ଜେପିସି ତଦନ୍ତ ଦାବି ଜିଦରେ ବିରୋଧୀ, ସଂସଦ ପରିସରରେ ଦେଲେ ଧାରଣା

ଆଦାନି ହିଣ୍ଡେନବର୍ଗ ମାମଲାର ଜେପିସି ତଦନ୍ତ ଦାବିରୁ ଓହରୁନାହାନ୍ତି ବିରୋଧୀ। ପ୍ରଦିବାଦ ଜାରି ରହିଛି। ସଂସଦ ଭବନ ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ନିକଟରେ ଆଜି ବି ପ୍ରତିବାଦ କରିଛନ୍ତି ବିରୋଧୀ ସାଂସଦ। ବିଭିନ୍ନ ଦଳର ରାଜ୍ୟସଭା ଓ ଲୋକସଭାର ସାଂସଦଙ୍କ ସମେତ ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ ଓ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡଗେ ସାମିଲ ହୋଇଥିଲେ।

ନୂଆଦିଲ୍ଲୀ : ଆଦାନି ହିଣ୍ଡେନବର୍ଗ ମାମଲାର ଜେପିସି ତଦନ୍ତ ଦାବିରୁ ଓହରୁନାହାନ୍ତି ବିରୋଧୀ। ପ୍ରଦିବାଦ ଜାରି ରହିଛି। ସଂସଦ ଭବନ ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ନିକଟରେ ଆଜି ବି ପ୍ରତିବାଦ କରିଛନ୍ତି ବିରୋଧୀ ସାଂସଦ। ବିଭିନ୍ନ ଦଳର ରାଜ୍ୟସଭା ଓ ଲୋକସଭାର ସାଂସଦଙ୍କ ସମେତ ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ ଓ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡଗେ ସାମିଲ ହୋଇଥିଲେ।

ଦିନକ ପୂର୍ବରୁ ସଂସଦ ଭବନରୁ ଇଡି କାର୍ଯ୍ୟାଳୟ ଅଭିମୁଖେ ବାହାରିଥିଲେ ବିରୋଧୀ ସାଂସଦ। ଆଦାନି ମାମଲାରେ ଇଡି ତଦନ୍ତ ଦାବି କରିବାକୁ ପଦଯାତ୍ରାରେ ବାହାରିଥିଲେ। ଅଟକାଇଥିଲା ପୋଲିସ ।

Leave A Reply

Your email address will not be published.