ରାଜସ୍ଥାନ : ଉଦୟପୁର ସେବାଶ୍ରମର ହୋଟେଲ ନିକଟରେ ଥିବା ବଗିଚାରେ ବହୁ ସଂଖ୍ୟକ ନାଗସାପ ଏବଂ ନାଗ ଛୁଆ ଦେଖିବାକୁ ମିଳିଛି । ଯାହା ଫଳରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ସୂଚନା ପାଇବା ମାତ୍ରେ ବନ୍ୟପ୍ରାଣୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସାପଗୁଡିକୁ ଉଦ୍ଧାର କରି ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡି ଦେଇଥିଲେ ।
ବନ୍ୟ ପ୍ରାଣୀ ଉଦ୍ଧାର କେନ୍ଦ୍ରର ସଭାପତିଙ୍କ ସୂଚନାନୁଯାୟୀ, ସେବା ଶରଣ ପୁଲିଆ ନିକଟରେ ଏକ ହୋଟେଲ ଥିଲା । ସେହି ପରିସରରେ ମଧ୍ୟ ଏକ ବଗିଚା ଥିଲା । ଯେଉଁଠାରେ ସାପ ଥିବା ହୋଟେଲର ମ୍ୟାନେଜର ବନ୍ୟ ଉଦ୍ଧାରକାରୀ ଟିମ୍କୁ ସୂଚନା ଦେଇଥିଲେ । ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ସାପ କାଠ ଭିତରକୁ ଚାଲିଯାଇଥିଲା । ଯେଉଁଠାରେ ଅଳିଆ ଥିଲା । ସାପ ଉଦ୍ଧାର ପାଇଁ ବନ୍ୟ ପ୍ରାଣୀ ଉଦ୍ଧାର ଟିମ୍ ଅଳିଆ ସଫା କରିବା ପରେ ସାପ ପାଇଥିଲେ । ପ୍ରଥମେ ସେମାନେ ସାପ ଛୁଆ ପାଇଥିଲେ । ଯାହା ପରେ ଉଦ୍ଧାର କାର୍ଯ୍ୟକୁ ଜାରି ରଖିଥିଲେ । ସେମାନେ ସେହିପରି ୧୮ଟି ସାପ ଛୁଆ ଏବଂ ଗୋଟିଏ ବଡ଼ ନାଗକୁ ଧରିଥିଲେ ।
ଆହୁରି ମଧ୍ୟ କହିବାକୁ ଯାଇ ସେ କହିଛନ୍ତି ଯେ, କଥାରେ ଥିଲା ସାପ ସେମାନଙ୍କ ଛୁଆକୁ ଖାଏ । ଯାହା ସେମାନେ ଅନେକ ଥର ଦେଖିବାକୁ ପାଇଥିଲେ । କିନ୍ତୁ ଏଠାରେ ପ୍ରଥମ ଥର ପାଇଁ ପୁରୁଷ ନାଗ ସହିତ ୧୮ଟି ନାଗ ଛୁଆ ସୁରକ୍ଷିତ ଅବସ୍ଥାରେ ଥିଲେ । ଯାହା ବଡ଼ ଆଶ୍ଚର୍ଯ୍ୟକର ଥିଲା ।
ଏହାରି ମଧ୍ୟରେ ବନ୍ୟ ଉଦ୍ଧାରକାରୀ ଟିମର ମୁଖ୍ୟ କହିଛନ୍ତି ଯେ, ହୋଟେଲ ନିକଟରେ ଏକ ବଗିଚା ଥିଲା ଏବଂ ଲୋକମାନେ ଏଠାରେ ବହୁତ ଦିନ ଧରି ଅଳିଆ ରଖୁଥିଲେ । ଅଳିଆ, କାଠ ଏବଂ ମାଟି ଯୋଗୁଁ ସେହି ସ୍ଥାନଟି ସାପଙ୍କ ବାସସ୍ଥାନ ହୋଇଗଲା । ପିଲା ଜନ୍ମ କରିବା ପରେ ସାପମାନେ ଅନ୍ୟ ସ୍ଥାନକୁ ଯାଇ ନଥିଲେ । କାରଣ ସହଜରେ ସେଠାରେ ସେମାନଙ୍କୁ ଖାଦ୍ୟ ମିଳୁଥିଲା । ଏହା ମଧ୍ୟ ସମ୍ଭବ ଯେ ଖାଦ୍ୟ ମିଳୁଥିବା ଯୋଗୁଁ ନାଗ ତା’ର ଛୁଆମାନଙ୍କୁ ମାରି ନଥିଲା । ଶେଷରେ ସମସ୍ତ ନାଗ ସାପଙ୍କୁ ଉଦ୍ଧାର କରି ଜଙ୍ଗଲ ଅଞ୍ଚଳକୁ ନେଇ ସୁରକ୍ଷିତ ଭାବରେ ଛାଡି ଦେଇଥିଲେ ।
Also Read : ଶିକ୍ଷିତ ପିଲାମାନଙ୍କର ଅଶିକ୍ଷିତ ସଂସ୍କାର, ଶେଷ ସମୟରେ ବାପାଙ୍କ ମୁହଁ ଚାହିଁଲେନି