ଦେଶ ବିଦେଶ

କଙ୍ଗନା ରାଣାଓ୍ଵତଙ୍କୁ ଭେଟିଲେ ଚିରାଗ ପାସଓ୍ଵାନ, ସଂସଦ ପରିସରରେ ପରସ୍ପରକୁ କଲେ ସ୍ୱାଗତ

୨୦୨୪ ଲୋକସଭା ନିର୍ବାଚନର ଫଳାଫଳ ଘୋଷଣା ପରେ ଏବେ ମୋଦି ସରକାର ପୁଣିଥରେ କେନ୍ଦ୍ରରେ ସରକାର ଗଢ଼ିବାକୁ ଯାଉଛନ୍ତି । ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ । ସରକାର ଗଠନ ପୂର୍ବରୁ ଆଜି ସଂସଦ ଭବନର ସେଣ୍ଟ୍ରାଲ ହଲରେ ଏନ୍‌ଡିଏର ବୈଠକ ବସିଛି । ଏଥିରେ ଏନ୍‌ଡିଏର ସମସ୍ତ ଅଂଶୀଦାର ଦଳର ନବନିର୍ବାଚିତ ସାଂସଦ ଏବଂ ନେତାମାନେ ଯୋଗଦେଇଛନ୍ତି ।

ତେବେ ଏହି ବୈଠକ ପୂର୍ବରୁ ସଂସଦ ଭବନ ପରିସରରୁ ବିଜେପିର ନବନିର୍ବାଚିତ ସାଂସଦ କଙ୍ଗନା ରାଣାଓ୍ଵତଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି । ଏଥିରେ ସେ ଲୋକ ଜନଶକ୍ତି ପାର୍ଟିର ଅଧ୍ୟକ୍ଷ ଚିରାଗ ପାସୱାନଙ୍କ ସହ ନଜର ଆସିଛନ୍ତି । ଭିଡିଓରେ ଚିରାଗ ପାସୱାନ କଙ୍ଗନାଙ୍କୁ ଖୁସିରେ ସ୍ୱାଗତ କରୁଥିବାର ଦେଖିବାକୁ ମିଳିଛି । ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନ ଜିତିବା ପରେ ବର୍ତ୍ତମାନ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି ।

ଚିରାଗ ପାସୱାନ କଙ୍ଗନାଙ୍କୁ ଦେଖିବା ମାତ୍ରେ ତାଙ୍କୁ ଡାକି ହାତ ମିଳାଇଥିଲେ । ଏହାପରେ ଦୁହେଁ ପରସ୍ପର ସହ କଥା ହୋଇଥିଲେ । ସୋସିଆଲ ମିଡିଆରେ କଙ୍ଗନା ଓ ଚିରାଗ ପାସୱାନଙ୍କର ଏହି ଭିଡିଓକୁ ବହୁତ ପସନ୍ଦ କରାଯାଉଛି । ନିକଟରେ ଚଣ୍ଡିଗଡ଼ରେ କଙ୍ଗନାଙ୍କୁ ଚାପୁଡ଼ା ମରାଯିବା ଘଟଣାରେ ମଧ୍ୟ ଚିରାଗ ପାସୱାନ ତାଙ୍କୁ ସମର୍ଥନ ଜଣାଇଥିଲେ । ସେ ତାଙ୍କୁ ଜଣେ ଶକ୍ତିଶାଳୀ ମହିଳା ବୋଲି କହିଥିଲେ ।

ସୂଚନାଥାଉ କି, କେନ୍ଦ୍ରରେ ସରକାର ଗଠନ ପୂର୍ବରୁ ଆଜି ଏନ୍‌ଡିଏର ବୈଠକରେ ଯୋଗଦେବା ପାଇଁ କଙ୍ଗନା ରାଣାୱତ ଓ ଚିରାଗ ପାସୱାନ୍ ମଧ୍ୟ ପହଞ୍ଚିଥିଲେ । ଏହି ବୈଠକ ପୂର୍ବରୁ ଉଭୟଙ୍କ ମଧ୍ୟରେ ସଂସଦ ପରିସରରେ ସାକ୍ଷାତ ହୋଇଥିଲା । ଏହି ସମୟରେ ଦୁହେଁ ପରସ୍ପରକୁ ଆଲିଙ୍ଗନ କରି ସ୍ୱାଗତ କରିଥିଲେ । କହି ରଖୁଛୁ, ଚିରାଗ ପାସୱାନ୍ ଓ କଙ୍ଗନା ରାଣାୱତଙ୍କ ପରିଚୟ ବହୁ ପୁରୁଣା । ସେମାନେ ଏକାଠି ଏକ ଫିଲ୍ମ କରିଥିଲେ, ଯାହାର ନାମ ଥିଲା ‘ମିଲେଁ ନା ମିଲେଁ ହମ୍‌’ ।

Roshni

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago