ଅନଲାଇନ ସପିଂ କରିବାକୁ କିଏ ବା ଭଲ ନ ପାଏ । କିନ୍ତୁ ବେଳେବେଳେ ଅନଲାଇନରେ ଆସିଥିବା ପ୍ୟାକେଟରେ ଆପଣ ଅର୍ଡର କରିଥିବା ଜିନିଷ ବଦଳରେ ଅଲଗା ଜିନିଷ ଆସିଯାଏ । ଯେଉଁଥିପାଇଁ ଆପଣଙ୍କ ସମସ୍ୟା ବଢ଼ିଯାଏ । କିନ୍ତୁ ଯଦି ଆପଣ ଅର୍ଡର କରିଥିବା ଜିନିଷ ବଦଳରେ ପ୍ୟାକେଟରୁ ସାପ ବାହାରେ ତେବେ ଆପଣ କଣ କରିବେ । ଡେଲିଭରି ହୋଇଥିବା ପ୍ୟାକେଟରୁ ଯଦି ସାପ ବାହାରେ ଆପଣଙ୍କ ହୋସ ଉଡ଼ିଯିବ ନିଶ୍ଚିତ । ଏଭଳି ଏକ ଡେଲିଭରି ପ୍ୟାକେଟରୁ ସାପ ବାହାରିଛି ।
ବେଙ୍ଗାଲୁରୁର ଜଣେ ଗ୍ରାହକ ଏକ Xbox କଣ୍ଟ୍ରୋଲର ଅର୍ଡର କରିଥିଲେ । କିନ୍ତୁ ଡେଲିଭରି ହୋଇଥିବା ପ୍ୟାକେଟରୁ ନାଗ ସାପ ବାହାରିଥିଲା । ନାଗ ସାପକୁ ଦେଖି ସ୍ୱାମୀ ସ୍ତ୍ରୀ ଉଭୟ ଡରି ଯାଇଥିଲେ । ପ୍ୟାକେଟ ଖୋଲିବା ପରର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭାଇରାଲ ଭିଡିଓରେ ପ୍ୟାକେଟ ଭିତରୁ ସାପ ବାହାରୁଥିବା ଦେଖାଯାଇଛି ।
ଭିଡିଓ ସେୟାର କରିବା ସମୟରେ ଉକ୍ତ ଦମ୍ପତି କହିଛନ୍ତି ଯେ ଯେତେବେଳେ ସେମାନେ ସମ୍ପୃକ୍ତ ଘଟଣା ସମ୍ପର୍କରେ କଷ୍ଟମର କେୟାର ସହ କଥା ହୋଇଥିଲେ, ସେମାନଙ୍କୁ ଦୁଇ ଘଣ୍ଟା ଧରି ହୋଲ୍ଡରେ ରଖାଯାଇଥିଲା। ଏହି ଗ୍ରାହକ ବେଙ୍ଗାଲୁରୁର ସରଜାପୁର ରୋଡର ବାସିନ୍ଦା ବୋଲି ଜଣାପଡ଼ିଛି ।
ଯଦି ଆପଣ କିଛି ଜିନିଷ ଅର୍ଡର କରୁଛନ୍ତି, ତେବେ ପ୍ୟାକେଟ ଖୋଲିବା ସମୟରେ ଏହାର ଭିଡିଓ କରନ୍ତୁ । ଏହା ଏକ ପ୍ରମାଣ ଭଳି ରହିବ । ପ୍ୟାକେଟରୁ ଭୁଲ ଜିନିଷ ବାହାରିଲେ ଏହି ଭିଡିଓ ସାହାଯ୍ୟରେ ଆପଣ ଅଭିଯୋଗ କରିପାରିବେ ।