ଆତଙ୍କବାଦୀଙ୍କ ଘୃଣ୍ୟ କାମ, ସ୍ୱାମୀଙ୍କ ରକ୍ତକୁ ଭାତରେ ଗୋଳାଇ ପତ୍ନୀଙ୍କୁ ଖାଇବାକୁ ଦେଉଥିଲେ

ଜାମ୍ମୁ କାଶ୍ମୀରରେ ବସବାସ କରୁଥିବା କାଶ୍ମୀର ପଣ୍ଡିତଙ୍କ ଉପରେ ଆତଙ୍କବାଦୀ ମାନେ କରିଥିବା ଦୁର୍ଦ୍ଦଶା ବିଷୟରେ ତ ସମସ୍ତେ ଜାଣନ୍ତି । ତାକୁ ଶୁଣିଲେ ଯାହା କାହାର ବି ଲୋମ ଟାଙ୍କୁରୀ ଉଠିବ ନିଶ୍ଚୟ । ନିକଟରେ ଜାମ୍ମୁ କାଶ୍ମୀର ଉପରୁ ଧାରା ୩୭୦କୁ ଉଠାଯିବା ପରେ ଏଠାରେ ବସବାସ କରୁଥିବା ଅଧିବାସୀଙ୍କ ଦୁର୍ଦ୍ଦଶାରେ ପରିବର୍ତ୍ତନ ଆସିଛି । ବରିଷ୍ଠ ପତ୍ରକାର ସୁନନ୍ଦା ବଶିଷ୍ଠ ନିଜର ଏମିତି କିଛି ଅନୁଭୂତି ସମସ୍ତଙ୍କ ସହ ବାଣ୍ଟିଛନ୍ତି ଯାହାକୁ ଯେକେହି ଶୁଣିଲେ ସ୍ତବ୍ଧ ରହିଯିବ । ସେ ୧୯୯୦ ମସିହାରେ ଆତଙ୍କବାଦୀ ମାନଙ୍କ ଅତ୍ୟାଚାର ଅତ୍ୟଧିକ ବଢି ଯାଇଥିଲା । ସାଧାରଣ ଲୋକଙ୍କ ଉପରେ ଅତି ନୃସଂକ ଭାବେ ଅତ୍ୟାଚାର କରି ସେମାନଙ୍କୁ ହତ୍ୟା କରି ଦେଉଥିଲେ ସେସମ୍ପର୍କରେ କେତେ ଗୁଡିଏ ହୃଦୟ ବିଦାରକ କାହାଣୀ ବର୍ଣ୍ଣନା କରିଛନ୍ତି ।

ସେହି ସମୟରେ ହିଁ କାଶ୍ମୀରରେ ତାଙ୍କର ଓ ତାଙ୍କ ପରିବାର ଲୋକଙ୍କ ଜୀବନ କଠୋର ପନ୍ଥୀମାନେ ବରବାଦ କରି ଦେଇଥିଲେ । ସେ ଗିରିଜା ଟିକକୁ ଓ ବିକେ ଗଞ୍ଜୁଙ୍କ ଭଳି ଲୋକଙ୍କ ଉପରେ କିପରି ଅମାନବୀୟ ନିର୍ଯ୍ୟାତନା ହୋଇଥିଲା ସେ ସମ୍ପର୍କରେ ମଧ୍ୟ ବଖାଣିଛନ୍ତି । ଆତଙ୍କବାଦୀ ମାନେ ଗିରିଜା ଟିକକୁଙ୍କ ନାମକ ଜଣେ ମହିଳାଙ୍କର ଅପହରଣ କରି ତାଙ୍କ ସହ ଗଣଦୁଷ୍କର୍ମ କରିଥିଲେ । ପରେ ସେମାନଙ୍କୁ ନିର୍ମମ ଭାବେ ହତ୍ୟା କରି ସେମାନଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି କାଟି ଦେଉଥିଲେ । ଆହୁରି ମଧ୍ୟ ବିକେ ଗଞ୍ଜୁ ପରି ଲୋକ ନିଜ ପଡୋଶୀ ମାନଙ୍କ ଉପରେ ବିଶ୍ୱାସ କରି ବହୁତ ବଡ ଧୋକା ହିଁ ପାଇଥିଲେ | ଯାହାର ଏକ ଭୟଙ୍କର ପରିଣତି ତାଙ୍କୁ ଭୋଗୀ ବାକୁ ପଡିଥିଲା । ପ୍ରଥମେ ତାଙ୍କୁ ଆତଙ୍କୀ ମାନେ ଗୁଳି କରି ମାରିଦେଇଥିଲେ ।

ଏହା ସହ ପଢନ୍ତୁ: ଅମାନୁଷିକର ସବୁ ସୀମା ଟପିଲା ମଣିଷ, ଖୁଣ୍ଟରେ ବାନ୍ଧି ପିଟିବା ସହିତ ଜବରଦସ୍ତ ପିଆଇଲେ ପରିସ୍ରା, ଯୁବକ ମୃତ

ପରେ ତାଙ୍କରି ରକ୍ତ ଭିଜା ଭାତକୁ ତାଙ୍କ ପତ୍ନୀଙ୍କୁ ଖାଇବାକୁ ଦେଇଥିଲେ । ପଡୋଶୀ ଆତଙ୍କବାଦୀ ମାନଙ୍କୁ ତାଙ୍କ ସମ୍ପର୍କରେ ସୂଚନା ଦେଇ ଥିବାରୁ ହିଁ ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଥିଲା । ନଚେତ ହୁଏତ ତାଙ୍କ ଜୀବନ ଆଜି ବଞ୍ଚିଯାଇଥାନ୍ତା । ପତ୍ରକାର ସୁନନ୍ଦା ବଶିଷ୍ଠ ଜାମ୍ମୁ କାଶ୍ମୀର ଉପରୁ ଧାରା ୩୭୦ ଉଠାଯିବାକୁ ଦୃଢ ଭାବେ ସମର୍ଥନ କରିଛନ୍ତି । ତାଙ୍କ ଅନୁସାରେ କାଶ୍ମୀର ବିନା ଭାରତ ଅଧୁରା ଓ ଭାରତ ବିନା କାଶ୍ମୀର ଅଧୁରା । ସେ ନିଜ ପ୍ରତିକ୍ରିୟାରେ ଏହା ମଧ୍ୟ କହିଛନ୍ତି କି ଏବେ କାଶ୍ମୀର ଲୋକେ ଭାରତର ଅନ୍ୟ ରାଜ୍ୟ ମାନଙ୍କ ପରି ସମାନ ଅଧିକାରକୁ ଉପଭୋଗ କରିପାରୁଛନ୍ତି । ଏବେ ମଧ୍ୟ କିଛି ସ୍ଥାନ ମାନଙ୍କରେ ପ୍ରତିବନ୍ଧକ ମାନ ଜାରି ରହିଥିଲେ ମଧ୍ୟ ଆସନ୍ତା ସମୟରେ ସେଗୁଡିକର ସମାଧାନ ହୋଇଯିବ ବୋଲି ଆଶା କରାଯାଉଛି ।

 

 

KNews Bureau

Recent Posts

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

26 seconds ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

4 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

37 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

39 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

2 hours ago