ଗାତରେ ଗଳିଗଲା ସ୍କୁଲ,୧୭ ଜଣ ଛାତ୍ରଛାତ୍ରୀ ଆହତ

ଗାତରେ ଗଳିଗଲା ସ୍କୁଲ । ଜିମ୍ବାେଓ୍ଵରେ ଏକ ପ୍ରାଥମିକ ସ୍କୁଲକୁ ଗିଳିଦେଲା ଗାତ । ଏକ ଖଣି ଅଞ୍ଚଳରେ ଏମିତି ଘଟଣା ଘଟିଛି। ବିରାଟ ସିଙ୍କ୍‌ହୋଲ ଭିତରକୁ ପଶି ଯାଇଛି କ୍ଲାସରୁମ। ଏଥିରେ ୧୭ ଜଣ ଛାତ୍ରଛାତ୍ରୀ ଆହତ ହୋଇଛିନ୍ତି। କ୍ୱେକ୍ୱେ ସହରରେ ଥିବା ଏହି ସ୍କୁଲଟି ଜିମ୍ବାେଓ୍ଵ ରାଜଧାନୀ ହରାରେ ଠାରୁ ୨୦୦ କିଲୋମିଟର ଦୂରରେ ଅବସ୍ଥିତ ।

ସ୍କୁଲ ପାଖାପାଖି ଅଞ୍ଚଳରେ ଦୁଇଟି ସୁନାଖଣି ରହିଛି। ବେଆଇନ ଭାବେ ଖଣି କାର୍ଯ୍ୟ ଚାଲୁଥିବା ପୂର୍ବରୁ ସ୍କୁଲ ପରିଚଳାନା କମିଟି ଅଭିଯୋଗ କରିଥିଲା। ଯେଉଁଠି ସ୍କୁଲ ରହିଛି ସେହି ଅଞ୍ଚଳରେ ମଧ୍ୟ ଖଣି ଖନନ ହୋଇଥିଲା।

ଆଜି ପାଠ ବଢ଼ିବା ବେଳେ ସ୍କୁଲ ଧସି ଯାଇଥିଲା। ଚେୟାର ଟେବୁଲ ସବୁ ମାଟି ତଳକୁ ପଶି ଯାଇଥିଲା। ଏଥିରେ ୧୭ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ସ୍କୁଲ ଧସିବା ପରେ ବି ବ୍ଲାଷ୍ଟିଂ ଚାଲିଥିବା ଅଭିଯୋଗ ହୋଇଛି।

Leave A Reply

Your email address will not be published.