କର୍ଣ୍ଣେଲ ସୋଫିଆ କ୍ୟୁରେଶୀ ଏବଂ ୱିଙ୍ଗ୍ କମାଣ୍ଡର ଭ୍ୟୋମିକା ସିଂ, ’ଅପରେସନ ସିନ୍ଦୁର’ଏୟାରଷ୍ଟ୍ରାଇକ ବିଷୟରେ ଦେଇଥିଲେ ସମ୍ପୂର୍ଣ୍ଣ ବିବରଣୀ

ଜମ୍ମୁ-କାଶ୍ମୀର ପହଲଗାମ ଆକ୍ରମଣ ପରେ ୨୬ ଜଣ ପ୍ରାଣ ହରାଇଥିଲେ । ଯେଉଁଥି ପାଇଁ ପାକିସ୍ତାନ ଉପରେ ଭାରତୀୟଙ୍କ ମନରେ କ୍ରୋଧ ସୃଷ୍ଟି ହୋଇଥିଲା । ଯାହାର ବଦଲା ନେବାକୁ ଯାଇ ମେ ୭ତାରିଖରେ ଭାରତ ପାକିସ୍ତାନ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣରେ ପାକିସ୍ତାନର ୯ଟି ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ କରିଥିଲା ଭାରତ । କିନ୍ତୁ ଏହି ଆକ୍ରମଣରେ କୌଣସି ସାଧାରଣ ନାଗରିକଙ୍କ ଜୀବନ ଯାଇନାହିଁ । ଯେଉଁ ଆକ୍ରମଣରେ ମଧ୍ୟ ଭାରତ ସଫଳ ହୋଇଛି । ଯାହାର ଅପଡେଟ୍ ଦେଇଛନ୍ତି ଭାରତୀୟ ସେନାର ଦୁଇ ମହିଳା ଅଧିକାରୀ ।
ବୁଧବାର ଦିନ ’ଅପରେସନ ସିନ୍ଦୁର’ବିଷୟରେ ସୂଚନା ଦେବା ପାଇଁ ଭାରତୀୟ ସେନା ପକ୍ଷରୁ ପ୍ରେସମିଟ୍ ଡକାଯାଇଥିଲା । ଏହି ପ୍ରେସମିଟରେ ୩ଜଣ ମୁଖ୍ୟ ଉପସ୍ଥିତ ରହି ଘଟଣାର ସମ୍ପୂର୍ଣ୍ଣ ସୂଚନା ଦେଇଥିଲେ । ଭାରତର ବିଦେଶ ସଚିବ ବିକ୍ରମ ମିସରୀଙ୍କ ସହିତ ଦୁଇ ଜଣ ଭାରତୀୟ ମହିଳା ସେନା ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ । ସେହି ଦୁଇ ମହିଳା ଅଧିକାରୀ ହେଲେ କର୍ଣ୍ଣେଲ ସୋଫିଆ କ୍ୟୁରେଶୀ ଏବଂ ଅନ୍ୟ ଜଣେ ହେଲେ ୱିଙ୍ଗ୍ କମାଣ୍ଡର ଭ୍ୟୋମିକା ସିଂ ସାମ୍ନାକୁ ଆସି ଭାରତୀୟ ସେନାର ସାହସିକତାକୁ ଜଣାଇଥିଲେ । ଏହା ସହିତ ଭାରତୀୟ ସେନା କିପରି ପାକିସ୍ତାନକୁ ଧ୍ବଂସବିଧ୍ବଂସ କରିଛି ସେ ସମ୍ପର୍କରେ ମଧ୍ୟ ଜଣାଇଛନ୍ତି ।
ଏପଟେ ଭାରତୀୟ ସେନାଙ୍କ ଏପରି ସାହାସିକତାକୁ ଦେଖି ସୋସିଆଲ ମିଡିଆରୁ ସେମାନଙ୍କ ପାଇଁ ପ୍ରଶଂସାର ସୁଅ ଛୁଟୁଛି । ଭାରତ ସରକାର ଗୁରୁତ୍ତ୍ବପୂର୍ଣ୍ଣ ପ୍ରେସମିଟରେ ଏହି ଦୁଇ ମହିଳାଙ୍କୁ ବାଛିଛନ୍ତି । ସେମାନେ କିଏ ଆସନ୍ତୁ ସେମାନଙ୍କ ସମ୍ପର୍କରେ ଜାଣିବା ।
ୱିଙ୍ଗ କମାଣ୍ଡର ଭ୍ୟୋମିକା ସିଂ :
ବାୟୁସେନାରେ ଯୋଗଦେବାର ୧୩ ବର୍ଷ ପରେ ୱିଙ୍ଗ୍ କମାଣ୍ଡର ପଦବୀ ପାଇଥିଲେ ଭ୍ୟୋମିକା ସିଂ । ଯାହା ପରେ ସେ ୨୦୧୭ ଡିସେମ୍ବର ୧୮ ତାରିଖରେ ୱିଙ୍ଗ୍ କମାଣ୍ଡର ଭାବେ ଯୋଗ ଦେଇଥିଲେ । ଯେଉଁଥି ପାଇଁ ୨୦୦୪ରେ ତାଙ୍କୁ ଶ୍ରେଷ୍ଠ ୱିଙ୍ଗ୍ କମାଣ୍ଡର ଭାବେ ବିବେଚନା କରାଯାଇଥିଲା । କାହାଣୀ ତାଙ୍କର ସେୟାର କରିବା ମଧ୍ୟରେ କହିଛନ୍ତି ଯେ, ଯେତେବେଳେ ସେ ଷଷ୍ଠ କ୍ଲାସରେ ପଢୁଥିଲେ ବାୟୁସେନାରେ ଯୋଗ ଦେବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ଏହି କାହାଣୀକୁ ନେଇ ତାଙ୍କ ନାଁ ଜଡିତ ବୋଲି କହିଛନ୍ତି ଭ୍ୟୋମିକା । ତାଙ୍କର ପାଠ ପଢିବା ସରିବା ମାତ୍ରେ ସେ UPSC ଜରିଆରେ ବାୟୁସେନାରେ ଯୋଗ ଦେଇ ପାଇଲଟ୍ ହୋଇଥିଲେ । ୨୦୨୧ ମସିହାରେ ମାଉଣ୍ଟ ମଣିରଙ୍ଗରେ ଇତିହାସ ରଚିଥିଲେ ।
କର୍ଣ୍ଣେଲ ସୋଫିଆ କ୍ୟୁରେଶୀ :
୩୫ ବର୍ଷୀୟ ମହିଳା କର୍ଣ୍ଣେଲ ସୋଫିଆ ଭାରତୀୟ ସେନାରେ ସିଗନାଲ କର୍ପସ ଅଫିସର ଭାବେ ୧୯୯୯ମସିହାରେ ସାମିଲ ହୋଇଥିଲେ । ଯିଏ ୨୦୨୬ମସିହାରେ ଏକ୍ସରସାଇଜ ଫୋର୍ସ ୧୮ ମିଲଟାରୀ ଡ୍ରିଲରେ ଯୋଗ ଦେଇଥିଲେ । ସେ ୨୦୧୦ ମସିହାରେ ଶାନ୍ତି ସଂସ୍ଥାପନା ମିଶନରେ ମଧ୍ୟ ଜଡିତ ହୋଇଥିଲେ। ୧୮ଟି ଦେଶର ନେତୃତ୍ବ ନେଇଥିଲେ ସୋଫିଆ କ୍ୟୁରେଶୀ । ସେ ମଧ୍ୟ ଜଣେ ମିଲଟାରୀ ପରିବାରରୁ ଆସିଥିବାର ସୂଚନା ମିଳୁଛି । ପ୍ରାୟ ୬ ବର୍ଷ ପରେ ସେ ଜାତିସଂଘ ଶାନ୍ତି ମିଶନରେ ଭାରତ ପକ୍ଷରୁ ଯୋଗଦାନ କରି କଙ୍ଗୋରେ ମିଶନ ଶେଷ କରିଛନ୍ତି।
ସେପଟେ ପାକିସ୍ତାନ ଆକ୍ରମଣର ଠିକ୍ ୧୫ ଦିନ ପରେ ଭାରତ ପ୍ରତିଶୋଧ ନେଇଥିଲା । ୬ ମଇ ବିଳମ୍ବିତ ରାତିରେ, ଭାରତୀୟ ବାୟୁସେନା ପାକିସ୍ତାନ ଏବଂ ପାକ୍ ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରି ପାକିସ୍ତାନର ଅନେକ ଅଞ୍ଚଳକୁ ଧ୍ବଂସ କରିଦେଇଥିଲା ।
Also Read : ‘ପିକଚର୍ ଅଭି ବାକି ହୈ…’, ଅପରେସନ ସିନ୍ଦୂର ପରେ ପୂର୍ବ ସେନା ମୁଖ୍ୟ ମନୋଜ ନରଭଣେ ପାକିସ୍ତାନକୁ ଦେଲେ ବଡ଼ ଟେନସନ