ଗୁଜରାଟରେ ଗୁରଗାଓଁର ପୁନରାବୃତ୍ତି: ସ୍କୁଲ ଟଏଲେଟ୍‌ରୁ ଛାତ୍ରଙ୍କ ରକ୍ତ ଜୁଡୁବୁଡୁ ମୃତ ଦେହ ଉଦ୍ଧାର

student Stabbed Deathଗୁଜରାଟ : ଗୁଜରାଟରେ ଗୁରଗାଓଁର ପୁନରାବୃତ୍ତି । ସ୍କୁଲ ଟଏଲେଟ୍‌ରୁ ଜଣେ ନବମ ଶ୍ରେଣୀ ଛାତ୍ରଙ୍କ ରକ୍ତ ଜୁଡୁବୁଡୁ ମୃତ ଦେହ ଉଦ୍ଧାର ହୋଇଛି । ପେଟରେ ଛୁରୀ ଭୁଷି ଛାତ୍ରଙ୍କୁ ହତ୍ୟା କରାଯାଇଛି । ଘଟଣା ଘଟିଛି ଗୁଜରାଟ ବଦୋଦରାର ଏକ ସ୍କୁଲରେ । ଦୁଇ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳରୁ ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତ ପରେ ପୋଲିସ ସୂଚନା ଦେଇଛି । ତେବେ ଏ ନେଇ କୌଣସି ଠୋସ୍‌ ପ୍ରମାଣ ମିଳିନାହିଁ । ସ୍କୁଲର ସୁରକ୍ଷା ବ୍ୟବସ୍ଥା ଯାଂଚ କରିବା ସହ ସିସିଟିଭି ଫୁଟେଜ ଆଧାରରେ ପୋଲିସ ତନାଘନା ଆରମ୍ଭ କରିଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଗତବର୍ଷ ସେପ୍ଟେମ୍ବର ମାସରେ ଗୁରୁଗାଓଁର ଏକ ସ୍କୁଲରେ ସମାନ ଘଟଣା ଘଟିଥିଲା । ସ୍କୁଲ ଟଏଲେଟ୍‌ରୁ ଜଣେ ୭ ବର୍ଷ ବାଳକର ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଥିଲା। ଏହି ଘଟଣାରେ ପ୍ରଥମେ ସ୍କୁଲ ବସ୍‌ ଡ୍ରାଇଭରକୁ ଗିରଫ କରାଯାଇଥିଲା । ପରେ ସେହି ସ୍କୁଲର ଜଣେ ୧୬ ବର୍ଷର ଛାତ୍ର ହତ୍ୟା କରିଥିବା ଜଣାପଡିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.