କାନରେ ଯାଇ ଯୋଗୀଙ୍କୁ କିଛି କହୁଥିଲେ ବିଜେପି ନେତା, କିନ୍ତୁ ସମସ୍ତଙ୍କ ଆଗରେ ଗାଳି କରି ବିଦା କରିଦେଲେ ମୁଖ୍ୟମନ୍ତ୍ରୀ; ଦେଖନ୍ତୁ ଭିଡିଓ

ଷ୍ଟେଜ୍‌ ଉପରେ ସମସ୍ତଙ୍କ ସାମ୍ନାରେ ବିଜେପି ନେତାଙ୍କୁ ଗାଳି ଦେଲେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଏହି ଘଟଣା ବେଳର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏହି ଘଟଣା ନଭେମ୍ବର ୨୯ ତାରିଖର ବୋଲି କୁହାଯାଉଛି। ଭିଡିଓରେ ଗାଳି ଖାଉଥିବା ନେତାଙ୍କ ନାଁ ବିଭ୍ରାଟ ଚନ୍ଦ କୌଶିକ ବୋଲି ଜଣାପଡ଼ିଛି। ସେ ଦୀର୍ଘ ଦିନ ହେବ ଗୋରଖପୁର ବିଶ୍ୱବିଦ୍ୟାଳୟର ଛାତ୍ର ରାଜନୀତିରେ ଆକ୍ଟିଭ୍‌ ଥିଲେ ଓ ବର୍ତ୍ତମାନ ତାଙ୍କୁ ରାଜ୍ୟ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ପଦ ମିଳିଛି।

କୁହାଯାଉଛି ଯେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବାଂସଗାଓଁ ବିଧାନସଭା କ୍ଷେତ୍ରରେ ଏକ ଖେଳ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମଞ୍ଚରେ ବସିଥିଲେ। ସେହି ସମୟରେ ବିଭ୍ରାଟ ତାଙ୍କ କାନରେ କିଛି କହିବାକୁ ଚାହୁଁଥିଲେ। ଏହି ସମୟରେ ସିଏମ୍‌ ଯୋଗୀଙ୍କ ରାଗ ମୁଣ୍ଡକୁ ଚଢ଼ିଯାଇଥିଲା ଓ ସେ କହିଥିଲେ- ହଟ୍‌ ପରେ କଥା ହେବା।

ଦେଖନ୍ତୁ ଭିଡିଓ:

ମୁଖ୍ୟମନ୍ତ୍ରୀ ଯୋଗୀ ଓ ବିଭ୍ରାଟଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏହି ଭିଡିଓରେ ଲୋକମାନେ ମଧ୍ୟ ନିଜ ପ୍ରତିକ୍ରିୟା ଦେଉଥିବା ଦେଖାଯାଇଛି। ଜଣେ ୟୁଜର ଲେଖିଛନ୍ତି- ମହାରାଜାଙ୍କର ଖାସ୍‌ ଲୋକ ହେବାକୁ ଓ ସମସ୍ତଙ୍କ ସାମ୍ନାରେ ଦେଖେଇ ହେବାକୁ ନେତା ବିଭ୍ରାଟ ଚନ୍ଦ କୌଶିକ ସାର୍ବଜନିକ ଭାବେ ଯାଇ ମହାରାଜାଙ୍କ କାନରେ କିଛି କହୁଥିଲେ। କିନ୍ତୁ ମହାରାଜାଙ୍କୁ ଏହା ପସନ୍ଦ ଆସିଲା ନାହିଁ। ତା’ ପରେ ଦେଖନ୍ତୁ କେମିତି ଗାଳି କରି ବିଦା କରି ଦେଲେ।

ପ୍ରକାଶ ଯେ ବିଭ୍ରାଟ ଚନ୍ଦ କୌଶିକ ଗୋରଖପୁର ବିଶ୍ୱବିଦ୍ୟାଳୟର ଛାତ୍ର ସଂଘର ଅଧ୍ୟକ୍ଷ ଓ ମହାମନ୍ତ୍ରୀ ପଦରେ ମଧ୍ୟ ଥିଲେ। ସେ ଭାରତୀୟ ଜନତା ପାର୍ଟିର ଜଣେ ଲୋକପ୍ରିୟ ନେତା। ବର୍ତ୍ତମାନ ସେ ଉତ୍ତର ପ୍ରଦେଶ ରାଜ୍ୟ ଯୁବ କଲ୍ୟାଣ ପରିଷଦର ଉପାଧ୍ୟକ୍ଷ ଅଛନ୍ତି। ଅର୍ଥାତ୍‌ ତାଙ୍କୁ ରାଜ୍ୟ ମନ୍ତ୍ରୀ ପଦ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.