ଜେଲ୍ରେ ଅରବିନ୍ଦ କେଜ୍ରିଓ୍ଵାଲଙ୍କର ସ୍ୱାସ୍ଥ୍ୟ ଅବନତି, କମିଲା ୮ କିଲୋ ଓଜନ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କର ଜେଲ୍ରେ କ୍ରମାଗତ ଓଜନ ହ୍ରାସ ପାଉଛି । ସିଏମ୍ କେଜ୍ରିଓ୍ଵାଲଙ୍କର ଏ ପର୍ଯ୍ୟନ୍ତ ୮ କିଲୋ ଓଜନ କମିଥିବା ଆମ୍ ଆଦ୍ମୀ ପାର୍ଟି କହିଛି । ତାଙ୍କର ଏପରି ଓଜନ ହ୍ରାସ ପାଇବା ଅତ୍ୟନ୍ତ ଚିନ୍ତାଜନକ କଥା ।
ମାର୍ଚ୍ଚ ୨୧ରେ ଗିରଫ ହେବା ପରେ କେଜ୍ରିଓ୍ଵାଲଙ୍କ ଓଜନ ଥିଲା ୭୦ କିଲୋ । ଜୁନ୍ ୨ରେ ଓଜନ ହ୍ରାସ ପାଇ ୬୩.୫ କିଲୋ ହୋଇଥିଲା ଏବଂ ବର୍ତ୍ତମାନ ଜୁନ୍ ୨୨ରେ ଓଜନ ଆହୁରି କମିଯାଇ ୬୨ କିଲୋ ହୋଇଛି ।
ଆମ୍ ଆଦ୍ମୀ ପାର୍ଟି ମୁତାବକ, ଏମ୍ସର ମେଡିକାଲ୍ ବୋର୍ଡ ସିଏମ୍ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ଓଜନ ହ୍ରାସକୁ ନଜରରେ ରଖି ତାଙ୍କ ଡାଏଟ୍ରେ ପରଟା ଓ ପୁରୀ ଅନ୍ତର୍ଭୁକ୍ତ କରାଇବାକୁ କହିଛି । ଏମ୍ସ ଏବେ ପର୍ଯ୍ୟନ୍ତ କେବଳ ରକ୍ତ ସମ୍ବନ୍ଧିତ କିଛି ଟେଷ୍ଟ କରିଛି । ହାର୍ଟ ଏବଂ କ୍ୟାନ୍ସର ସମ୍ବନ୍ଧିତ ଟେଷ୍ଟ ଏ ପର୍ଯ୍ୟନ୍ତ ହୋଇନାହିଁ ।
ସିଏମ୍ଙ୍କର କ୍ରମାଗତ ଓଜନ ହ୍ରାସକୁ ଡାକ୍ତରମାନେ ଗୁରୁତର ବୋଲି ମନେ କରି କେତେକ ଟେଷ୍ଟ୍ କରାଇବାକୁ କହିଥିଲେ, ଯେଉଁଥିପାଇଁ ସିଏମ୍ କେଜ୍ରିଓ୍ଵାଲ ଅନ୍ତରୀଣ ଜାମିନ୍କୁ ୭ ଦିନ ବଢ଼ାଇବାକୁ ଦାବି କରିଥିଲେ ବୋଲି ପାର୍ଟି କହିଛି ।