ସିନ୍‌ଜିଆଙ୍ଗ୍‌ରେ ଚୀନ୍‌ର ସାଂସ୍କୃତିକ ନରସଂହାର, ୧୬ ହଜାର ମସ୍‌ଜିଦ୍‌ ଭାଙ୍ଗି ଇସ୍‌ଲାମିକ ଇତିହାସ ନଷ୍ଟ କରିବାକୁ ପ୍ରଚେଷ୍ଟା

ଦକ୍ଷିଣ ଏସିଆରୁ ଆରମ୍ଭ କରି ପଶ୍ଚିମ ଦେଶ ପର୍ଯ୍ୟନ୍ତ ସାରା ଦୁନିଆକୁ ହଇରାଣ କରୁଥିବା ଚୀନ୍‌ ନିଜ ଦେଶରେ ମଧ୍ୟ ଖତରନାକ ଅଭିଯାନ ଜାରି ରଖିଛି । ଚୀନ୍‌ର ସିନ୍‌ଜିଆଙ୍ଗ ଅଞ୍ଚଳରେ ଉଇଗର ମୁସଲମାନଙ୍କ ଉପରେ ଚୀନ୍‌ର ଅତ୍ୟାଚାର ବିଷୟରେ ସାରା ଦୁନିଆ ଜାଣନ୍ତି । ଚୀନ୍‌ର କମ୍ୟୁନିଷ୍ଟ ପାର୍ଟି ସରକାର ଉଇଗର ମୁସଲ୍‌ମାନଙ୍କ ସଂସ୍କୃତିକୁ ଧ୍ୱଂସ କରି ସେମାନଙ୍କର ଇତିହାସ ସମାପ୍ତ କରିବାକୁ ସବୁ ପ୍ରକାର ଚେଷ୍ଟା ଜାରି ରଖିଛି ।

ସିନ୍‌ଜିଆଙ୍ଗର ଡାଟା ପ୍ରୋଜେକ୍ଟସ୍‌ରେ ଏହି ସମସ୍ତ ଡାଟା ପ୍ରକାଶ ପାଇଛି । ସିନ୍‌ଜିଆଙ୍ଗ ପ୍ରାନ୍ତରେ ପ୍ରାୟେ ୧୬ ହଜାର ମସ୍‌ଜିଦ୍‌କୁ ଭାଙ୍ଗି ଦିଆଯାଇଥିବା ଏହି ଡାଟାରେ ପ୍ରକାଶ ପାଇଛି ।

chin-muslim.JPG-1

ରିପୋର୍ଟରେ କୁହାଯାଇଛି ଯେ ୨୦୧୭ ମସିହାରେ ହୋଇଥିବା କାର୍ଯ୍ୟାନୁଷ୍ଠାନରେ ୧୦ ଲକ୍ଷରୁ ଅଧିକ ମୁସଲମାନ୍‌ଙ୍କୁ ବନ୍ଦୀ କରାଯାଇଥିଲା । ଏଥିସହ ତାଙ୍କର ଧାର୍ମିକସ୍ଥଳକୁ ମଧ୍ୟ ନଷ୍ଟ କରାଯାଇଥିଲା । ରିପୋର୍ଟରେ ଆହୁରି କୁହାଯାଇଛି ଯେ ସେଠାରେ ଥିବା ପ୍ରାୟ ୪୦୦ କବ୍ରସ୍ତାନକୁ ଅପବିତ୍ର କରାଯାଇ ସେଠାରେ ଅନ୍ୟ ନିର୍ମାଣ କରାଯାଇଥିବା ଜଣାଯାଇଛି ।

chin-muslim.JPG-2

୨୦୧୫ରେ ଜଣେ କମ୍ୟୁନିଷ୍ଟ ପାର୍ଟି ଅଧିକାରୀ କହିଥିଲେ ଯେ ସିନ୍‌ଜିଆଙ୍ଗ୍‌ରେ ଧାର୍ମିକ କାର୍ଯ୍ୟକ୍ରମ ପାଇଁ ଥିବା ମସ୍‌ଜିଦ୍‌ ଆବଶ୍ୟକ ଠାରୁ ଅଧିକ । ତେଣୁ ମସ୍‌ଜିଦ୍‌ ଭାଙ୍ଗିବାକୁ ସେ ନିର୍ଦ୍ଦେଶ ଦେଇଥିବା କଥା କହିଥିଲେ । ଏକ ଆକଳନ ଅନୁଯାୟୀ ସେଠାରେ ପ୍ରାୟ ୮୫୦୦ ମସ୍‌ଜିଦ୍‌କୁ ଭାଙ୍ଗି ଦିଆଯାଇଛି । କେବେଳ ମସ୍‌ଜିଦ୍‌ ନୁହେଁ ମଜାର ଓ ସାଂସ୍କୃତିକ ସ୍ଥଳକୁ ମଧ୍ୟ ଭାଙ୍ଗି ଦିଆଯାଇଛି ।

chin-muslim.JPG-3

ଏଠାରେ ମୁସଲମାନ୍‌ଙ୍କ ପରିଚୟ ସମୂଳେ ନଷ୍ଟ କରିଦେବାକୁ ଷଡଯନ୍ତ୍ର କରାଯାଉଛି ବୋଲି ଅଭିଯୋଗ କରାଯାଇଛି । ଉଇଗୋର୍‌ ମୁସଲମାନଙ୍କ ପାଇଁ ଚୀନ୍‌ ଏବେ ନରକ ଯନ୍ତ୍ରଣା ହୋଇଯାଇଛି ।