ୟୁପିରେ କଂଗ୍ରେସ ପ୍ରାର୍ଥୀଙ୍କ ଘୋଷଣା, ‘ବିଜେପି ଜିତିଲେ ଆଗାମୀ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ହେବି ଲଣ୍ଡା’

ଲୋକସଭା ନିର୍ବାଚନ ୨୦୧୯ରେ ଫଳାଫଳ ଘୋଷଣାକୁ ନେଇ ଆଶା ଏବଂ ଉତ୍କଣ୍ଠା ବଢ଼ିଚାଲିଛି। ଏହି ସବୁ ମଧ୍ୟରେ ୟୁପି ଅମାରୋହରୁ କଂଗ୍ରେସ ପ୍ରାର୍ଥୀ ସଚିନ ଚୌଧରୀ ଘୋଷଣା କରିଛନ୍ତି ଯେ ଯଦି ତାଙ୍କ ସଂସଦୀୟ କ୍ଷେତ୍ରରେ ବିଜେପି ଜିତି ଯାଏ ତେବେ ସେ ମୁଣ୍ଡନ କରିବେ। ଏହାସହିତ ଆଗାମୀ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ମୁଣ୍ଡରେ ଚୁଟି ରଖିବେ ନାହିଁ।

ସେ ଘୋଷଣା କରିଛନ୍ତି ଯେ ଅମରୋହ ସିଟ ରୁ ଯଦି ବିଜେପି ପ୍ରାର୍ଥୀ କଂୱର ସିଂହ ଜିତି ଯାନ୍ତି ତେବେ ସେ ନିଜର ମୁଣ୍ଡ ଲଣ୍ଡା କରିଦେବେ ଏବଂ ଆଗାମୀ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ମୁଣ୍ଡରେ ଚୁଟି ରଖିବେ ନାହିଁ। ଏହା ମୋର ପ୍ରତିଶ୍ରୁତି। ଏକଜିଟ ପୋଲ ମିଛ ଅଟେ ଏବଂ ମିଥ୍ୟା ପ୍ରଚାର ଅଟେ।

ଜଣାଇବାକୁ ଚାହିଁବୁ ଯେ ୟୁପି ର ଅମରୋହ ଲୋକସଭା ସିଟରେ ଚଳିତ ବର୍ଷ ବହୁତ କଡା ଟକ୍କରରେ ମୁକାବିଲା ହୋଇପାରେ। କୁହାଯାଉଛି ଯେ ହାର-ଜିତ ର ଅନ୍ତର ୨୫ ହଜାରରୁ କମ୍ ରହିବ।

Leave A Reply

Your email address will not be published.