ନୂଆଦିଲ୍ଲୀ : କଂଗ୍ରେସ ନିଜର ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣାଟକ, ଉତ୍ତରାଖଣ୍ଡ ଏବଂ ମଣିପୁରର ଲୋକସଭା ଆସନର ୩୮ ସିଟ ପାଇଁ ଶନିବାର ଦିନ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରାଯାଇଛି। ପାର୍ଟିର ମହାସଚିବ ମୁକୁଲ ବାସନିକଙ୍କ ତରଫରୁ ଜାରି କରାଯାଇଥିବା ଏହି ତଲିକାରେ କଂଗ୍ରେସ ବରିଷ୍ଠ ନେତା ଦିଗବିଜୟ ସିଂଙ୍କୁ ଭୋପାଳରୁ ଟିକେଟ ପ୍ରଦାନ କରିଛି। ସେହିପରି ମହାରାଷ୍ଟ୍ରର ପୂର୍ବ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ ପୁଣି ଥରେ ନିର୍ବାଚନ ଲଢ଼ିବାକୁ ଯାଉଥିବା ବେଳେ ପୂର୍ବ କେନ୍ଦ୍ରୀୟ ମନ୍ତ୍ରୀ ବିରପ୍ପା ମେଇଲିଙ୍କୁ କର୍ଣ୍ଣାଟକର ଚିକବଲ୍ଲାପୁର ଲୋକସଭା ତରଫରୁ ଟିକେଟ ମିଳିଛି। ଏହିପରି ଭାବେ କଂଗ୍ରେସ ମଧ୍ୟପ୍ରଦେଶରେ ୯, କର୍ଣ୍ଣାଟକରେ ୧୮, ମହାରାଷ୍ଟ୍ରରେ ୧, ଉତ୍ତରପ୍ରଦେଶରେ ୩ ଏବଂ ଉତ୍ତରାଖଣ୍ଡରେ ୫ ଏବଂ ମଣିପୁରରେ ୨ ଜଣ ପ୍ରାର୍ଥୀଙ୍କୁ ଟିକେଟ ପ୍ରଦାନ କରିଛି।
ପାର୍ଟିର ଲୋକସଭା ପ୍ରାର୍ଥୀଙ୍କର ଏହା ଅଷ୍ଟମ ତାଲିକା ରହିଛି। ଏହାପୂର୍ବରୁ ଓଡିଶା, ମଧ୍ୟପ୍ରଦେଶ ଆଦି ବିଭିନ୍ନ ରାଜ୍ୟକୁ ମିଶାଇ ବର୍ତ୍ତମାନ ପର୍ୟ୍ୟନ୍ତ ୧୮୨ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ତେବେ ମଥୁରାରୁ ହରିୟାନା ସପନା ଚୌଧୁରୀଙ୍କୁ ଟିକେଟ ମିଳିବା ଘଟଣାରେ ପଡିଛି ପୂର୍ଣ୍ଣଛେଦ। କାରଣ ଏନେଇ କଂଗ୍ରେସ ତରଫରୁ କୌଣସି ଘୋଷଣା କରାଯାଇନାହିଁ।
ଚୌଦ୍ୱାର : ଶାଶୁ କହୁ କହୁ କାନ୍ଦି ପକାଉଛନ୍ତି । ନିଜର ନାତି ନାତୁଣୀଙ୍କୁ ଧରି ଶାଶୁ ପହଁଚିଛନ୍ତି ଥାନାରେ…
ଭୁବନେଶ୍ୱର: ରାଜ୍ଯରେ ସକ୍ରିୟ ରହିଛି ମୌସୁମୀ ବାୟୁ । ପ୍ରଭାବରେ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି ।…
ଭୁବନେଶ୍ୱର(କେନ୍ୟୁଜ୍): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…
ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…
ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍ରୁ ପ୍ରେମିକା…
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…