କନ୍ନଡ ଭାଷା ଆସୁନଥିବାରୁ ବେଙ୍ଗାଲୁରୁ ଏୟାରପୋର୍ଟରେ ସଲମାନ ୟୁସିଫଙ୍କୁ ମିଳିଲା ଧମକ, ଭିଡିଓ ସେୟାର କରି ଜଣାଇଲେ କୋରିଓଗ୍ରାଫର
ଏୟାରପୋର୍ଟରେ ଅସଦାଚରଣର ଶିକାର ହେଲେ ଜଣାଶୁଣା କୋରିଓଗ୍ରାଫର ତଥା ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ସିଜିନ ୧ର ବିଜେତା ସଲମାନ ୟୁସିଫ । କନ୍ନଡ ଭାଷା ଆସୁନଥିବାରୁ ଇମିଗ୍ରେସନ ଅଫିସର ଦେଲେ ଧମକ । ଭିଡିଓ ସେୟାର କରି ଜଣାଇଲେ ସଲମାନ।

ଡ୍ୟାନ୍ସ ରିଆଲିଟି ଶୋ ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ’ ସିଜିନ ୧ର ବିଜେତା ସଲମାନ ୟୁସିଫଙ୍କୁ ବିମାନବନ୍ଦରରେ ଅସଦାଚରଣର ଶିକାର ହୋଇଛନ୍ତି । କନ୍ନଡ ଭାଷା ଜାଣିନଥିବାରୁ ତାଙ୍କୁ ବାଙ୍ଗାଲୋର ବିମାନବନ୍ଦରରେ ଅସଦାଚରଣର ଶିକାର ହୋଇଛନ୍ତି । ଏହାଛଡା ତାଙ୍କୁ କୋରିଓଗ୍ରାଫର ନୁହେଁ ବରଂ ସନ୍ଦିଗ୍ଧ ବୋଲି କୁହାଯିବାର ଧମକ ମିଳିଥିଲା । ଯାହାକୁ ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ଜଣାଇଛନ୍ତି ସଲମାନ ।
ସଲମାନ ଏୟାରପୋର୍ଟରୁ ଏକ ଭିଡିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି ‘କ୍ୟାମ୍ପଗୋଡା ଇଣ୍ଟରନ୍ୟାସନାଲ ଏୟାରପୋର୍ଟରୁ ଦୁବାଇ ଯାଉଥିବା ସମୟରେ ଜଣେ ଇମିଗ୍ରେସନ ଅଫିସରଙ୍କ ସହିତ ସାକ୍ଷାତ ହୋଇଥିଲା । ଯିଏ ମୋତେ କନ୍ନଡ ଭାଷାରେ କଥା ହେବା ପାଇଁ କହିଥିଲେ । ମୁଁ ଯେତିକି କନ୍ନଡ ଭାଷା ଜାଣିଥିଲି, ସେତିକିରେ ତାଙ୍କୁ କହିବାକୁ ଚେଷ୍ଟା କରିଥିଲି । ଆଉ ମୋତେ ଏ ଭାଷା ଜଣାନାହିଁ ବୋଲି ତାଙ୍କୁ କହିଥିଲି । ତା’ ପରେ ମଧ୍ୟ ମୋତେ କନ୍ନଡ ଭାଷାରେ କଥା ହେବା ପାଇଁ ସେ କହିଥିଲେ । ମୋତେ ସେ ପାସପୋର୍ଟ ଦେଖାଇ କହିଥିଲେ, ଆପଣ ବାଙ୍ଗାଲୋରରେ ଜନ୍ମ ହୋଇ ମଧ୍ୟ କନ୍ନଡ ଭାଷା କିପରି ଜାଣିନାହାନ୍ତି । ଯାହାର ଉତ୍ତର ମଧ୍ୟ ମୁଁ ଦେଇଥିଲି ।
View this post on Instagram
ମୁଁ ବାଙ୍ଗାଲୋରରେ ଜନ୍ମ ହୋଇଥିଲେ ମଧ୍ୟ ସ୍କୁଲ ଏବଂ କଲେଜ ଏଠାରେ ଯାଇନାହିଁ । ତେବେ ଅଳ୍ପ କନ୍ନଡ ଭାଷା ଜାଣିଛି । କିନ୍ତୁ ଆପଣ ମୋତେ ଯେଉଁଭଳି କନ୍ନଡ ଭାଷାରେ କଥା ହେବା ପାଇଁ କହୁଛନ୍ତି, ତା’ ହୁଏତ ମୁଁ ଜାଣିନାହିଁ। ତେବେ ଏତିକି କଥା ଅଫିସର ଜଣକ ରାଗିଯାଇ ମୋତେ କହିଥିଲେ, ଯଦି ତୁମେ କନ୍ନଡ ଜାଣିନାହଁ, ତେବେ ତୁମକୁ ସନ୍ଦିଗ୍ଧ କହି ଗିରଫ କରାଇଦେବି ।
ଏହାଛଡା ସଲମାନ ଆହୁରି କହିଛନ୍ତି, ମୁଁ ବାରମ୍ବାର ତାଙ୍କୁ ସନ୍ଦିଗ୍ଧ କରିବାକୁ କହିବାକରୁ ଇମିଗ୍ରେସନ ଅଫିସର ଶାନ୍ତ ହୋଇଯାଇଥିଲେ । ତେବେ ଏହାର ରିପୋର୍ଟ ଏୟାରପୋର୍ଟ ଅଧିକାରୀଙ୍କୁ କହିବାରୁ ଚାହିଁଥିଲେ ମଧ୍ୟ ତାଙ୍କୁ କୌଣସି ପ୍ରକାରର ସୁଯୋଗ ମିଳିନଥିଲା ।