ଉତ୍ତରାଖଣ୍ଡ ଓ ହିମାଚଳରେ ଜଳ ପ୍ରଳୟ: ୧୨ ମୃତ, ୫୦ରୁ ଅଧିକ ନିଖୋଜ

ଉତ୍ତରାଖଣ୍ଡ ଓ ହିମାଚଳରେ ବାଦଲ ଫଟା ବର୍ଷା । ବାଦଲ ଫଟା ବର୍ଷାରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ନିଖୋଜ ଥିବା ଜଣାପଡିଛି । ଉତ୍ତରାଖଣ୍ଡରେ ୯ ଏବଂ ହିମାଚଳରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ଶିମଲାର ହାଇଡ୍ରୋ ପ୍ରୋଜେକ୍ଟ ନିକଟରେ ବାଦଲ ଫାଟିଥିବା ସୂଚନା ମିଳିଛି । ପ୍ରବଳ ବର୍ଷାରେ ତିହିରି ଅଞ୍ଚଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବାରେ ବୋଲି ଅନୁମାନ କରାଯାଉଛି ।

ବର୍ଷାରେ ଧୋଇଗଲା ଘର, ସ୍କୁଲ ଓ ହସ୍ପିଟାଲ । କେଦାରନାଥରେ ଫସିରହିଛନ୍ତି ପ୍ରାୟ ୨ ଶହ ଯାତ୍ରୀ । ହିମାଚଳ ପ୍ରଦେଶରେ ମଧ୍ୟ ବାଦଲଫଟା ବର୍ଷା । ସିମଲା, କୁଲ୍ଲୁ ଓ ମଣ୍ଡି ଜିଲ୍ଲାରେ ବାଦଲ ଫଟା ବର୍ଷା ତାଣ୍ଡବ ରଚିଛି । ଉଦ୍ଧାର ଓ ସର୍ଚ୍ଚ ଅପରେସନ କରୁଛନ୍ତି ଏସଡିଆରଏଫ ଟିମ୍ ।

ଶିମଲାର ରାୟପୁର ଝାକରୀରେ ଗତରାତିରେ ବର୍ଷା ଯୋଗୁଁ ଧାନବୀ ତଥା ସମେତ ଖଡ୍ଡରେ ବାଦଲ ଫାଟିବା ଯୋଗୁଁ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ଧଶନବୀରେ ବାଦଲ ଫାଟିବା ଯୋଗୁଁ ୫ଟି ଘର, ୨ଟି ପାଦଚଲା ପୋଲ, ସ୍କୁଲ ଭବନ, ହସପିଟାଲ, ପାଓ୍ଵର ପ୍ରୋଜେକ୍ଟ ରେଷ୍ଟ ହାଉସ, ଗୋଟିଏ ଜେସିବି ମେସିନ ଏବଂ ୬ଟି ଗାଡି ଭାସିଯାଇଛି । ବାଦଲ ଫଟା ବର୍ଷା ଯୋଗୁଁ ପଙ୍କ କାଦୁଅ କିଛି ଘରେ ପଶିଯାଇଛି ।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ହିମାଚଳ ପ୍ରଦେଶର ବିଭିନ୍ନ ଅଞ୍ଚଳରେ ବାଦଲ ଫାଟିବା ଯୋଗୁଁ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ହିମାଚଳ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁଙ୍କ ସହ କଥା ହୋଇଛନ୍ତି । କେନ୍ଦ୍ର ସରକାରଙ୍କ ତରଫରୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି ।

ସେପଟେ ଭୟଙ୍କର ରୂପ ନେଉଛି ବେୟସ ନଦୀ । ବାଦଲଫଟା ବର୍ଷା ପରେ ବଢ଼ୁଛି ବେୟସ ନଦୀର ଜଳସ୍ତର । ପ୍ରବଳ ବର୍ଷାର ମୁକାବିଲା ନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଜରୁରୀ ବୈଠକ କରିଛନ୍ତି । ପ୍ରଭାବିତ ଅଂଚଳରେ ଉଦ୍ଧାର ଓ ଥଇଥାନ କାର୍ଯ୍ୟର ସମୀକ୍ଷା କରିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ।

You might also like