ଜମ୍ମୁ କଶ୍ମୀର : ବାଦଲଫଟା ବର୍ଷା ପରେ ଭୂସ୍ଖଳନ, ଜନଜୀବନ ଅସ୍ତବ୍ୟସ୍ତ

ଜମ୍ମୁ କଶ୍ମୀର ରାମବନ ଜିଲ୍ଲାରେ ବାଦଲଫଟା ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଛି । ବାଦଲଫଟା ବର୍ଷା ଯୋଗୁଁ ବନ୍ୟା ସ୍ଥିତି ଦେଖାଯାଇଛି । ସେହିପରି ଜାତୀୟ ରାଜପଥ ୪୪ ନିକଟରେ ଭୂସ୍ଖଳନ ହୋଇଛି । ଜାତୀୟ ରାଜପଥକୁ ଯାତାୟତ ପାଇଁ ବନ୍ଦ କରିଦିଆଯାଇଛି । ତେବେ କୌଣସି ଜନହାନୀ ବିଷୟରେ ଖବର ମିଳିନାହିଁ । ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।
ରାମବନ ଜିଲ୍ଲାର ଚମ୍ବା ସରୀ ଅଞ୍ଚଳରେ ଭୂସ୍ଖଳନ ଆଜି ଅପରାହ୍ନରେ ହୋଇଛି । ଫଳରେ ଜମ୍ମୁ ଶ୍ରୀନଗର ଜାତୀୟ ରାଜପଥ ୪୪କୁ ଦୁଇପଟରୁ ଯାତାୟାତ ପାଇଁ ବନ୍ଦ କରିଦିଆଯାଇଛି । ହଠାତ୍ ଭୂସ୍ଖଳନ ଯୋଗୁଁ ଗାଡ଼ି ଯିବା ଆସିବା ବନ୍ଦ ରହିଛି । ରାସ୍ତା ସଫା କାମ ଚାଲିଛି ।
ସ୍ଥାନୀୟ ପାଣିପାଗ ବିଭାଗ ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟାରେ ଡାଲ୍ ହ୍ରଦ ନିକଟ ଅଞ୍ଚଳରେ ଜୋରରେ ପବନ ହେବା ସହିତ ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ଚେତାବନୀ ଜାରି କରାଯାଇଛି । ଡାଲ ହ୍ରଦ, ବୁଲର ହ୍ରଦ ଏବଂ ଅନ୍ୟ ହ୍ରଦରେ ନୌବିହାର କରିବାକୁ ବାରଣ କରାଯାଇଛି । ଝଡ ତୋଫାନ ଏବଂ ବର୍ଷା ଆଲର୍ଟ ଦିଆଯାଇଛି ।
ତେବେ ଜମ୍ମୁ କଶ୍ମୀରରେ ଲଗାତାର ବର୍ଷା ଯୋଗୁଁ ଚେନାବ ନଦୀର ଜଳସ୍ତର ବଢିଛି । ପୂର୍ବରୁ ୨୦ ଏପ୍ରିଲରେ ରାମବାନ ଜିଲ୍ଲାରେ ବାଦଲଫଟା ବର୍ଷା ହୋଇଥିଲା । ବାଦଲଫଟା ବର୍ଷା ଯୋଗୁଁ ବନ୍ୟା ସ୍ଥିତି ଉପୁଜିଥିଲା । ଫଳରେ ୩ ଜଣଙ୍କର ଜୀବନ ଚାଲିଯାଇଥିବା ବେଳେ ୧୦୦ରୁ ଅଧିକଙ୍କୁ ଉଦ୍ଧାର କରାଯାଇଥିଲା । ଅନେକ ଘର, ଦୋକାନ ଏବଂ ଗାଡି ସବୁ କ୍ଷତିଗ୍ରସ୍ତ ହୋଇଥିଲା ।
Also Read : ଦିଲ୍ଲୀରେ ପ୍ରବଳ ବର୍ଷା: କାନ୍ଥ ଭୁଶୁଡି ପଡିବାରୁ ୪ ଜଣଙ୍କ ମୃତ୍ୟୁ, ୧୦୦ ବିମାନ ଚଳାଚଳରେ ବିଳମ୍ବ