ଚନ୍ଦ୍ରପୃଷ୍ଠରୁ ମାଟି ଓ ପଥର ଆଣିଲେ ଚୀନ ବୈଜ୍ଞାନିକ, ପରୀକ୍ଷଣ ପରେ ମିଳିଲା ପୃଥିବୀପୃଷ୍ଠ ସହ ସାମଞ୍ଜସ୍ୟ

ଚୀନ ବୈଜ୍ଞାନିକ ପରୀକ୍ଷଣ ପାଇଁ ଚନ୍ଦ୍ରପୃଷ୍ଠରୁ କିଛି ମାଟି ଓ ପଥର ଆଣିଛନ୍ତି । ଚନ୍ଦ୍ରପୃଷ୍ଠରୁ କିଛି ଅଂଶ ଆଣିବା ପରେ ଚନ୍ଦ୍ରପୃଷ୍ଠକୁ ପୃଥିବୀ ସହ ତୁଳନା କରିଛନ୍ତି ବୈଜ୍ଞାନିକମାନେ । ସେହି ମାଟି ଓ ପଥର ପରୀକ୍ଷା ଓ ନିରିକ୍ଷଣରୁ ସଂକେତ ମିଳୁଛି ଯେ, ପୃଥିବୀପୃଷ୍ଠ ଅପେକ୍ଷା ଚନ୍ଦ୍ରପୃଷ୍ଠ ଶୁଖିଲା ହୋଇପାରେ । ସ୍ପଷ୍ଟ ଚିତ୍ର ପାଇଁ ଅଧିକ ନମୁନାର ଆବଶ୍ୟକତା ରହିଛି ।

ସୂଚନାନୁଯାୟୀ, ଚନ୍ଦ୍ରପୃଷ୍ଠରେ ଥିବା ପାଣିରୁ ଚନ୍ଦ୍ରମାର ବିକାଶ ସମ୍ପର୍କରେ ଜାଣିହେବ ବୋଲି ବୈଜ୍ଞାନିକମାନେ କହିଛନ୍ତି । ଚନ୍ଦ୍ରମାଠାରୁ ଦୂରରେ ଅବତରଣ କରିବାରେ ଚୀନ ଦେଶ ପ୍ରଥମ ଥିଲା । ବୈଜ୍ଞାନିକମାନେ ପାଞ୍ଚ ଗ୍ରାମ ମାଟିର ନମୁନା ନେଇ ପରୀକ୍ଷା କରିଥିଲେ । ପୂର୍ବ ଦଶନ୍ଧିଗୁଡିକରେ ସଂଗୃହୀତ ହୋଇଥିବା ନମୁନା ତୁଳନାରେ, ଏଗୁଡିକରେ ଜଳର ପ୍ରଚୁରତା ପ୍ରତି ଗ୍ରାମ ପିଛା ୧.୫ ମାଇକ୍ରୋଗ୍ରାମରୁ କମ୍ ବୋଲି କୁହାଯାଉଛି । ‘ଚାଙ୍ଗଇ ୬’ ଦକ୍ଷିଣ ଧ୍ରୁବ-ଏଟକେନ ବୋସିନ ଦ୍ବାରା ଜ୍ବାଳାମୁଖୀରୁ ପଥର ଓ ମାଟି ବାହାର କରିଥିଲା ।

ଅନ୍ୟପଟେ ନେଚର ଜର୍ଣ୍ଣାଲରେ ପ୍ରକାଶିତ ଏହି ଅଧ୍ୟୟନରେ କୁହାଯାଇଛି ଯେ କମ୍ ସଂଖ୍ୟକ ନମୁନା ଯୋଗୁଁ, ଏହି ଶୁଷ୍କ ଅବସ୍ଥା କେତେ ବ୍ୟାପକ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏଥିରେ କୁହାଯାଇଛି ଯେ ଅଧିକ ନମୁନା ଅଧ୍ୟୟନ କରାଯିବା ଆବଶ୍ୟକ।

 

Also Read : ଇତିହାସ ରଚିଲା ଜାପାନ, ଚନ୍ଦ୍ରପୃଷ୍ଠରେ ପହଞ୍ଚିଥିବା ୫ମ ଦେଶ