ମୁଣ୍ଡରେ ପଗଡି, ବେକରେ ରୁଦ୍ରାକ୍ଷ ପିନ୍ଧି ଭାରତ ସୀମାରେ ଚୀନ ମହିଳା, ପାସପୋର୍ଟ ଗୁପ୍ତ ରହସ୍ୟର ହେଲା ପର୍ଦ୍ଦାଫାସ୍

ଭାରତ-ନେପାଳ ସୀମାରେ ଜଣେ ଚୀନା ମହିଳା ଭାରତ ଭିତରକୁ ପଶି ଆସିଛନ୍ତି । ତେବେ ସୀମାରେ ସୁରକ୍ଷା କର୍ମୀମାନେ ମହିଳାଙ୍କୁ ଅଟକ ରଖିଥିଲେ । ମହିଳା ଜଣକ ବିନା ଭିସାରେ ଭାରତରେ ପ୍ରବେଶ କରିଥିବା ପରେ ଜଣାପଡିଛି । ଉତ୍ତରାଖଣ୍ଡ ଚମ୍ପୱାଟର ପୋଲିସ ଅଧିକ ଯାଞ୍ଚ କରିବା ପରେ ପୁଣି ମହିଳାଙ୍କୁ ଛାଡି ଦେଇଛି ।

ଏହି ମହିଳା ନିଜକୁ ସନ୍ୟାସିନୀର ପରିଚୟ ଦେଇ ଭାରତରେ ପ୍ରବେଶ କରିଥିଲେ। ବିନା ଭିସାରେ ସେ ସୀମା ପାରି ହୋଇଥିଲେ । ସବୁଠାରୁ ମଜାଦାର କଥା ହେଉଛି, ସେ ତାଙ୍କ ମୁଣ୍ଡରେ ପଗଡି ବାନ୍ଧିବା ସହିତ ଓମ୍ ନମଃ ଶିବାୟ ବୋଲି ଲେଖିଥିଲେ । ପୁଣି ଧଳା ଧୋତି ପିନ୍ଧି ବେକରେ ରୁଦ୍ରାକ୍ଷ ମାଳା ପକାଇଥିଲେ । ସନ୍ଦେହ ହେବାରୁ ବୁଧବାର ଦିନ ଅପରାହ୍ନ ୨ଟା ସମୟରେ ସୁରକ୍ଷା କର୍ମୀ ତାଙ୍କୁ ଧରିଛି । ଯାଞ୍ଚ ସମୟରେ ତାଙ୍କ ନିକଟରୁ ଏକ ପାସପୋର୍ଟ ମିଳିଥିଲା । ମହିଳା ଜଣକ ଚୀନ ନାଗରିକ ବୋଲି ପାସପୋର୍ଟରୁ ଚିହ୍ନଟ କରାଯାଇଛି ।

ଅନ୍ୟପଟେ ଆଇନଗତ ଭାବେ ମହିଳାଙ୍କୁ ଭାରତୀୟ ଇମିଗ୍ରେସନ ବିଭାଗକୁ ହସ୍ତାନ୍ତର କରାଯାଇଥିଲା । ପରେ ତାଙ୍କୁ ନେପାଳ ପଠାଇ ଦିଆଯାଇଥିଲା । କିନ୍ତୁ SSBର ବାଟାଲିୟନ କମାଣ୍ଡାଣ୍ଟ କହିଛନ୍ତି ଯେ, ସୁରକ୍ଷାକର୍ମୀଙ୍କ ସତର୍କତା ଯୋଗୁଁ ଚୀନ ଯୁବତୀଙ୍କୁ ଧରି ତଦନ୍ତ କରିବା ସମ୍ଭବ ହେଲା । ତେବେ ପଚରାଉଚରା ପରେ ତାଙ୍କୁ ପୁଣି ଚୀନକୁ ଫେରାଇ ଦିଆଗଲା।

 

Also Read : କୂଅ ସଫେଇବେଳେ ଚାଲିଗଲା ୮ ଜୀବନ, ମୃତକଙ୍କ ପରିବାରକୁ ସରକାରଙ୍କ ଆର୍ଥିକ ସହାୟତା