ଉତ୍ତରପ୍ରଦେଶ ହଥରସ ଘଟଣା: ପୀଡ଼ିତା ପରିବାରକୁ ଭେଟିବାକୁ ଯାଉଥିଲା ବେଳେ ପୋଲିସ ଧକ୍କାରେ ଖସିପଡ଼ିଲେ ରାହୁଲ

କେନ୍ୟୁଜ୍(ବ୍ୟୁରୋ):ଉତ୍ତରପ୍ରଦେଶ ହଥରସ ପୀଡ଼ିତା ପରିବାରକୁ ଭେଟିବାକୁ ଯାଉଥିଲା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଅଟକ। ଉଭୟଙ୍କୁ ଉତ୍ତର ପ୍ରଦେଶ ସୀମାରେ ଗ୍ରେଟର ନଏଡା ପାଖରେ ଅଟକ ରଖିଛି ନଏଡା ପୋଲିସ। ଏହାକୁ ବିରୋଧ କରିବାରୁ ପୋଲିସ ଧକ୍କାରେ ଖସିପଡ଼ିଥିଲେ ରାହୁଲ। ସେ ପଡ଼ିଯିବା ପରେ ତାଙ୍କ ଉପରେ ଲାଠିମାଡ଼ ହୋଇଥିବା କହିଛନ୍ତି ରାହୁଲ।

rahul gandhi

ପ୍ରଥମେ ଗାଡ଼ି ଅଟକାଇବାସହ ସହ ସମର୍ଥକଙ୍କ ସହ ଚାଲିଚାଲି ଯାଉଥିବା ବେଳେ ପୋଲିସ ଲାଠିଚାର୍ଜ କରିଥିବା ସେ କହିଛନ୍ତି। ଦେଶରେ କଣ କେବଳ ମୋଦି ଚାଲି ପାରିବେ, ଆଉ କାହାର ଚାଲିବାର ଅଧିକାର ନାହିଁ କି ବୋଲି ରାହୁଲ ପ୍ରଶ୍ନ କରିଛନ୍ତି । ପ୍ରିୟଙ୍କା ଓ ରାହୁଲ ଗାନ୍ଧୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ହଥରସ୍‌ ଜିଲ୍ଲା ସୀମାକୁ ସିଲ୍‌ କରାଯିବା ସହ ପୂରା ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି ।

ଏପଟେ ଗଣଦୁଷ୍କର୍ମ ମାମଲାରେ ଏସ୍‌ଆଇଟିର ତଦନ୍ତ ଆରମ୍ଭ ହୋଇଛି । ଆଜି ଏସ୍‌ଆଇଟି ପୀଡ଼ିତା ପରିବାରଙ୍କୁ ଭେଟିଛି । ଏହି ମାମଲାରେ ଏସ୍‌ଆଇଟି ଟିମ୍‌ ୭ ଦିନ ମଧ୍ୟରେ ଯାଞ୍ଚ ରିପୋର୍ଟ ପ୍ରଦାନ କରିବ । ପୀଡ଼ିତାଙ୍କ ମୃତ୍ୟୁ ପରେ ଜବରଦସ୍ତ ଅନ୍ତିମ ସଂସ୍କାର କରାଯାଇଥିଲା, ଯାହାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଭିନ୍ନ ରାଜନୈତିକ ଦଳ ଉତ୍ତରପ୍ରଦେଶ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି ।.