ଦେଶ ବିଦେଶ

ମୋଦିଙ୍କ ଧମକ ନା ଡିଜିଟାଲ ଷ୍ଟ୍ରାଇକ ! କାହା ଚାପରେ ପଛକୁ ହଟିଲା ଡ୍ରାଗନ ସେନା

ଶେଷରେ ଗଲଓ୍ଵାନ ଘାଟିରୁ ପଛଘୁଞ୍ଚା ଦେଲା ଚୀନ ସେନା । ପାଖାପାଖି ଦୁଇ କିଲୋମିଟର ପଛକୁ ହଟିଲା ଚୀନ ସେନା । ଚିନ ସହ ଭାରତୀୟ ସେନା ବି ନିଜ ସ୍ଥାନରୁ ପଛକୁ ହଟିଛି । ଖବର ଅନୁଯାୟୀ ଗଲଓ୍ଵାନ ନଦୀ କୂଳରେ ଥିବା ଚୀନର କ୍ୟାମ୍ପକୁ ଉଠାଇନେଇଛି ଡ୍ରାଗନ୍ ସେନା ‌ । ଏହା ସହ ଗଲଓ୍ଵାନ ଘାଟି ସୀମାରେ ଚୀନ ନିୟାଜିତ କରିଥିବା ଯବାନ, ଗାଡି ସବୁକୁ ଦୁଇ କିଲୋମିଟର ପଛକୁ ନେଇଛି । କମାଣ୍ଡର ସ୍ତରୀୟ ଆଲୋଚନା ପରେ ହିଂସା ହୋଇଥିବା ସ୍ଥାନରୁ ପଛକୁ ହଟାଇଛି ଚୀନ । ଏନେଇ ଭାରତୀୟ ସେନା ସୂଚନା ଦେଇଛି । ଏକ ଜାତୀୟ ସମାଚାର ଏଜେନ୍ସିର ସୂଚନା ଅନୁଯାୟୀ, ୪୮ ଘଂଟା ଧରି ଗଭୀର କୂଟନୀତିକ ଚର୍ଚ୍ଚା ଓ ଆଲୋଚନା ଜାରି ରହିବା ପରେ ପଛକୁ ହଟିବାକୁ ରାଜି ହୋଇଛି ଚିନ ସେନା । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଳେହ ଯାତ୍ରା ଚିନକୁ ଏପରି କରିବାକୁ ବାଧ୍ୟ କରିଛି ବୋଲି ପ୍ରକାଶ କରିଛନ୍ତି ।

ଅନ୍ୟ ପକ୍ଷରେ ଭାରତୀୟ ସେନା ତରଫରୁ ଜାରି ହୋଇଥିବା ସୂତ୍ରରୁ ଜଣାଯାଇଛିଯେ, କମାଣ୍ଡର ସ୍ଥରୀୟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ଚିନ ସେନା ବିବାଦୀୟ କ୍ଷେତ୍ରରୁ ନିଜ ତରଫରୁ ପକାଯାଇଥିବା ତମ୍ବୁ , ଗାଡି, ସୈନିକ ଆଦିଙ୍କୁ ୧ ରୁ ୨ କିଲୋମିଟର ପର‌୍ୟ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି । କିନ୍ତୁ ବିଶେଷ ସୂଚନାରୁ ଜଣାଯାଇଛିଯେ, ଚୀନର ଏକ ଭାରି ଯାନ ଏବେ ବି ଗଳବାନ କ୍ଷେତ୍ରରେ ମହଜୂତ ଅଛି । ଏହି କାରଣରୁ ଭାରତୀୟ ସେନା ସତର୍କତାର ସହ ସ୍ଥିତିର ସମୀକ୍ଷା ଜାରି ରଖିଛି । ସୂତ୍ର ଅନୁଯାୟୀ, ଚୀନ ସୈନିକ ପାଟ୍ରୋଲିଙ୍ଗ ପଏଣ୍ଟ-୧୪ରୁ ପଛକୁ ହଟି ଯାଇଛି । କହିରଖିବା ଉଚିତ ହେବକି, ମୁଖ୍ୟତଃ ଏହି ସ୍ଥାନକୁ ନେଇ ହିଁ ଦୁଇ ଦେଶ ମଧ୍ୟରେ ବିବାଦ ଲାଗି ରହିଥିଲା ।

କହିରଖିବା ଉଚିତ ହେବକି, ଜୁନ ୩୦ ତାରିଖରେ ଅନୁଷ୍ଠିତ ହୋଇଥିବା ଉଚ୍ଚ ବୈଠକରେ ଦୁଇ ପକ୍ଷଙ୍କ ତରଫରୁ ନିଷ୍ପତି ନିଆଯାଇଥିଲା, ଚୀନ ସେନା ସୀମାରେ ଚାଲୁରହିଥିବା ନିଜ ନିର୍ମାଣାଧୀନ କାମ, ଯବାନ ତଥା ସୈନ୍ୟ ବାହନ ଗୁଡିକୁ ୩ ଦିନ ଭିତରେ ହିଁ ପଛକୁ ହଟାଇଦେବ । ଯେବେକି ପୟୋଗଙ୍ଗ ହ୍ରଦ ଓ ହଟ ସ୍ପ୍ରିଙ୍ଗରୁ ପାଞ୍ଚ ଦିନ ମଧ୍ୟରେ ପଛକୁ ହଟିବା ନେଇ ନିର୍ଣ୍ଣୟ ନିଆ ଯାଇଥିଲା । ସୂଚନା ଦେବା ଯୋଗ୍ୟକି, ଜୁନ ୧୫ ତାରିଖ ବିଳମ୍ବିତ ରାତ୍ରି ସମୟରେ ଚୀନ ଓ ଭାରତ ସେନାଙ୍କ ମଧ୍ୟରେ ସଂଘର୍ଷ ତୀବ୍ର ରୂପ ନେଇଥିଲା । ଏହି ହାତାହାତିରେ ୨୦ ଭାରତୀୟ ଯବାନ ସହିଦ ହେବା ସହ ୪୩
ଡ୍ରାଗନ ସେନାଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣା ପରେ ଦୁଇ ଦେଶ ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚିଥିଲା । ସୀମା ବିବାଦକୁ କେନ୍ଦ୍ର କରି ଭାରତ ସରକାର ୫୯ ଟି ଚୀନ ଆପକୁ ଭାରତ ବଜାରରୁ ବ୍ୟାନ କରିଦେଇଛନ୍ତି ।

KNews Bureau

Recent Posts

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

5 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

8 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

15 mins ago

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

41 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

50 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

1 hour ago