ଲକ୍ଷ୍ନୌ : ସମାଜବାଦୀ ପାର୍ଟି ଏବଂ ବିଜେପି କର୍ମକର୍ତ୍ତାଙ୍କ ମଧ୍ୟରେ ଗଣ୍ଡଗୋଳ, ଜଣେ ଯୁବକ ଆହତ

ଲକ୍ଷ୍ନୌ: ଲୋକସଭା ନିର୍ବାଚନ ଫଳାଫଳ ପାଇଁ ଭୋଟ ଗଣତି ଚାଲିଥିବା ବେଳେ ଗଣ୍ଡଗୋଳ । ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି ଏବଂ କଂଗ୍ରେସକୁ କଡ଼ା ଟକ୍କର ଦେଇଛି ବିଜେପି । ଲକ୍ଷ୍ନୌରେ ଭୋଟ ଗଣତି ସମୟରେ ବିଜେପି ଏବଂ ସମାଜବାଦୀ ପାର୍ଟିର କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଝଗଡା ହୋଇଥିଲା । ଫଳରେ ଏଥିରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି ।

ଖବର ମୁତାବକ, ଲକ୍ଷ୍ନୌ ନିର୍ବାଚନ ପାଇଁ ମତଗଣନା ଚାଲିଥିବା ସ୍ଥାନରେ ସମାଜବାଦୀ ପାର୍ଟି ଏବଂ ବିଜେପି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଲୋକସଭା ନିର୍ବାଚନ ଗଣତିକୁ ନେଇ ଏମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଫଳରେ ଗଣ୍ଡଗୋଳ ଘଟି ଜଣେ ଯୁବକ ଆହତ ହୋଇଛନ୍ତି ।

ଉତ୍ତରପ୍ରଦେଶର ୮୦ଟି ଲୋକସଭା ଆସନରେ ମତଗଣନାରେ ସପା ଏବଂ କଂଗ୍ରେସ ବିଜେପି ଠାରୁ ଆଗୁଆ ରହିଛନ୍ତି । ବର୍ତ୍ତମାନର ସୂଚନା ଅନୁଯାୟୀ ସପା ୩୬ ସିଟରେ ଆଗୁଆ ଥିବା ବେଳେ ବିଜେପି ୩୩, କଂଗ୍ରେସ ୭ ଏବଂ ଆରଏଲଡି ୨ ସିଟରେ ଆଗୁଆ ରହିଛି ।

You might also like