗ୍ନିକାଣ୍ଡ ପଛର କାରଣ କ’ଣ ତାହା ସ୍ପଷ୍ଟ ହୋଇନାହିଁ। ଏହା ଏକ ଦୁର୍ଘଟଣା ନା ଏହା ପଛରେ କାହାର ହାତ ଅଛି ତାହାର ତଦନ୍ତ କରୁଛି ପୋଲିସ୍‌ ।