ସଂସଦରେ ଗୃହୀତ ହେଲା ନାଗରିକତା ସଂଶୋଧନ ବିଲ୍‌ ୨୦୧୯, ସମର୍ଥନରେ ୧୨୫ ଓ ବିରୋଧରେ ପଡିଲା ୧୦୫ ଭୋଟ୍‌

କେନ୍ୟୁଜ୍(ବ୍ୟୁରୋ): ସଂସଦରେ ଗୃହୀତ ହେଲା ନାଗରିକତା ସଂଶୋଧନ ବିଲ୍‌ ୨୦୧୯। ପୂର୍ବରୁ ଲୋକସଭାରେ ଗୃହୀତ ହୋଇ ସାରିଥିବା ବେଳେ ଆଜି ରାଜ୍ୟସଭାରେ ଗୃହୀତ ହୋଇଥିଲା। ରାଜ୍ୟସଭାରେ ବିଲ୍‌ ସମର୍ଥନରେ ୧୨୫ ଭୋଟ୍‌ ପଡିଥିଲା। ବିରୋଧରେ ପଡିଥିଲା ୧୦୫ ଭୋଟ୍‌। ଭୋଟିଂରୁ ବିରତ ରହିଥିଲା ଶିବସେନା। ବିଲ୍‌କୁ ସମର୍ଥନ କରିଥିଲା ବିଜେଡି। ରାଜ୍ୟସଭାରେ ବିଲ୍‌ ଆଗତ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହାକୁ ଐତିହାସିକ ବୋଲି କହିଥିଲେ । ସେ କହିଛନ୍ତି, ବିଲ୍‌ ଆଇନରେ ପରିଣତ ହେଲେ ଦେଶର କୋଟି କୋଟି ଲୋକ ଉପକୃତ ହେବେ । ବିଲରେ ଥିବା ପ୍ରାବଧାନ ଅନୁସାରେ ବହୁ ଶରଣାର୍ଥୀ ପ୍ରତାଡିତ ହେବାରୁ ମୁକ୍ତି ପାଇବେ।

ତେବେ ମୁସଲିମ ସଂପ୍ରଦାୟଙ୍କୁ ଏନେଇ ବ୍ୟସ୍ତ ହେବାର ନାହିଁ ବୋଲି ଅମିତ ଶାହା କହିଛନ୍ତି। ସେମାନେ ଭାରତର ନାଗରିକ ଥିଲେ ଓ ରହିବେ। ବିଲ୍‌କୁ ସମର୍ଥନ ଦେଇଛନ୍ତି ଜେଡିୟୁ, ଏଆଇଏଡିଏମ୍‌କେ, ଓ୍ଵାଇଏସ୍‌ଆର୍‌ କଂଗ୍ରେସ, ଏନ୍‌ପିଏଫ୍‌, ବିପିଏଫ୍‌ ଆଦି ଦଳ। ବିଜେଡି ବିଲ୍‌କୁ ସମର୍ଥନ କରିବା ସହ ସରକାରଙ୍କୁ ତିନିଟି ପରାମର୍ଶ ଦେଇଥିଲା। ଶ୍ରୀଲଙ୍କାକୁ ବିଲ୍‌ରେ ଅନ୍ତର୍ଭୁକ୍ତ କରାଯାଉ। ନାଗରିକତା ସଂଶୋଧନ ବିଲ୍‌କୁ NRC ସହ ଯୋଡାନଯାଉ। ବିଲ୍‌ ଯୋଗୁ ମୁସଲମାନମାନଙ୍କ ମଧ୍ୟରେ ଦେଖାଦେଇଥିବା ସନ୍ଦେହକୁ ଦୂର କରାଯାଉ। ଡିବେଟରେ ଭାଗ ନେଇ ଏକଥା କହିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର ।

ବିଲ୍‌କୁ କଂଗ୍ରେସ ସମେତ ତୃଣମୂଳ କଂଗ୍ରେସ, ସମାଜବାଦୀ ପାର୍ଟି, ଟିଆର୍‌ଏସ୍‌, ଡିଏମ୍‌କେ, ବାମଦଳ ଜୋରଦାର ବିରୋଧ କରିଛନ୍ତି। କିଛି ବିରୋଧୀ ଦଳ ଏହାକୁ ମୁସଲିମ ବିରୋଧୀ କହୁଥିବା ବେଳେ ସଂଶୋଧିତ ବିଲକୁ ଫେରାଇ ନେବାକୁ ଦାବି କରିଛନ୍ତି। ଆଉ କିଛି ବିରୋଧୀ ବିଲକୁ ପାର୍ଲାମେଣ୍ଟର ସିଲେକ୍ଟ କମିଟିକୁ ପଠାଇବା ପାଇଁ ରାଜ୍ୟସଭାରେ ଦାବି ରଖିଛନ୍ତି, ଯାହା ଖାରଜ ହୋଇଛି।

 

 

 

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago