ହଠାତ ଏହି ନଦୀର ରଙ୍ଗ ନୀଳରୁ ପାଲଟିଲା ଗୋଲାପୀ, ଏହା ପଛର କାରଣ ଜାଣିବା ପାଇଁ ଦେଖନ୍ତୁ ଏହି ଭିଡିଓ

ଲକ ଡାଉନ କାରଣରୁ ଆଖପାଖ ଅଂଚଳ ଶୂନଶାନ ଥିବା ବେଳେ ହଠାତ ବଦଳି ଯାଇଥିଲା ନଦୀର ରଙ୍ଗ । ନଦୀ ଜଳର ନୀଳ ରଙ୍ଗ ପାଲଟି ଥିଲା ଗୋଲାପୀ । ଦୂର ଆକାଶରୁ ଛୁଟି ଆସିଥିଲେ ଲକ୍ଷ ଲକ୍ଷ ପକ୍ଷୀ । ଯେମିତି ଖୁସିରେ ଉତ୍ଫୁଲ୍ଲିତ ହୋଇ ଉଠିଥିଲା ପ୍ରକୃତି ରାଣୀ । ସତେ ଯେମିତି କିଏ ନିଜ ତୁଳିରେ ବଦଳେଇ ଦେଲା ନଦୀର ରଙ୍ଗ । ହଁ ଏମିତି ହିଁ ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ନାଭି ମୁମ୍ବାଇର ଏକ ନଦୀ କୂଳରେ । ପ୍ରତି ବର୍ଷ ପରି ଚଳିତ ବର୍ଷ ବି ଫ୍ଲେମିଙ୍ଗୋ ପକ୍ଷୀ ମାନଙ୍କର ଦଳ ପହଂଚିଛନ୍ତି । ଏତେ ସଂଖ୍ୟାରେ ଗୋଲାପୀ ରଙ୍ଗର ପକ୍ଷୀ ଏକା ସାଥିରେ ଆସିଥିବାରୁ ହଠାତ ନଦୀ ଜଳର ରଙ୍ଗ ଗୋଲାପୀ ହୋଇ ଯାଇଥିବାର ଭ୍ରମ ସୃଷ୍ଟି କରିଥିଲା ।

flock of flamingo

ରାଜ ହଂସ ପକ୍ଷୀ ଦଳର ଏହି ଭିଡିଓଟି ସୋସିଆଲ ମିଡିଆରେ ବି ଖୁବ ଭାଇରଲ ହେବାରେ ଲାଗିଛି । ଭିଡିଓଟିକୁ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି କଂଗ୍ରେସ ନେତା ପ୍ରଫୁଲ୍ଲ ପଟେଲ । ନିଜ ଟ୍ୱିଟର ହ୍ୟାଣ୍ଡଲରେ ସେ ଏହା ମଧ୍ୟ ଲେଖିଛନ୍ତିକି, ପ୍ରକୃତି ତରଫରୁ ଏହା ଏକ ଅମୁଲ୍ୟ ଦାନ ।

ଭାଇରଲ ହେଉଥିବା ଭିଡିଓ ଟିରେ ବଲିଉଡ଼ ଅଭିନେତ୍ରୀ ରବୀନା ଟଣ୍ଡନ, ଦିୟା ମିର୍ଜା, ଟ୍ୱିଙ୍କଲ ଖାନା କମେନ୍ଟ କରିଥିବା ଦେଖାଦେଇଛି । ବମ୍ବେ ନ୍ୟାଚୁରାଲ ହିଷ୍ଟ୍ରୀ ସୋସାଇଟି ଅନୁଯାୟୀ, ପୂର୍ବ ବର୍ଷ ତୁଳନାରେ ୨୫ ପ୍ରତିଶତରୁ ଅଧିକ ସଂଖ୍ୟାର ରାଜହଂସ ପକ୍ଷୀ ଚଳିତ ବର୍ଷ ଆସିଛନ୍ତି । ପାଖାପଖି ୧.୨ ଲକ୍ଷ ପକ୍ଷୀ ଏହି ବର୍ଷ ଆସିଛନ୍ତି । ଏପ୍ରିଲ ମାସ ପ୍ରଥମ ସପ୍ତାହରେ ୧.୫ ଲକ୍ଷ ଅଧିକ ସଂଖ୍ୟାର ପକ୍ଷୀଙ୍କୁ ଏହି ନଦୀ କୂଳରେ ଦେଖାଯାଇଥିଲା ।

ରିପୋର୍ଟ ଅନୁଯାୟୀ, ଏହି ବିଶେଷ ପ୍ରଜାତିର ପକ୍ଷୀ ଗୁଜୁରାଟ ରାଜ୍ୟର କଚ୍ଛ ଅଂଚଳ, ରାଜସ୍ଥାନ ରାଜ୍ୟର ସମ୍ଭର ହ୍ରଦ କୁଳ ସମେତ ପାକିସ୍ତାନ , ଆଫଗାନିସ୍ଥାନ, ଇରାନ ଓ ଇସ୍ରାଏଲ ପରି ଦେଶରୁ ମାଇଗ୍ରେଟ ହୋଇ ଏହି ଅଂଚଳକୁ ଆସିଥାନ୍ତି । ଯଦି ଆପଣ ବର୍ତ୍ତମାନ ସ୍ଥିତିରେ ନାଭି ମୁମ୍ବାଇ, ଉରଣ, ଠାଣେ କରିକ, ପାଞ୍ଜୁ ଦ୍ବୀପ ଓ ବାସଲ କ୍ଷେତ୍ରର ଫଟୋ ଗୁଡ଼କୁ ଦେଖିବେ ତେବେ ଅନୁମାନ ଲଗାଇ ପାରିବେଯେ ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ଅଧିକ ସଂଖ୍ୟକ ପକ୍ଷୀ ଏଠାକୁ ଆସିଛନ୍ତି । କହିରଖିବା ଉଚିତ ହେବକି, କରୋନା ଭାଇରସକୁ ନେଇ ଜାରି ହୋଇଥିବା ଲକ ଡାଉନ କାରଣରୁ, ବିଭିନ୍ନ ସାର୍ବଜନିକ ସ୍ଥାନରେ ଅଧିକ ସଂଖ୍ୟକ ପଶୁ ପକ୍ଷୀ ମାନେ ନଜର ଆସୁଛନ୍ତି ।