ICSE ୧୦ମ ଏବଂ ISC ଦ୍ବାଦଶ ପରୀକ୍ଷା ରେଜଲ୍ଟ ପ୍ରକାଶିତ, ଜାଣନ୍ତୁ କେମିତି କରିବେ ଚେକ୍

କାଉନସିଲ ଫର ଦ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଏଗଜାମିନେଶନ ଆଜି ଦଶମ ICSE ଏବଂ ଦ୍ୱାଦଶ ISCର ରେଜଲ୍ଟ ଜାରି କରିଛି । ଏହି ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ cisce.org, results.cisce.org ଏବଂ DigiLocker ୱେବସାଇଟକୁ ଯାଇ କରିପାରିବେ ଚେକ୍ । ଦୁଇଟି କ୍ଲାସର ଫଳାଫଳ ଆଜି ବୋର୍ଡର ମୁଖ୍ୟାଳୟରେ ପ୍ରେସ କନଫରେନ୍ସ କରି ଘୋଷଣା କରାଯାଇଛି ।
ଏହା ବ୍ୟତୀତ ଛାତ୍ରଛାତ୍ରୀ ସିଧାସଳଖ ଅଫିସିଆଲ ୱେବସାଇଟକୁ ଯାଇ ଲିଙ୍କ ଜରିଆରେ ନିଜ ରେଜଲ୍ଟ ଚେକ୍ କରିପାରିବେ।
କେମିତି କରିବେ ଚେକ୍ :
ପ୍ରଥମେ cisce.org ୱେବସାଇଟକୁ ଯିବାକୁ ହେବ ।
ଏହାପରେ ହୋମପେଜରେ ICSE କିମ୍ବା ISCର ରେଜଲ୍ଟ ଲିଙ୍କରେ କ୍ଲିକ୍ କରିବାକୁ ହେବ ।
ନିଜର ରୋଲ ନମ୍ବର କିମ୍ବା ୟୁନିକ ଆଇଡି ଏବଂ ଅନ୍ୟ ଆବଶ୍ୟକ ସୂଚନା ଦିଅନ୍ତୁ ।
ସବମିଟ୍ ବଟନରେ କ୍ଲିକ ରି ନିଜର ରେଜଲ୍ଟ ସ୍କ୍ରିନରେ ଦେଖିବାକୁ ମିଳିବ ।
ଏହାପରେ ଡାଉନଲୋଡ କରି ପିଡିଏଫ ପ୍ରଣ୍ଟଆଉଟ କାଢି ରଖନ୍ତୁ ।
ଚଳିତ ବର୍ଷ ଆଇଏସସିର ପରୀକ୍ଷା ୧୩ ଫେବୃଆରୀରୁ ୫ ଏପ୍ରିଲ ୨୦୨୫ ପର୍ଯ୍ୟନ୍ତ ଅୟୋଜନ କରାଯାଇଥିଲା । ଏଥିସହ ଆଇସିଏସଇର ପରୀକ୍ଷାଗୁଡ଼ିକ ୧୮ ଫେବୃଆରୀରୁ ୨୭ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ଚାଲିଥିଲା । ଦେଶର ହଜାର ହାଜର ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଛନ୍ତି ।
ପରୀକ୍ଷା ରେଜଲ୍ଟ ଘୋଷଣା ହେବା ପରେ re-evaluationର ପ୍ରକ୍ରିୟା ଆରମ୍ଭ ହେବ । ଏହା ୪ ମେ ୨୦୨୫ ପର୍ଯ୍ୟନ୍ତ ଜାରି ରହିବ । re-evaluation କେବଳ ସେହି ବିଷୟ ପାଇଁ କରାଯିବ ଯେଉଁଥିରେ ଛାତ୍ରଛାତ୍ରୀ ଅସନ୍ତୁଷ୍ଟ ରହିଛନ୍ତି ।
ସେମାନଙ୍କୁ ଦୁଇଟି ବିଷୟରେ Improvement Exam ଦେବାକୁ ସୁଯୋଗ ଦିଆଯିବ । ସିଆଇଏସସିଇ ଅନୁସାରେ, ଆଇସିଏସଇ ଏବଂ ଆଇଏସସି ୨୦୨୫ର ସଂଶୋଧନ ପରୀକ୍ଷା ୨୦୨୫ରେ ଆୟୋଜନ କରାଯିବ ।
ଗତବର୍ଷ ICSE ୧୦ମ ପରୀକ୍ଷା ଫଳ ୯୯.୪୭ % ପ୍ରତିଶତ ରହିଥିବା ବେଳେ ISC ଦ୍ବାଦଶ ଫଳ ୯୮.୧୯% ରହିଥିଲା ।
Also Read : ପ୍ରଧାନମନ୍ତ୍ରୀ ମୋଦି କଲେ ଘୋଷଣା : ସ୍ବାଧୀନ ଭାବେ ସେନା ନିଜର ନିଷ୍ପତ୍ତି ନେଉ