କୁରୁକ୍ଷେତ୍ରରେ ମହାଯଜ୍ଞ ଚାଲିଥିବା ସମୟରେ ଗୁଳିକାଣ୍ଡ, ୨ ବ୍ରାହ୍ମଣ ଆହତ

ହରିୟାଣା : ହରିୟାଣାର କୁରୁକ୍ଷେତ୍ରରେ ହୋଇଛି ଗୁଳିକାଣ୍ଡ । ୧୦୦୮ କୁଣ୍ଡୀୟ ମହାଯଜ୍ଞ ସମୟରେ ଏହି ଗୁଳିକାଣ୍ଡ ଘଟିବା ଫଳରେ ବ୍ୟାପକ ଉତ୍ତେଜନା ସୃଷ୍ଟି ହୋଇଛି । ଯଜ୍ଞ କରୁଥିବା ଏହି ସମସ୍ତ ବ୍ରାହ୍ମଣଙ୍କୁ ବିଭିନ୍ନ ରାଜ୍ୟରୁ ଡକାଯାଇଥିଲା । ଯଜ୍ଞ କରୁଥିବା ବ୍ରାହ୍ମଣମାନଙ୍କ ମଧ୍ୟରେ ବାସି ଖାଦ୍ୟକୁ ନେଇ ବିବାଦ ଏବଂ ଗୁଳି ସହ ଲାଠିମାଡ଼ ହୋଇଛି । ଯଜ୍ଞ କରିବାକୁ ଆସିଥିବା ବ୍ରାହ୍ମଣମାନଙ୍କୁ ବାଡ଼ିରେ ଆକ୍ରମଣ କରାଯାଇଛି । ଏହାପରେ ବ୍ରାହ୍ମଣଙ୍କ ବାଉନ୍ସରମାନେ ଗୁଳି ଚଳାଇଥିଲେ ।
କୁରୁକ୍ଷେତ୍ରରେ ହୋଇଥିବା ଗୁଳିକାଣ୍ଡ ଘଟଣା କେଶବ ପାର୍କର ବୋଲି ଜଣାପଡିଛି । ଆଜି ସକାଳ ୯:୩୦ ସମୟରେ ମହାଯଜ୍ଞ ପାଇଁ ଆସିଥିବା ବ୍ରାହ୍ମଣମାନଙ୍କୁ ବାସି ଖାଦ୍ୟ ପରିବେଷଣ କରିବା ପ୍ରସଙ୍ଗକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ବିବାଦ ବଢ଼ିବା ପରେ ଯଜ୍ଞ ଆୟୋଜକ ତାଙ୍କ ସୁରକ୍ଷା କର୍ମୀଙ୍କୁ ପୁରୋହିତମାନଙ୍କୁ ମାଡ଼ ମାରିବା ସହିତ ଗୁଳି ମଧ୍ୟ ଚଳାଇଥିଲେ ।
ଏହି ଘଟଣାରେ ଦୁଇ ଜଣ ଯୁବକ ଆହତ ହୋଇଛନ୍ତି । ଗୁଳିରେ ଆହତ ହୋଇଥିବା ବ୍ୟକ୍ତିଙ୍କ ନାମ ଆଶିଷ । ସେ ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌର ବାସିନ୍ଦା । ତାଙ୍କ ଜଙ୍ଘରେ ଗୁଳି ବାଜିଛି । ଆଉ ଜଣେ ଯୁବକ ହେଉଛନ୍ତି ପ୍ରିନ୍ସ , ଯାହାଙ୍କ ମୁଣ୍ଡରେ ପଥର ବାଜିଛି । ସେ ଲଖିମପୁର ଖେରିର ବାସିନ୍ଦା ବୋଲି କୁହାଯାଉଛି ।
ଗୁଳିକାଣ୍ଡ ଘଟଣାରେ ଲକ୍ଷ୍ନୌରୁ ଆସିଥିବା ଆଶିଷ ତିୱାରୀଙ୍କୁ ଗୁଳି ବାଜିଛି । ତାଙ୍କୁ ଗୁରୁତର ଅବସ୍ଥାରେ ଲୋକନାୟକ ଜୟ ପ୍ରକାଶ ସିଭିଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ତାଙ୍କର ଚିକିତ୍ସା ଚାଲିଛି । ଏହି ଘଟଣାରେ କ୍ରୋଧିତ ହୋଇ ବ୍ରାହ୍ମଣମାନେ ମହାଯଜ୍ଞ ସ୍ଥଳ ବାହାରେ କୁରୁକ୍ଷେତ୍ର-କୈଥଲ ରାସ୍ତା ଅବରୋଧ କରିଥିଲେ ।
ତେବେ ଏହି ଘଟଣାରେ ରାଗି ଯାଇଥିବା ବ୍ରାହ୍ମଣମାନେ ଥିମ୍ ପାର୍କ ସମ୍ମୁଖ ରାସ୍ତା ଅବରୋଧ କରିଥିଲେ କରିଥିଲେ । ପ୍ରଦର୍ଶନକାରୀଙ୍କ ସଂଖ୍ୟା ବଢିବା ଦେଖି ପୋଲିସ ଜାମ୍ ହଟାଇବାକୁ ଚେଷ୍ଟା କରିଥିଲା ।
Also read: ସ୍ୱିଡେନର ସ୍କୁଲରେ ଆଖିବୁଜା ଗୁଳିକାଣ୍ଡ, ୧୦ ମୃତ, ଶୁଟର ବି ନିହତ