ଦେଶ ବିଦେଶ

ଭୋଟ୍‌ ଦେଇ ଆସିଲେ ମାଗଣାରେ ଖାଇବେ ଚୁଡା ଉପମା ଓ ଜିଲାପି, ଇନ୍ଦୋରରେ ନିଆରା ପଦକ୍ଷେପ ନେଲେ ଦୋକାନୀ

ମଧ୍ୟ ପ୍ରଦେଶର ନିର୍ବାଚନୀ ରଣ ଆରମ୍ଭ ହୋଇଛି। ରାଜ୍ୟରେ ନଭେମ୍ବର ୧୭ରେ ମତଦାନ ଅନୁଷ୍ଠିତ ହେବ। ସମସ୍ତ ବୁଥରେ ଶତପ୍ରତିଶତ ଭୋଟ୍ ନିଶ୍ଚିତ କରିବାକୁ ନିର୍ବାଚନ ଆୟୋଗ ଚେଷ୍ଟା ଚଳାଇଛନ୍ତି। ଏହି କ୍ରମରେ ଦେଶର ସବୁଠାରୁ ସଫାସୁତରା ସହର ଇନ୍ଦୋରରେ ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ଏକ ନିଆରା ପଦକ୍ଷେପ ନିଆଯାଇଛି। ଏଠାକାର ପ୍ରସିଦ୍ଧ ଚାଟ୍‌-ଚୌପାଟୀର ୫୬ଟି ଦୋକାନ ମତଦାନକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି।

ଦୋକାନୀମାନେ ଘୋଷଣା କରିଛନ୍ତି ଯେ ଭୋଟ୍ ଦିନ ଅର୍ଥାତ୍ ନଭେମ୍ବର ୧୭ରେ ନିଜର ମତ ସାବ୍ୟସ୍ତ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଏହି ଚାଟ୍-ଚୌପାଟୀରେ ପୋହା ଓ ଜିଲାପିର ମାଗଣା ଜଳଖିଆ ପ୍ରଦାନ କରାଯିବ। ଯିଏ ନିଜ ଆଙ୍ଗୁଠିରେ ଲାଗିଥିବା ଭୋଟିଂର ସାହି ଚିହ୍ନକୁ ଦେଖାଇବେ, ସେମାନେ ଏଠାରେ ମାଗଣା ଭୋଜନର ଲାଭ ଉଠାଇ ପାରିବେ।

୫୬ ଦୋକାନ ବ୍ୟବସାୟୀ ସଂଘର ସଭାପତି ଗୁଞ୍ଜନ ଶର୍ମା କହିଛନ୍ତି ଯେ ସ୍ୱଚ୍ଛତାରେ ଇନ୍ଦୋର ଦେଶରେ ପ୍ରଥମ ସ୍ଥାନରେ ରହିଛି। ଆମେ ଚାହୁଁଛୁ, ଭୋଟିଂ କ୍ଷେତ୍ରରେ ମଧ୍ୟ ଆମ ସହର ଶୀର୍ଷରେ ରହୁ। ଏଥିପାଇଁ ଆମେ ଭୋଟ୍ ଦେଇ ଆସୁଥିବା ଭୋଟରମାନଙ୍କୁ ମାଗଣା ପୋହା ଓ ଜିଲାପି ଖୁଆଇବାକୁ ନିଷ୍ପତ୍ତି ନେଇଛୁ।

ଶର୍ମା କହିଛନ୍ତି ଯେ ମାଗଣା ପୋହା ଓ ଜିଲାପି ନଭେମ୍ବର ୧୭ରେ ସକାଳ ୯ଟା ପର୍ଯ୍ୟନ୍ତ ଉପଲବ୍ଧ ରହିବ। ଏହାପରେ ମତଦାତାମାନଙ୍କୁ ଦିନସାରା ପୋହା ଓ ଜିଲାପି ମୂଲ୍ୟରେ ୧୦ ପ୍ରତିଶତର ବିଶେଷ ରିହାତି ମିଳିବ। କହି ରଖୁଛୁ, ଭାରତୀୟ ଖାଦ୍ୟ ସୁରକ୍ଷା ନିୟାମକ ସମ୍ପୃକ୍ତ ମାନଦଣ୍ଡ ପୂରଣ କରିବା ହେତୁ ୫୬ଟି ଦୋକାନକୁ କ୍ଲିନ୍ ଷ୍ଟ୍ରିଟ୍ ଫୁଡ୍ ହବ୍‌ର ମାନ୍ୟତା ଦେଇଛି।

Roshni

Recent Posts

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

2 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

11 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

14 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

48 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

49 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago