କରୋନା ଭୟରେ ବର୍ବରତାର ସବୁ ସୀମା ଟପିଲା ଚୀନ୍‌, ଘୁଷୁରୀଙ୍କୁ ଜୀଅନ୍ତା ଜାଳିଦେଉଥିବା ଭିଡିଓ ହେଉଛି ଭାଇରାଲ

କରୋନା ଧୀରେ ଧୀରେ ଚୀନ୍‌ରେ ନିଜ କାୟାବିସ୍ତାର କରିସାରିଲାଣି। ଏବେ ପଡ଼ୋଶୀ ଦେଶକୁ ମଧ୍ୟ ଏହା ଧୀରେ ଧୀରେ ବ୍ୟାପିବା ଆରମ୍ଭକଲାଣି। ତେବେ ଜୀବଜନ୍ତୁଙ୍କ ଶରୀରରୁ ଏହି ମାରାତ୍ମକ ରୋଗ ବ୍ୟାପୁଥିବା ଜଣାପଡ଼ିବା ପରେ ବର୍ତ୍ତମାନ ଚୀନ୍‌ରେ ଜୀବଜନ୍ତୁଙ୍କୁ ଘରୁ ତଡ଼ିବା ସହ ମାରୁଥିବା ଜଣାଯାଇଛି। କିଛି ଦିନ ତଳେ ଜଣେ ଘର ମାଲିକ ୫ଟି ବିଲେଇକୁ ଛାତରୁ ଫିଙ୍ଗି ହତ୍ୟା କରିଥିବା ଫଟୋ ସାମ୍ନାକୁ ଆସିଥିଲା। ଏଥିସହ ଆଉ କିଛି ଲୋକ ଗୃହପାଳିତ ପଶୁଙ୍କୁ ମଧ୍ୟ ହତ୍ୟା କରୁଥିବା ସୂଚନା ମିଳିଥିଲା।

ତେବେ ନିକଟରେ ସୋସିଆଲ ମିଡିଆରେ ଆଉ ଏକ ସେଭଳି ପଶୁଙ୍କୁ ମାରୁଥିବା ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ଘୁଷୁରୀଙ୍କୁ ଅତିନିର୍ମମ ଭାବେ ହତ୍ୟା କରାଯାଉଥିବା ଦେଖାଯାଇଛି। ଭିଡିଓ ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ। ଭାଇରାଲ ଭିଡିଓରେ ଦେଖାଯାଇଛି ଯେ ଏକ ଗାତରେ ପଲେ ଘୁଷୁରୀଙ୍କୁ ରଖାଯାଇଛି। ଗାତ ବାହାରେ ଏକ ଜେସିବି ରହିଛି। ଜେସିବି ସାହାଯ୍ୟରେ ଏକ ନିଆଁ  ପିଣ୍ଡୁଳାକୁ ଘୁଷୁରୀଙ୍କ ଉପରକୁ ଫିଙ୍ଗାଯାଇଛି। ପରେ ମାତ୍ର କିଛି ସେକେଣ୍ଡରେ ଘୁଷୁରୀମାନେ ଜିଅନ୍ତା ଜଳିଯାଇଥିଲେ। ଘୁଷୁରୀଙ୍କ ଦେହରେ ତତ୍‌କ୍ଷଣାତ୍‌ ନିଆଁ ଲାଗିଯାଇଥିବାରୁ ପୂର୍ବରୁ ହିଁ ତାଙ୍କ ଦେହରେ ପେଟ୍ରୋଲ ଢଳାଯାଇଥିବା ଅନୁମାନ କରାଯାଉଛି। ପରେ ଅର୍ଦ୍ଧଦଗ୍ଧ ଘୁଷୁରୀଙ୍କ ଉପରେ ଜେସିବିରେ ମାଟି ପକାଇ ସେମାନଙ୍କୁ ଜୀବନ୍ତ ପୋତି ଦିଆଯାଇଥିଲା।

Image result for chinese-govt-burning-pigs-alive-to-contain-coronavirus

ସୋସିଆଲ ମିଡିଆରେ ଏହି ଭିଡିଓଟି ପୋଷ୍ଟ କରାଯାଇ ଲେଖାଯାଇଛି ଯେ କରୋନା ଯୋଗୁ ଚୀନ୍‌ରେ ଏଭଳି ଅମାନୁଷିକ ଭାବେ ଜୀବଜନ୍ତୁଙ୍କୁ ହତ୍ୟା କରାଯାଉଛି। କିନ୍ତୁ ଏହି ଭିଡିଓଟି କେତେ ସତ କେତେ ମିଛ ତାହା ସ୍ପଷ୍ଟ ଭାବେ ଜଣାପଡ଼ିନାହିଁ। କେବଳ ଜୀବଜନ୍ତୁ ନୁହେଁ କରୋନା ଆକ୍ରାନ୍ତ ମଣିଷଙ୍କୁ ମଧ୍ୟ ଚୀନ ସରକାର ହତ୍ୟା କରୁଥିବା ଅଭିଯୋଗ ହୋଇଛି।

You might also like