ବିଚ୍‌ ବଜାରରେ ବିଜେପି ଓ କଂଗ୍ରେସ କର୍ମୀ ହାତାହାତି

ପାନାଜି : ରାଫେଲ ଡିଲ୍‌ ମାମଲାରେ ସୁପ୍ରିମ୍‌ କୋର୍ଟଙ୍କ ରାୟ ପରେ ବିଭିନ୍ନ ରାଜ୍ୟରେ ବିଜେପି ଓ କଂଗ୍ରେସ ସମର୍ଥକଙ୍କ ଭିତରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଆଜି ଗୋଆର ରାଜଧାନୀ ପାନାଜି ଠାରେ ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ କର୍ମୀଙ୍କ ଭିତରେ ହାତାହାତି ହୋଇଛି । ପୋଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିବା ବେଳେ ପ୍ରବଳ ପାଟିତୁଣ୍ଡ ଓ ଗଣ୍ଡଗୋଳ ହୋଇଥିଲା । ଏହି ଘଟଣାର ଭିଡିଓ ଏବେ ଭାଇରାଲ ହୋଇଛି । ଦେଖନ୍ତୁ ଏହି ଭିଡିଓ ।..

ସୌଜନ୍ୟ : ଏଏନ୍‌ଆଇ


ସୂଚନା ଅନୁଯାୟୀ ରାଫେଲ ଡିଲ ମାମଲାର ରାୟ ଆସିବା ପରେ ଆଜି ବିଜେପି କର୍ମୀମାନେ ଏଠାରେ କଂଗ୍ରେସ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ । ଏତିକି ବେଳେ ସେଠାରେ କଂଗ୍ରେସ କର୍ମୀ ପହଞ୍ଚି ଯାଇଥିଲେ । ପ୍ରଥମେ ପରସ୍ପର ବିରୋଧୀ ନାରାବାଜି କରିବା ଥିଲେ ଓ ପରେ ଧସ୍ତାଧସ୍ତି ଓ ହାତହାତି ହୋଇଥିଲେ । ବିଜେପି ପକ୍ଷରୁ ମିଠା ବାଣ୍ଟୁଥିବା କର୍ମୀଙ୍କୁ ବି ଛାଡ଼ି ନଥିଲେ କଂଗ୍ରେସ କର୍ମୀ ।