କଂଗ୍ରେସ ଛାଡି ଟିଡିପିରେ ମିଶିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ କିଶୋର ଚନ୍ଦ୍ର ଦେଓ

ଆନ୍ଧ୍ରପ୍ରଦେଶ : ଟିଡିପିରେ ମିଶିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ କିଶୋର ଚନ୍ଦ୍ର ଦେଓ । କଂଗ୍ରେସ ଛାଡି ସେ ଟିଡିପିରେ ସାମିଲ ହୋଇଛନ୍ତି । କିଛି ଦିନ ତଳେ ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ଆନ୍ଧ୍ରପ୍ରଦେଶରେ କଂଗ୍ରେସର ଅବସ୍ଥା ଭଲ ନାହିଁ । ଗତ ୪ ବର୍ଷ ହେବ ରାଜ୍ୟର ଦଳକୁ ସୃଦଢ କରିବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ସେ ଅଭିଯୋଗ କରିଥିଲେ । ଗତ ୪୫ ବର୍ଷ ଧରି ସେ କଂଗ୍ରେସରେ ଥିଲେ । ୨୦୧୧ରେ ମନମୋହନ ସରକାରରେ ସେ ମନ୍ତ୍ରୀ ଥିଲେ ।