ରାଜସ୍ଥାନ : ବାଇକକୁ ପିଟିଲା ସ୍କର୍ପିଓ, ୨ ମୃତ, ୯ ଆହତ

ରାଜସ୍ଥାନ ଚୁର ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଚୁର ଜିଲ୍ଲାର ଏନଏଚ-୫୨ରେ ମର୍ମନ୍ତୁଦ ଦୁର୍ଘଟଣାରେ ୨ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୯ ଜଣ ଆହତ ହୋଇଛନ୍ତି । ଏକ ସ୍କର୍ପିଓ ବାଇକକୁ ଧକ୍କା ଦେବା ପରେ ସ୍କର୍ପିଓ ଅନିୟନ୍ତ୍ରିତ ହୋଇ ଓଲଟିପଡିଥିଲା ।

ପୋଲିସ ଖବର ମୁତାବକ, ଚୁର ଜିଲ୍ଲାର ଏନଏଚ-୫୨ର ଉଟବାଲିୟା ଛକ ନିକଟରେ ଦୁର୍ଘଟଣା ଘଟିଛି । ଏମାନେ ଚଣ୍ଡୀଗଢରୁ ସ୍କର୍ପିଓରେ ସାଲାସର ବାଲାଜୀକୁ ଦର୍ଶନ କରିବାକୁ ଯାଇଥିଲେ । ଉଟବାଲିୟା ଛକ ନିକଟରେ ଦ୍ରୁତଗାମୀ ଏକ ସ୍କର୍ପିଓ ବାଇକକୁ ଧକ୍କା ଦେବା ପରେ ସ୍କର୍ପିଓ ଅନିୟନ୍ତ୍ରିତ ହୋଇ ଓଲଟିପଡିଥିଲା । ଦୁର୍ଘଟଣାରେ ବାଇକରେ ଥିବା ଜଣଙ୍କର ଜୀବନ ଚାଲିଯାଇଥିଲା । ସେହିପରି କାରଟି ଓଲଟି ପଡିଥିଲା । ଦୁର୍ଘଟଣାରେ ୩ଟି ଯାକ ଗାଡି ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଥିଲା ।

ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଆହତଙ୍କୁ ତୁରନ୍ତ ଡିବି ହସପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଛି ।

ଦୁର୍ଘଟଣାରେ ବିସାଓ ନିବାସୀ ବରକତ(୩୫) ଏବଂ ସିକରର ରାମନଗର ନିବାସୀ ରମେଶ କୱର(୭୫)ଙ୍କ ଜୀବନ ଚାଲିଯାଇଛି । ଦୁଘର୍ଟଣାରେ ୯ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଚୁରର ଡିବି ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ଆହତଙ୍କ ମଧ୍ୟରେ ୧୪ ବର୍ଷରୁ ୭୮ ବର୍ଷୀୟ ବ୍ୟକ୍ତି ରହିଛନ୍ତି ।

Also Read : ଉତ୍ତରପ୍ରଦେଶ : ପୁରୀ ଆସୁଥିବା ନନ୍ଦନକାନନ ଏକ୍ସପ୍ରେସ ହେଲା ଦୁଇ ଭାଗ, କପଲିଂ ଭାଙ୍ଗିବାରୁ ଏଭଳି ଅଘଟଣ