ଲୋକସଭାରେ ଆଗତ ହେଲା ନାଗରିକତା ସଂଶୋଧନ ବିଲ୍‌, କଂଗ୍ରେସକୁ ଟାର୍ଗେଟ୍‌ କଲେ ଗୃହମନ୍ତ୍ରୀ ଅମିତ ଶାହ

କେନ୍ୟୁଜ୍(ବ୍ୟୁରୋ): ପ୍ରବଳ ହଟ୍ଟଗୋଳ, ହଙ୍ଗାମା । ଏହାରି ଭିତରେ ଲୋକସଭାରେ ଆଗତ ହେଲା ନାଗରିକତା ସଂଶୋଧନ ବିଲ୍‌ । ବିଲ୍‌ ଆଗତ ସପକ୍ଷରେ ପଡ଼ିଲା ୨୯୩ ଭୋଟ୍‌ । ବିପକ୍ଷରେ ପଡ଼ିଥିଲା ୮୨ ଭୋଟ୍‌ । ବଡ଼ ବ୍ୟବଧାନ ସହ ପ୍ରଥମ ପରୀକ୍ଷାରେ ପାସ୍‌ କଲେ ସରକାର । ଗୃହମନ୍ତ୍ରୀ ଅମିତ ଶାହ ବିଲ୍‌ ଆଗତ କରିବା ପରେ ପ୍ରବଳ ବର୍ଷିଥିଲେ ବିରୋଧୀ । ସଂଖ୍ୟାଲଘୁଙ୍କୁ ଟାର୍ଗେଟ୍‌ କରାଯାଉଛି ବୋଲି କହିଥିଲେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ । ଜବାବ ଦେଇଥିଲେ ଗୃହମନ୍ତ୍ରୀ । ବିଲ୍‌ ୦.୦୦୧ ପ୍ରତିଶତ ବି ସଂଖ୍ୟାଲଘୁଙ୍କ ବିରୋଧୀ ନୁହଁ । ଧର୍ମ ନାଁରେ କଂଗ୍ରେସ ଦେଶକୁ ଭାଗ ଭାଗ କରିଥିବା ଶାହ ଅଭିଯୋଗ କରିଥିଲେ ।

ଏଆଇଏମ୍‌ଆଇଏମ୍‌ ନେତା ଅସଉଦ୍ଦିନ୍‌ ଓେଓ୍ଵସୀ ମଧ୍ୟ ବିଲ୍‌କୁ ଜୋରଦାର ବିରୋଧ କରିଥିଲେ । ବିଲ୍‌ ଦ୍ୱାରା ମୌଳିକ ଅଧିକାରର ଉଲଂଘନ ହେଉଛି ବୋଲି କହିଥିଲେ । ଏହା ସହ ଅମିତ ଶାହଙ୍କୁ ଟାର୍ଗେଟ୍‌ କରିଥିଲେ ଓ୍ଵେଓ୍ଵସୀ । ସେହିପରି ଟିଏମ୍‌ସି ମଧ୍ୟ ନାଗରିକତା ସଂଶୋଧନ ବିଲ୍‌କୁ ବିରୋଧ କରିଥିଲା । ବିଲ୍‌ ଆଗତ ସପକ୍ଷରେ ଭୋଟ୍‌ ଦେଇଥିଲା ବିଜେଡି । ବିଲ୍‌କୁ ନେଇ ସରକାରଙ୍କ ସହ ଯାଇଛି ଶିବସେନା । ଯାହାକୁ ନାଗରିକତ୍ୱ ମିଳିବ, ତାଙ୍କୁ ଭୋଟ୍‌ ଦେବାର ଅଧିକାର ନମିଳୁ ବୋଲି ଦଳ ଦାବି କରିଛି ।

ନାଗରିକତା ସଂଶୋଧନ ବିଲ୍‌କୁ ନେଇ ଗୃହ ଭିତରେ ଯେତିକି, ଗୃହ ବାହାରେ ମଧ୍ୟ ସେିତିକି ବିରୋଧ ଦେଖିବାକୁ ମିଳିଥିଲା । ବିଭିନ୍ନ ସ୍ଥାନରେ ବିକ୍ଷୋଭ କରିଥିଲେ ବିରୋଧୀ । ବିଲ୍‌ ଆଇନରେ ପରିଣତ ହେଲେ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରୁ ଭାରତ ଆସିଥିବା ହିନ୍ଦୁ, ଖ୍ରୀଷ୍ଟିଆନ, ଶିଖ, ଜୈନ, ବୁଦ୍ଧ ଓ ପାର୍‌ସିଙ୍କୁ ଭାରତୀୟ ନାଗରିକତା ମିଳିବ। କିନ୍ତୁ ମୁସଲମାନମାନଙ୍କୁ ଏହି ବିଲ୍‌ରେ ସ୍ଥାନ ଦିଆଯାଇ ନାହିଁ।

KNews Bureau

Recent Posts

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

14 seconds ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

9 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

9 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

27 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

27 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

31 mins ago