ଶାହାଜାହାଁପୁର ଦୁଷ୍କର୍ମ ମାମଲା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱାମୀ ଚିନ୍ମୟାନନ୍ଦ ଗିରଫ

ଉତ୍ତରପ୍ରଦେଶ : ଶାହାଜାହାଁପୁର ଦୁଷ୍କର୍ମ ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ସ୍ୱାମୀ ଚିନ୍ମୟାନନ୍ଦ ଗିରଫ । ୟୁପିର ସ୍ପେଶାଲ ଇନଭେଷ୍ଟିଗେସନ୍‌ ଟିମ୍‌ ଚିନ୍ମୟାନନ୍ଦଙ୍କୁ ଶାହାଜାହାଁପୁରରୁ ଗିରଫ କରିଛନ୍ତି । ତାଙ୍କ ମେଡିକାଲ୍‌ ଟେଷ୍ଟ ପାଇଁ ଜିଲ୍ଲା ହସ୍ପିଟାଲକୁ ନିଆଯାଇଛି । ଏହାପରେ ସ୍ୱାମୀ ଚିନ୍ମୟାନନ୍ଦଙ୍କୁ କୋର୍ଟରେ ହାଜର କରାଯିବ । ଜଣେ ଆଇନ ଛାତ୍ରୀ ଚିନ୍ମୟାନନ୍ଦଙ୍କ ବିରୋଧରେ ଯୌନ ଶୋଷଣର ଅଭିଯୋଗ ଆଣିଥିଲେ । ଏହି ଘଟଣା ସହ ଜଡ଼ିତ ଏକ ଭିଡ଼ିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ୍‌ ହୋଇଛି ।