ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଂଗ୍ରେସର ୯ ପ୍ରଶ୍ନ

୯ ବର୍ଷ, ୯ ପ୍ରଶ୍ନ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଂଗ୍ରେସର ୯ ପ୍ରଶ୍ନ। ଠିକ ୯ ବର୍ଷ ତଳେ ଆଜିର ଦିନରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ ନରେନ୍ଦ୍ର ମୋଦି। ଏହି ୯ ବର୍ଷରେ କଣ କରିଛନ୍ତି ସେ ନେଇ ୯ ପ୍ରଶ୍ନ ପଚାରିଛି କଂଗ୍ରେସ ।

ନୂଆଦିଲ୍ଲୀ : ୯ ବର୍ଷ, ୯ ପ୍ରଶ୍ନ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଂଗ୍ରେସର ୯ ପ୍ରଶ୍ନ। ଠିକ ୯ ବର୍ଷ ତଳେ ଆଜିର ଦିନରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ ନରେନ୍ଦ୍ର ମୋଦି। ଏହି ୯ ବର୍ଷରେ କଣ କରିଛନ୍ତି ସେ ନେଇ ୯ ପ୍ରଶ୍ନ ପଚାରିଛି କଂଗ୍ରେସ ।

ପବନ ଖେରା, ସୁପ୍ରିୟା ଶ୍ରୀନେଟ ଓ ଦଳର ଆଉ କିଛି ନେତାଙ୍କ ସହ ମିଶି ଏକ ବୁକଲେଟ ଉନ୍ମୋଚନ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ । ଏହି ବୁକଲେଟ୍‌ରେ ରହିଛି ମୋଦିଙ୍କୁ ୯ ପ୍ରଶ୍ନ। ଏହାର ଜବାବ ରଖିଛି ବିଜେପି।

ଏକ ସାମ୍ବାଦିକ ସମ୍ମିଳନୀ କରି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତା ରବି ଶଙ୍କର ପ୍ରସାଦ କହିଛନ୍ତି ମୋଦିଙ୍କ ପ୍ରତି କଂଗ୍ରେସର ଜନ୍ମଗତ ଘୃଣା ରହିଛି। କଂଗ୍ରେସର ପ୍ରଶ୍ନକୁ ଗୋଛା ଗୋଛା ମିଛ ଓ ହତାଶାର ପାହାଡ଼ ବୋଲି କହିଛନ୍ତି ରବି ଶଙ୍କର ପ୍ରସାଦ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.