ଦେଶ ବିଦେଶ

ଦୁର୍ବଳ ସ୍ଥିତିରେ ଚୀନ୍‌! ଲଦାଖରେ ଅସୁସ୍ଥ ହେଉଛନ୍ତି ଡ୍ରାଗନ୍‌ ସେନା

ପୂର୍ବ ଲଦାଖରେ ବାସ୍ତବିକ ନିୟନ୍ତ୍ରଣ ରେଖା (LAC) କୁ ନେଇ ଭାରତ ଏବଂ ଚୀନ୍‌ ର ଗତିରୋଧ ମଧ୍ୟରେ ବର୍ତ୍ତମାନ ପିପୁଲ୍ସ ଲିବରେସନ ଆର୍ମି (PLA) ଅର୍ଥାତ ଚୀନ୍‌ ସେନାର ଯବାନଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାକୁ ଲାଗିଛି। ସୂଚନା ମୁତାବକ ଯେଉଁଠାରେ ଦୁଇ ଦେଶର ଯବାନ ଉପସ୍ଥିତ ଅଛନ୍ତି ସେଠାରେ ବର୍ତ୍ତମାନ ଠାରୁୁ ଥଣ୍ଡା ଆରମ୍ଭ ହୋଇସାରିଲାଣି ଏବଂ ସେଠାରେ ତାପମାତ୍ରା -୫୦ ଡିଗ୍ରୀକୁ ଯାଉଛି। ଏହି ଘଟଣାରେ ଜଣେ ସୈନିକ କହିଛନ୍ତି, ଚୀନ୍‌ ମେଡିକାଲ ଟିମ୍‌ ପିପୁଲ୍ସ ଲିବରେସନ୍‌ ଆର୍ମିର କିଛି ସୈନିକଙ୍କୁ ପାଙ୍ଗୋଙ୍ଗ ହ୍ରଦର ଉତ୍ତର ତଟ୍ଟରେ ଫିଂଗର ଅଞ୍ଚଳ ନିକଟରେ ଥିବା ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ଜଣେ ଅଧିକାରୀଙ୍କ କହିବାନୁଯାୟୀ, ଚୀନ ସେନାର ଯବାନଙ୍କ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଦେବାରୁ ତିନି ଦିନ ମଧ୍ୟରେ ଫିଙ୍ଗର ୪ରୁ ଫିଙ୍ଗର ୬ ରେ ଥିବା ଏକ ହସ୍ପିଟାଲକୁ ନିଆଯାଇଛି।

ଫିଙ୍ଗର ଏରିଆ ହେଉଛି ପାଙ୍ଗଙ୍ଗ ହ୍ରଦକୁ ଦେଖୁଥିବା ସିରିଜାପ୍ ରେଞ୍ଜ ବାହାରେ ଆଠଟି ପଥରର ଏକ ଗୋଷ୍ଠୀ | ଏହି ସ୍ଥାନ ଉଭୟ ଦେଶର ସୈନ୍ୟବାହିନୀଙ୍କ ଗତିରୋଧ ସ୍ଥାନ ମଧ୍ୟରୁ ଏକ । ଏଠାରେ ଉଭୟ ସୈନ୍ୟବାହିନୀ ସେମାନଙ୍କ ଅଗ୍ରଗାମୀ ପୋଷ୍ଟରେ ପ୍ରାୟ ୧ ଲକ୍ଷ ସୈନିକ ନିୟୋଜିତ କରିଛନ୍ତି।

ଭାରତୀୟ ସେନାରେ ପର୍ଯ୍ୟାପ୍ତ ଚିକିତ୍ସା ସୁବିଧା ରହିଛି

ସୂଚନା ମୁତାବକ ୧୬,୦୦୦ ରୁ ୧୭,୦୦୦ ଫୁଟ୍‌ ଉଚ୍ଚରେ ପାଣିପାଗ ଭାରତୀୟ ଏବଂ ଜୀନ୍‌ ସୈନିକଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ସୃଷ୍ଟି କରିପାରେ। ବର୍ତ୍ତମାନ ଅତ୍ୟଧିକ ଥଣ୍ଡା ଆସିନାହିଁ କିନ୍ତୁ ଆଗାମୀ ସପ୍ତାହ ଏବଂ ମାସରେ ପରିସ୍ଥିତି ଖରାପ ହୋଇପାରେ। ରିପୋର୍ଟ ଅନୁଯାୟୀ, ଅନ୍ୟ ଜଣେ ଅଧିକାରୀ କହିଛନ୍ତି ଯେ ପୂର୍ବ ଲଦାଖ ସେକ୍ଟରରେ ଥିବା ଭାରତୀୟ ସୈନିକମାନଙ୍କୁ ଉଚ୍ଚତାରେ ନିୟୋଜିତ ହେବା ପାଇଁ ଆବଶ୍ୟକ ଯୋଗ୍ୟତା ଅର୍ଜନ କରିବାକୁ ପଡିବ। ଆହୁରି ମଧ୍ୟ ଯେକୌଣସି ଜରୁରୀକାଳୀନ ପରିସ୍ଥିତି ପାଇଁ ପର୍ଯ୍ୟାପ୍ତ ଚିକିତ୍ସା ସୁବିଧା ଉପଲବ୍ଧ ରହିଛି |

KNews Bureau

Recent Posts

ଡାକ୍ତରଖାନାରେ ଶିଶୁକୁ ଚୋରି କରି ନେବା ବେଳେ ଧରିଲେ ଡାକ୍ତରଖାନାର ସୁରକ୍ଷାକର୍ମୀ

ସୁବର୍ଣ୍ଣପୁର(କେନ୍ୟୁଜ୍‌) : ପୁଣି ସାମ୍ନାକୁ ଆସିଲା ପିଲାଚୋରି ଅଭିଯୋଗ । ପୂର୍ବରୁ ଏପରି ଘଟଣା ଅନେକ ଥର ଆମ ସାମ୍ନାକୁ…

33 mins ago

ଓଡିଆ ପଣ୍ଡିତଙ୍କୁ ଗଙ୍ଗା ଘାଟ ଛାଡିବାକୁ ବାଧ୍ୟ କରାଯାଉଛି, ଚିନ୍ତାରେ ବର୍ଷ ବର୍ଷ ଧରି ରହିଆସୁଥିବା ଓଡିଆ ବ୍ରାହ୍ମଣ

କୋଲକାତା (କେନ୍ୟୁଜ) : ପୁଣ୍ୟତୋୟା ଗଙ୍ଗା ଘାଟଗୁଡ଼ିକ ଧର୍ମ ସଂସ୍କୃତି ଓ ଆସ୍ଥାର ପ୍ରମୁଖ ସ୍ଥଳୀ ଭାବରେ ପରିଚିତି ଲାଭ…

2 hours ago

ଘରେ କଳାକନା ବୁଲାଇ ୨୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ଆସବାବ ପତ୍ର ନେଇଗଲେ ଚୋର

ତାଳଚେର (କେନ୍ୟୁଜ) : ଯଦି ଆପଣ କେବେ ନିଜ ଘର ତାଲା ପକାଇ ବନ୍ଧୁ ଘର କିମ୍ବା ସମ୍ପର୍କୀୟଙ୍କ ଘରକୁ…

2 hours ago

କଳିଙ୍ଗ ଷ୍ଟାଡିୟମ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କଲେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

ଭୁବନେଶ୍ୱର(କେନ୍ୟୁଜ୍‌): କ୍ରୀଡ଼ା ଓ ଯୁବସେବା ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି କଳିଙ୍ଗ ଷ୍ଟାଡିୟମ ଗସ୍ତ କରି ରାଜ୍ୟର…

2 hours ago

ଭୋଜି ଖାଇ ଫେରୁଥିଲେ ହେଲେ ଏକାସାଥିରେ ଆରପାରିକୁ ଚାଲିଗଲେ ଚାରି ସାଙ୍ଗ

ନୂଆପଡା (କେନ୍ୟୁଜ) : ଭୋଜି ଖାଇ ସାଙ୍ଗ ହୋଇ ଫେରୁଥିଲେ ଏହି ୪ ଜଣ ସାଙ୍ଗ । ଏମାନେ ୪…

2 hours ago

ଆଜି ସାରା ବିଶ୍ୱ ପାଳିଲା ‘ଆର୍ଟ ଅଫ୍ ଗିଭିଂ’ ଦିବସ

ଭୁବନେଶ୍ୱର(କେନ୍ୟୁଜ୍‌): ଜୁନ୍ ୧୭ ତାରିଖରେ ଭାରତ ସମେତ ବିଶ୍ୱର ୨୦୦ଟି ଦେଶର ୨୫ହଜାର ସ୍ଥାନରେ ୧୧ଶ ଅନ୍ତର୍ଜାତୀୟ ‘ଆର୍ଟ ଅଫ୍…

2 hours ago