କଂଗ୍ରେସ ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧି ଭଦ୍ରା ଗିରଫ, ସୂଚନା ଦେଲେ କଂଗ୍ରେସ ନେତା ପି. ଚିଦାମ୍ବରମ

କଂଗ୍ରେସ ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ଗିରଫ କରିଛି ଉତ୍ତର ପ୍ରଦେଶ ପୋଲିସ। ସୋମବାର ଭୋର ଅର୍ଥାତ୍ ମଙ୍ଗଳବାର ସକାଳ ୪.୩୦ ମିନିଟରେ ତାଙ୍କୁ ଗିରଫ କରାଯାଇଛି ବୋଲି କଂଗ୍ରେସ ନେତା ପି.ଚିଦାମ୍ବରମ ସୂଚନା ଦେଇଛନ୍ତି। ପ୍ରିୟଙ୍କା ରବିବାର ହିଂସାରେ ପ୍ରାଣ ହରାଇଥିବା ଚାଷୀ ପରିବାକୁ ଭେଟିବାକୁ ଲଖିମପୁର ଖେରି ଯାଉଥିଲେ। ଏହି ସମୟରେ ପୋଲିସ ତାଙ୍କୁ ସୀତାରପୁର ଠାରେ ଥିବା ଗେଷ୍ଟ ହାଉସରେ ଅଟକ ରଖିଥିଲା।

ଖବର ମୁତାବକ, ବର୍ତ୍ତମାନ ତାଙ୍କୁ ପୋଲିସ ସୀତାପୁର ଗେଷ୍ଟ ହାଉସ ଜେଲ୍‌ରେ ରଖିଛି। ଚିଦାମ୍ବରମ କହିଛନ୍ତି, ତାଙ୍କୁ ଭୋର ସମୟରୁ ଗିରଫ କରାଯାଇଥିଲେ ମଧ୍ୟ ଏଯାଏ କୋର୍ଟ ଚାଲାଣ କରାଯାଇନାହିଁ। ମିଳିଥିବା ସୂଚନା ଅନୁଯାୟୀ, ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ନାଁରେ ଆଇପିସିର ଧାରା ୧୫୧, ୧୦୭, ୧୧୬ ଅନୁଯାୟୀ ମାମଲା କରାଯାଇଛି।

ସୂଚନାଯୋଗ୍ୟ, ରବିବାର ଉତ୍ତର ପ୍ରଦେଶର ଲଖିମପୁରା ଖେରିରେ ଚାଷୀମାନେ ବିକ୍ଷୋଭ କରୁଥିଲେ। ଏହି ସମୟରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ସେମାନଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଥିବା ଅଭିଯୋଗ ହୋଇଛି। ଏଥିରେ ୪ ଜଣ ଚାଷୀଙ୍କ ସମେତ ୯ ଜଣଙ୍କ ମୃତ୍ୟୁ ଘଟିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.