ଶୀତଳ ଭଣ୍ଡାର ଛାତ ଭାଙ୍ଗି ପଡିବା ଘଟଣା, ମାଲିକଙ୍କ ନାମରେ ରୁଜୁ ହେଲା ମାମଲା

ଏକ ଅଭାବନୀୟ ଘଟଣାକ୍ରମେ ଗତକାଲି ଉତ୍ତର ପ୍ରଦେଶ ଚାନ୍ଦୌସି ଅଂଚଳରେ ଏକ ଆଳୁ ଶୀତଳ ଭଣ୍ଡାରର ଛାତ ଭାଙ୍ଗି ପଡିବାରୁ ୮ ଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟ ୧୧ ଜଣଙ୍କୁ ଉଦ୍ଧାର କରାଯାଇଛି ।

ଉତ୍ତରପ୍ରଦେଶ : ଏକ ଅଭାବନୀୟ ଘଟଣାକ୍ରମେ ଗତକାଲି ଉତ୍ତର ପ୍ରଦେଶ ଚାନ୍ଦୌସି ଅଂଚଳରେ ଏକ ଆଳୁ ଶୀତଳ ଭଣ୍ଡାରର ଛାତ ଭାଙ୍ଗି ପଡିବାରୁ ୮ ଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟ ୧୧ ଜଣଙ୍କୁ ଉଦ୍ଧାର କରାଯାଇଛି । ଶୀତଳ ଭଣ୍ଡାରର ମାଲିକ ଅଂକୁର ଅଗ୍ରଓ୍ଵାଲ ଓ ରୋହିତ ଅଗ୍ରଓ୍ଵାଲଙ୍କ ନାମରେ ଆଇପିସି ୩୦୩ କ ଦଫାରେ ଏକ ମାମଲା ରୁଜୁ କରାଯାଇଛି ବୋଲି ଜଣେ ବରିଷ୍ଠ ପୋଲିସ ଅଫିସର କହିଛନ୍ତି ।

ଏନଡିଆରଏଫ୍‌ ଓ ଏସଡିଆରଏଫ୍‌ ଟିମ ଦୁର୍ଘଟଣା ସ୍ଥାନରେ ରହି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଏହି ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ମୌରଦାବାଦ ଡିଆଜି ସାଲାଭ ମାଥୁର କହିଛନ୍ତି । ତେବେ ଆଉ କିଛି ଲୋକଙ୍କ ପତ୍ତା ମିଳିନାହିଁ । ଷ୍ଟୋରରେ ଆମୋନିଆ ଗ୍ୟାସ ସିଲଣ୍ଡର ମହଜୁଦ ଥିବାରୁ ଅଧିକ ସତର୍କତାର ସହ ଉଦ୍ଧାର କାର୍ଯ୍ୟ ଜାରି ରହିଛି ବୋଲି ପୋଲିସ ଡିଆଜି କହିଛନ୍ତି ।

ତୁରନ୍ତ ଉଦ୍ଧାର କାର୍ଯ୍ୟ ଜାରି ରଖିବା ପାଇଁ ଜିଲ୍ଲା ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି । ଅଘଟଣ ସ୍ଥଳରେ ଉଦ୍ଧାରକାରୀ ଦଳ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ବୋଲି ସିଏମଓ ଅଫିସ ସୂତ୍ରରୁ ଟ୍ଵିଟ ଯୋଗେ ଜଣାଯାଇଛି ।

Leave A Reply

Your email address will not be published.