CMO କହିଲେ, ପତଞ୍ଜଳି ଯୋଗପୀଠରେ ୮୩ ଲୋକ ପଜିଟିଭ, ବାବା ରାମଦେବଙ୍କ ପ୍ରବକ୍ତା କଲେ ଖଣ୍ଡନ

ପୂରା ଦେଶରେ କରୋନାର ପ୍ରକୋପ ବଢ଼ିଚାଲିଛି। ଉତ୍ତରାଖଣ୍ଡରେ ମଧ୍ୟ ଦୈନିକ ସଂକ୍ରମଣ ବୃଦ୍ଧି ପାଉଛି। ଏହାରି ଭିତରେ ଯୋଗଗୁରୁ ବାବା ରାମଦେବଙ୍କ ପତଞ୍ଜଳି ଯୋଗପୀଠରୁ ବଡ଼ ଖବର ସାମ୍ନାକୁ ଆସିଛି। ସିଏମ୍ଓ ଡା. ଏସ୍କେ ଝା କହିଛନ୍ତି କି, ପତଞ୍ଜଳି ଯୋଗପୀଠର ଅଲଗା ଅଲଗା ୩ ସଂସ୍ଥାରେ ୮୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ହେଲେ ଏହି କଥାକୁ ଖଣ୍ଡନ କରିଛନ୍ତି ବାବା ରାମଦେବଙ୍କ ପ୍ରବକ୍ତା।
କ’ଣ କହିଲେ ସିଏମ୍ଓ
ସିଏମ୍ଓ ଡା. ଏସ୍କେ ଝା କହିଛନ୍ତି, ଗତ ୧୦ରୁ ୩୦ ତାରିଖ ଭିତରେ ପତଞ୍ଜଳି ଯୋଗପୀଠରେ ୮୩ ଲୋକ ପଜିଟିଭ ବାହାରିଛନ୍ତି, ଯେଉଁଥିରୁ ୪୬ କରୋନା ସଂକ୍ରମିତ ପତଞ୍ଜଳି ଯୋଗପୀଠରୁ, ୨୮ଜଣ ଯୋଗଗ୍ରାମରୁ ଏବଂ ୯ଜଣ ଆଚାର୍ଯ୍ୟକୁଲମ୍ରୁ ଚିହ୍ନଟ ହୋଇଛନ୍ତି। ଝା କହିଥିଲେ କି, ଏହା ପୂର୍ବରୁ ବି ୧/୨ଟି କେସ୍ ସାମ୍ନାକୁ ଆସି ସାରିଛି। ସ୍ୱାସ୍ଥ୍ୟ ବିଭାଗ କରୋନା ସଂକ୍ରମିତ ବ୍ୟକ୍ତିଙ୍କର କନ୍ଟାକ୍ଟ ଟ୍ରେସିଂ କରୁଛି। ଯାଞ୍ଚରେ ଯିଏ ବି ଲୋକ ପଜିଟିଭ ଆସୁଛି, ସେମାନଙ୍କୁ ଆଇସୋଲେଟ କରାଯାଉଛି। ଆବଶ୍ୟକ ପଡ଼ିଲେ ସ୍ୱାସ୍ଥ୍ୟ ବିଭାଗ ଟିମ୍ ସ୍ୱାମୀ ରାମଦେବଙ୍କର ବି କରୋନା ଯାଞ୍ଚ କରିପାରେ।
ରାମଦେବଙ୍କ ପ୍ରବକ୍ତା କଲେ ଖଣ୍ଡନ
ସ୍ୱାମୀ ରାମଦେବଙ୍କ ପ୍ରବକ୍ତା ଏସ୍କେ ତିଜାରାଓ୍ଵାଲା ଟ୍ଵିଟ୍ କରି ଏହି କଥାକୁ ଖଣ୍ଡନ କରିଛନ୍ତି। ସେ ଟ୍ଵିଟ୍ରେ ଉଲ୍ଲେଖ କରିଛନ୍ତି କି, ‘ଗଣମାଧ୍ୟମରେ ଗୁଜବ ପ୍ରଚାରିତ ସମ୍ପର୍କରେ ଅବଗତ ହେବା ପରେ ଆମେ ଚେତାବନୀ ଦେଉଛୁ କି, କୌଣସି ମିଥ୍ୟା ଖବର ପ୍ରସାରଣ ନ କରନ୍ତୁ। IPD ଇନଡୋର ରୋଗୀଙ୍କ ଆବଶ୍ୟକ କରୋନା ଟେଷ୍ଟିଂ ପାଇଁ ସେଣ୍ଟର ବନାଇଛି। ଯିଏ ପଜିଟିଭ ଆସେ, ତାକୁ ପ୍ରବେଶ ଦିଆଯାଏ ନାହିଁ। ଯୋଗଗ୍ରାମ, ନିରାମୟମ୍ ଓ ଆଚାର୍ଯ୍ୟକୁଲମ୍ ପତଞ୍ଜଳି ସଂସ୍ଥାରେ କେହି ବି ପଜିଟିଭ ନାହାନ୍ତି’।
मीडिया में भ्रामक/निराधार अफवाहों का संज्ञान लेकर हम आगाह करते हैं कोई झूठी खबर ना चलाए।
IPD इनडोर मरीजों की आवश्यक #कोरोना की टेस्टिंग के लिए सेंटर बना रखा है। जो पोजिटिव आए उन्हें प्रवेश नहीं दिया जाता।#योगग्राम #निरामयम #आचार्यकुलम #पतंजलि संस्थानों में कोई पोजिटिव नहीं है pic.twitter.com/w66gVndIBi
— Tijarawala SK (@tijarawala) April 22, 2021