ଦ୍ୱିତୀୟ ଥର ପାଇଁ କରୋନାର ଶିକାର ହେଲେ ପ୍ରିୟଙ୍କା ଗାନ୍ଧୀ, ଟ୍ଵିଟ୍‌ କରି ଦେଲେ ସୂଚନା

କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଦ୍ୱିତୀୟ ଥର କରୋନାର ଶିକାର ହୋଇଛନ୍ତି। ସେ ନିଜେ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି । ସେ ପୁଣିଥରେ କରୋନା ପଜିଟିଭ୍ ହୋଇଛନ୍ତି ବୋଲି ପ୍ରିୟଙ୍କା କହିଛନ୍ତି । ତାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି।

ସେ କହିଥିଲେ ଯେ ସେ ଘରେ ନିଜକୁ ଆଇସୋଲେଟ କରି ରଖିଛନ୍ତି । ସମସ୍ତ ପ୍ରୋଟୋକଲ ପାଳନ କରୁଛନ୍ତି । ଦୁଇ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ପ୍ରିୟଙ୍କା ଗାନ୍ଧୀ କରୋନା ସଂକ୍ରମିତ ହୋଇଛନ୍ତି । ଏହାପୂର୍ବରୁ ଜୁନ୍ ୩ ରେ ସେ କରୋନା ପଜିଟିଭ୍ ହୋଇଥିଲେ । ସେତେବେଳେ ସୋନିଆ ଗାନ୍ଧୀ ମଧ୍ୟ କରୋନାର ଶିକାର ହୋଇଥିଲେ। ଏହା ପରେ ପ୍ରିୟଙ୍କା ଟ୍ୱିଟ୍ କରି କହିଥିଲେ ଯେ ସାମାନ୍ୟ ଲକ୍ଷଣ ପରେ କରୋନା ପରୀକ୍ଷା କରାଯାଇଥିଲା । ରିପୋର୍ଟ ପଜିଟିଭ୍ ଆସିଥିଲା ।

ଅନ୍ୟପଟେ ଦେଶର ଗତ ୨୪ ଘଣ୍ଟାରେ ୧୬,୦୪୭ ନୂଆ କରୋନା ସଂକ୍ରମିଚ ଚିହ୍ନଟ ହୋଇଛନ୍ତି। ସେହିଭଳି ୧୯ ହଜାର ୫୩୯ ସଂକ୍ରମିତ ଗତ ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟ ଅନୁସାରେ ଦେଶରେ ବର୍ତ୍ତମାନ ସୁଦ୍ଧା ୧,୨୮,୨୬୧ କରୋନା ସଂକ୍ରମିତ ହୋଇଛନ୍ତି। ଦଶରେ ବର୍ତ୍ତମାନ ସଂକ୍ରମଣ ହାର ୪.୯୪ ପ୍ରତିଶତ ରହିଛି।

ସୂଚନାଯୋଗ୍ୟ, ନିକଟରେ କଂଗ୍ରେସ କେନ୍ଦ୍ର ସରକାରଙ୍କ ଦ୍ୱାରା ଘରୋଇ ସାମଗ୍ରୀର ଜିଏସଟି ବୃଦ୍ଧିକୁ ନେଇ ଦେଶରେ ଜୋରଦାର ପ୍ରଦର୍ଶନ କରିଥିଲା। କଂଗ୍ରେସର ରାହୁଏ ଗାନ୍ଧୀଙ୍କ ନେତୃତ୍ୱରେ ଆନ୍ଦୋଳନ ହୋଇଥିଲା। ଏହି ସମୟରେ ପୋଲିସ ସମସ୍ତ ସାଂସଦଙ୍କୁ ଗିରଫ କରିଥିଲା। ସେତେବେଳେ ହିଁ କଂଗ୍ରେସ ପକ୍ଷରୁ ପ୍ରିୟଙ୍କା ଗାନ୍ଧୀଙ୍କ ନେତୃତ୍ୱରେ ଆନ୍ଦୋଳନକୁ ଜୋରଦାର କରାଯାଇଥିଲା। ଯାହା ପରେ ତାଙ୍କୁ ମଧ୍ୟ ପୋଲିସ ଗିରଫ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.