କରୁଣାନିଧି ସଂକଟାପନ୍ନ

ଚେନ୍ନାଇ : ଡିଏମ୍‌କେ ନେତା ଏମ୍‌ କରୁଣାନିଧି ପୁଣି ସଂକଟାପନ୍ନ । ଚେନ୍ନାଇର କାବେରୀ ହସପିଟାଲରେ ଚିକିତ୍ସାଧୀନ ଥିବା କରୁଣାନିଧିଙ୍କ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗଗୁଡ଼ିକ ଅକାମୀ ହେବାରେ ଲାଗିଛି । ତାକୁ ସଚଳ କରି ରଖିବା ଡାକ୍ତରଙ୍କ ପାଇଁ ଚ୍ୟାଲେଞ୍ଜ ହୋଇଛି । ସେ ଜଣ୍ଡିସ୍‌ରେ ପୀଡ଼ିତ । ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି । ଆଗାମୀ ୨୪ ଘଣ୍ଟା ତାଙ୍କ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ବୋଲି ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି । ୯୪ ବର୍ଷ ବୟସ୍କ କରୁଣାନିଧି ଗତ ଜୁଲାଇ ୨୮ ତାରିଖରୁ ବାର୍ଦ୍ଧକ୍ୟଜନିତ ସମସ୍ୟା ଯୋଗୁଁ ଡାକ୍ତରଖାନାରେ ଭର୍ତ୍ତିି ହୋଇଛନ୍ତି । କରୁଣାନିଧିଙ୍କୁ ଦେଖିବା ପାଇଁ  ଡାକ୍ତରଖାନା ବାହାରେ ହଜାରେ ହଜାରେ ସମର୍ଥକ ରୁଣ୍ଡ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.