ସୋସିଆଲ ମିଡିଆରେ ଛାଇଗଲେ ଯୋଗୀ ଆଦିତ୍ୟନାଥ, ଟ୍ଵିଟର ଇଣ୍ଡିଆରେ ଟପ୍‌-୧ରେ ଟ୍ରେଣ୍ଡ ହେଲା ‘ଯୋଗୀଜୀ ନମ୍ବର ୧’

ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଦବ୍‌ଦବା ସୋସିଆଲ ମିଡିଆରେ ଅକ୍ଷୁର୍ଣ୍ଣ ରହିଛି। ଶନିବାର ପୁଣିଥରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଜଲଓ୍ଵା ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଶନିବାର ସନ୍ଧ୍ୟାରେ ଟ୍ଵିଟର ଇଣ୍ଡିଆରେ ହ୍ୟାସ୍‌ଟ୍ୟାଗ୍‌ ଯୋଗିଜୀ ନମ୍ବର ୦୧ ଟପ୍‌-୧ରେ ଟ୍ରେଣ୍ଡ୍‌ କରିଥିଲା। ସନ୍ଧ୍ୟା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମର୍ଥନରେ ହଜାର ହଜାର ଟ୍ଵିଟ୍‌ ହୋଇଥିଲା।

ସୋସିଆଲ ମିଡିଆରେ ୟୁଜର୍ସମାନେ କହିଥିଲେ-ମୁଖ୍ୟମନ୍ତ୍ରୀ ଯୋଗୀ ସାଧାରଣ ଲୋକଙ୍କ ଧାରଣାକୁ ବିକାଶ, ବିଶ୍ୱାସ ଓ ସୁଶାସନରେ ପରିବର୍ତ୍ତିତ କରିଥିଲେ। ଦିନେ ରୋଗାଗ୍ରସ୍ତ ଓ ପଛୁଆ ଅଞ୍ଚଳ ଭାବେ ପରିଚିତ ଥିବା ଉତ୍ତର ପ୍ରଦେଶ ଯୋଗୀଙ୍କ ଶାସନକାଳରେ ବିକାଶର ସୂର୍ଯ୍ୟୋଦୟ ଦେଖିଛି।

yogi

ଲୋକମାନେ ଯୋଗୀଙ୍କ ଆଇନ୍‌ ବ୍ୟବସ୍ଥାକୁ ଭୁରି ଭୁରି ପ୍ରଶଂସା କରିଥିଲେ। ଏଥିସହ ଅପରାଧୀଙ୍କୁ ବେଲ ନୁହେଁ ଜେଲ ପସନ୍ଦ ହେବା କଥା କହିଥିଲେ। ସେହିପରି ଆଉ କିଛି ୟୁଜର କରୋନା କାଳରେ ଚୀନ୍‌ରୁ ଉତ୍ତର ପ୍ରଦେଶ ସ୍ଥାନାନ୍ତର ହୋଇଥିବା ଏକାଧିକ କମ୍ପାନୀଙ୍କ ଉଦାହରଣ ଦେଇ ଉତ୍ତର ପ୍ରଦେଶକୁ ‘ଉଦ୍ୟମ ପ୍ରଦେଶ’ ବୋଲି ଲେଖିଥିଲେ। ପ୍ରକାଶ ଯେ, ୨୦୨୦ରେ ଦେଶର ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ପାଇଁ ହୋଇଥିବା ସର୍ଭେରେ ଯୋଗୀ ଆଦିତ୍ୟନାଥ ଏକ ନମ୍ବର ସ୍ଥାନରେ ଥିଲେ।