କୋୟେମ୍ବଟୁର: ସିସିଟିଭିରେ କଏଦ ହେଲା ପୂରା ଘଟଣା, ଦେଖନ୍ତୁ ଚଳନ୍ତା କାର୍‌ରୁ କେମିତି ମହିଳାଙ୍କୁ ଫିଙ୍ଗି ଦେଉଛନ୍ତି ରାସ୍ତାକୁ…, ଜବତ ହେଲା ମୃତଦେହ

କୋୟେମ୍ବଟୁରରୁ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି। ଏଠାରେ କିଛି ଦୁର୍ବୃତ୍ତ ଜଣେ ମହିଳାଙ୍କୁ ଚଳନ୍ତା ସ୍କର୍ପିଓ କାର୍‌ରୁ ବାହାରକୁ ଫିଙ୍ଗି ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ପୋଲିସ ମଙ୍ଗଳବାର ସକାଳେ ମହିଳାଙ୍କ ମୃତଦେହକୁ ରାଜପଥରୁ ଜବତ କରିଛି। ଏହି ପୂରା ଘଟଣା ସେଠାରେ ଲାଗିଥିବା ଏକ ସିସିଟିଭି କ୍ୟାମେରାରେ କଏଦ ହୋଇଛି।

କୋୟେମ୍ବଟୁର ପୋଲିସ କୋୟେମ୍ବଟୁର-ଚିନ୍ନିୟାମପଲୟମ୍‌ ଚେକ୍‌ ପୋଷ୍ଟ ନିକଟରେ ୫୦ ବର୍ଷୀୟା ଜଣେ ମହିଳାଙ୍କ ମୃତଦେହ ଜବତ କରିଛି। ଯେତେବେଳେ ପୋଲିସ ଆଖପାଖରେ ଲାଗିଥିବା ସିସିଟିଭି କ୍ୟାମେରାଗୁଡ଼ିକୁ ଯାଞ୍ଚ କରିଥିଲା, ତ ଏକ କ୍ୟାମେରାରେ ସ୍ପଷ୍ଟ ଭାବେ ନଜର ଆସିଥିଲା କି, ଜଣେ ମହିଳାଙ୍କୁ ଦ୍ରୁତ ଗତିରେ ଚାଲୁଥିବା ଏକ ସ୍କର୍ପିଓ କାରରୁ ରାସ୍ତାକୁ ଫିଙ୍ଗି ଦିଆଯାଉଛି। ପୋଲିସ ଯେତେବେଳେ ଘଟଣାସ୍ଥଳରେ ପହଞ୍ଚିଥିଲା, ତ ମହିଳାଙ୍କ ଚେହେରା ଚିହ୍ନଟ କରିବା ମୁସ୍କିଲ ହୋଇ ପଡ଼ିଥିଲା।

ଏହି ମାମଲାର ତଦନ୍ତ ପାଇଁ ପୋଲିସ ଅଧିକାରୀମାନଙ୍କର ଦୁଇଟି ଟିମ୍‌ ନିୟୋଜିତ ହୋଇଛନ୍ତି। ପୋଲିସ ଏହି କଥାର ଯାଞ୍ଚ କରୁଛି କି, ମହିଳାଙ୍କୁ କାର୍‌ରୁ ବଞ୍ଚିଥିବା ଅବସ୍ଥାରେ ଫିଙ୍ଗି ଦିଆଯାଇଥିଲା ନା ଫିଙ୍ଗିବା ପୂର୍ବରୁ ମହିଳାଙ୍କ ମୃତ୍ୟୁ ଘଟି ସାରିଥିଲା। ପୋଲିସ ସିସିଟିଭି ଫୁଟେଜ୍‌ରୁ କାର୍‌ ନମ୍ବର ଯାଞ୍ଚ କରୁଥିବା ବେଳେ ଘଟଣାରେ ସମ୍ପୃକ୍ତ ସ୍କର୍ପିଓ କାର୍‌କୁ ବି ଖୋଜାଖୋଜି କରୁଛି। ତେବେ ଏହା ଏକ ଯୋଜନାବଦ୍ଧ ହତ୍ୟା ମାମଲା ହୋଇପାରେ ବୋଲି ପୋଲିସ ସନ୍ଦେହ ପ୍ରକାଶ କରିଛି। ସେପଟେ ମହିଳାଙ୍କ ମୃତଦେହକୁ ବ୍ୟବଚ୍ଛେଦ ଲାଗି ପଠାଇ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.