ଦେଶ ବିଦେଶ

ଆଫ୍ରିକୀୟ ଦେଶ କଙ୍ଗୋରେ ବର୍ଷା ପରେ ଭୂସ୍ଖଳନ, ୧୭ ଜଣଙ୍କ ମୃତ୍ୟୁ; ରାଜ୍ୟରେ ୩ ଦିନିଆ ଶୋକ

ଆଫ୍ରିକୀୟ ଦେଶ କଙ୍ଗୋର ଉତ୍ତର-ପଶ୍ଚିମ ଅଞ୍ଚଳରେ ବର୍ଷା ପରେ ଭୂସ୍ଖଳନ ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ରବିବାର ରାତିରେ ହୋଇଥିବା ଭୂସ୍ଖଳନରେ ୧୭ ଜଣଙ୍କ ମୃତ୍ୟୁ ଘଟିଛି। ଖବର ମୁତାବକ, ଭୂସ୍ଖଳନ ପରେ ମାଟି ଗଦା ଭିତରେ ଅନେକ ଲୋକ ଦବି ରହିଥିବା ଆଶଙ୍କା କରାଯାଉଛି। ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଧିକାରୀଙ୍କ ଅନୁସାରେ, ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ।

ନାଗରିକ ସମାଜ ସଙ୍ଗଠନ ଫୋର୍ସେସ୍‌ ୱିଭ୍ସର ସଭାପତି ମାଥ୍ୟୁ ମୋଲ କହିଛନ୍ତି, ଉତ୍ତର-ପଶ୍ଚିମ ମୋଙ୍ଗାଲା ପ୍ରଦେଶର ଲିସଲ ସହରରେ କଙ୍ଗୋ ନଦୀ କୂଳରେ ଭୂସ୍ଖଳନ ହୋଇଛି। ଏଠାରେ ପାହାଡ଼ ତଳେ ଲୋକଙ୍କ ଘର ରହିଥିଲା। ଭୂସ୍ଖଳନ ପରେ ପାହାଡ଼ରୁ ମାଟି ଓ ପଥର ଖଣ୍ଡଗୁଡ଼ିକ ଖସି ଲୋକଙ୍କ ଘର ଉପରେ ପଡ଼ିଥିଲା। ଫଳରେ ଅନେକ ଲୋକ ଏହି ମାଟି ଗଦା ଭିତରେ ପୋତି ହୋଇପଡ଼ିଥିଲେ।

ଅଧିକାରୀଙ୍କ କହିବା ଅନୁସାରେ, ପ୍ରବଳ ବର୍ଷା ପରେ ଭୂସ୍ଖଳନ ହୋଇଥିଲା, ଯେଉଁଥିରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ପାହାଡ଼ର ମାଟି ଗଦା ଭିତରେ ଅନେକ ଘର ପୋତି ହୋଇଯାଇଛି।

ଗଭର୍ଣ୍ଣର ସିଜର ଲିମ୍ବାୟା ମବାଙ୍ଗିସା କହିଛନ୍ତି ଯେ ପାହାଡ଼ର ଧ୍ୱଂସାବଶେଷ ସଫା କରିବା ଏବଂ ଜୀବିତ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଚାଲିଛି। ରାଜ୍ୟପାଳ ପୀଡିତଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ରାଜ୍ୟରେ ତିନି ଦିନିଆ ଶୋକ ଘୋଷଣା କରିଛନ୍ତି।

Roshni

Recent Posts

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

8 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

9 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

13 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

36 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

43 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

50 mins ago