ଭାରତରେ CIA ଅଫିସରଙ୍କୁ ହାଭନା ସିଣ୍ଡ୍ରୋମ୍‌, ଗତ ୭ ତାରିଖରେ ସିଆଇଏ ନିର୍ଦ୍ଦେଶକ ବିଲ୍‌ ବର୍ନସଙ୍କ ଟିମ୍‌ ଅଜିତ ଡୋଭାଲଙ୍କୁ ଭେଟିଥିଲା

ଭାରତରେ CIA ଅଫିସରଙ୍କୁ ହାଭନା ସିଣ୍ଡ୍ରୋମ୍‌ । ଭାରତ ଗସ୍ତବେଳେ ସିଆଇଏ ଅଧିକାରୀଙ୍କ ପାଖରେ ହାଭାନା ସିଣ୍ଡ୍ରୋମ ଲକ୍ଷଣ । ଚଳିତ ମାସରେ ସିଆଇଏ ନିର୍ଦ୍ଦେଶକ ବିଲ୍‌ ବର୍ନସଙ୍କ ଟିମ୍‌ ସହ ଆସିଥିବା ଜଣେ ଅଧିକାରୀଙ୍କ ପାଖରେ ରହସ୍ୟମୟ ସିଣ୍ଡ୍ରୋମ ଲକ୍ଷଣ ଦେଖା ଦେଇଥିଲା । ଆମେରିକା ଫେରିବା ପରେ ତାଙ୍କୁ ତୁରନ୍ତ ଚିକିତ୍ସାର ଆବଶ୍ୟକ ପଡିଥିଲା । ଏ ଘଟଣାକୁ ନେଇ ଉତକ୍ଷିପ୍ତ ହୋଇ ପଡିଥିଲେ ବର୍ନସ । ଗତ ୭ ତାରିଖରେ ବର୍ନସ ତାଙ୍କ ଟିମ ସଦସ୍ୟଙ୍କ ସହ ଭାରତ ଆସି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଭେଟିଥିଲେ ।

ଭାରତ ଗସ୍ତ ପରେ ସିଆଇଏ ନିର୍ଦ୍ଦେଶକ ଓ ତାଙ୍କ ଟିମ ପାକିସ୍ତାନ ଯାଇଥିଲେ । ଭାତର ଗସ୍ତ ବେଳର ଏ ଘଟଣାକୁ ନେଇ ଆମେରିକା ବିଧିବଦ୍ଧ ଭାବେ କୌଣସି ସୂଚନା ଦେଇ ନାହିଁ କି ଭାରତ ମଧ୍ୟ କୌଣସି ପ୍ରତିକ୍ରିୟା ରଖିନାହିଁ । କିନ୍ତୁ ବିଭିନ୍ନ ସୂତ୍ରରୁ ଗଣମାଧ୍ୟମରେ ଏହି ରିପୋର୍ଟ ପ୍ରକାଶ ପାଇଛି ।

ହାଭାନା ସିଣ୍ଡ୍ରୋମ ଯୋଗୁ କାନରେ ବିଭିନ୍ନ ଶବ୍ଦର ଗୁଞ୍ଜରଣ ଶୁଣିବାକୁ ମିଳେ । ପ୍ରଥମେ ୨୦୧୭ରେ ଏହା ନଜରକୁ ଆସିଥିଲା । ଯେତେବେଳେ କ୍ୟୁବାରେ ଥିବା ଆମେରିକା ଡିପ୍ଲୋମାଟ ଓ ଅନ୍ୟ ଅଧିକାରୀ କାନରେ ବିଭିନ୍ନ ଗୁଞ୍ଜରଣ ଅନୁଭବ କରିଥିଲେ । ଚୀନରେ ଥିବା ଆମେରିକା ଅଧିକାରୀଙ୍କ ମଧ୍ୟରେ ବି ଏପରି ସିଣ୍ଡ୍ରୋମର ଲକ୍ଷଣ ଖବର ରହିଛି । ସେହିପରି ଗତ ମାସରେ ଉପରାଷ୍ଟ୍ରପତି କମଲା ହାରିସଙ୍କ ଭିଏତନାମ ଗସ୍ତ ପୂର୍ବରୁ ସେଠାରେ ଥିବା କିଛି ଆମେରିକା ଅଧିକାରୀ ଏହି ସିଣ୍ଡ୍ରୋମର ଶିକାର ହୋଇଥିଲେ । ତେଣୁ ୨ ଆମେରିକା ରାଷ୍ଟ୍ରଦୂତଙ୍କୁ ତୁରନ୍ତ ଭିଏତନାମରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.